ETV Bharat / state

ଏମିତି ଚାଲିଛି ସ୍ବାସ୍ଥ୍ୟ ସେବା: ପେଟରେ ବଢୁଥିଲା ଟ୍ୟୁମର, ଡାକ୍ତର କହିଲେ ମହିଳା ଗର୍ଭବତୀ - ଜଟଣୀ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅସଲି ଚିତ୍ର

ପଦାରେ ପଡିଲା ଜଟଣୀ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅସଲି ଚିତ୍ର । ପେଟରେ ଟ୍ୟୁମର ଥିବା ମହିଳାଙ୍ଗ ଗର୍ଭବତୀ ଦର୍ଶାଇ ଚାଲିଥିଲା ଚିକିତ୍ସା । ଅଧିକ ପଢନ୍ତୁ

women tumor patients are given pregnancy treatment

author img

By

Published : Apr 6, 2023, 1:09 PM IST

women tumor patients are given pregnancy treatment

ଖୋର୍ଦ୍ଧା: ମହିଳାଙ୍କ ପେଟର ବଢୁଥିଲା ଟ୍ୟୁମର । କିନ୍ତୁ ଗର୍ଭବତୀ ଦର୍ଶାଇ ମହିଳାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଉଥିଲା ଚିକିତ୍ସା । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 8 ମାସ ହେଲା ଜଣେ ଦିବ୍ୟାଙ୍କ ମହିଳାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଅଲଟ୍ରାସାଉଣ୍ଡ ପରୀକ୍ଷାରେ ପେଟରେ ଟ୍ୟୁମର ଥିବା ଜଣାପଡିବା ପରେ ଏବେ ପଦାରେ ପଡିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅସଲି ଚିତ୍ର । ମହିଳା ଜଣଙ୍କ ହେଉଛନ୍ତି ସ୍ବର୍ଣ୍ଣଲତା ସାହୁ ।

ସ୍ବର୍ଣ୍ଣଲତା ସାହୁ ବିବାହିତା ହୋଇଥିବା ବେଳେ ଜନ୍ମରୁ ମୂକ ଓ ବଧିର । ମହିଳାଙ୍କ ସ୍ଵାମୀ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ମଧ୍ୟ ରହିଛନ୍ତି । କିଛି ମାସ ପୂର୍ବରୁ ସ୍ବର୍ଣ୍ଣଲତାଙ୍କ ଋତୁସ୍ରାବ ବନ୍ଦ ହୋଇଯିବା କାରଣରୁ ସେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଗର୍ଭବତୀ ଥିବା କହିଥିଲେ । ଆଉ ସେବେ ଠାରୁ ଦୀର୍ଘ 8 ମାସ ପର୍ଯ୍ୟନ୍ତ ମହିଳା ଜଣଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ କୌଣସି ଏକ କାରଣରୁ ସ୍ବର୍ଣ୍ଣଲତାଙ୍କ ମାଆ ଟିକିନାଙ୍କ ସନ୍ଦେହ ହେବାରୁ ସେ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଝିଅର ଅଲଟ୍ରାସାଉଣ୍ଡ ପରୀକ୍ଷା କରିଥିଲେ । ସେଥିରେ ଯାହା ରିପୋର୍ଟ ଆସିଲା ତାହା ଦେଖି ଚମକି ପଡିଥିଲେ ଟିକିନା । ତାଙ୍କ ଝିଅ ପେଟରେ ପିଲା ନୁହଁ ବର ଟ୍ୟୁମର ଥିବା ସେ ଜାଣିବାକୁ ପାଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ରାଜଧାନୀର ନାକ ତଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଦି ଏପରି ତେବେ ଉପାନ୍ତ ଅଞ୍ଚଳରେ ଚାଲିଥିବ କିପରି । ସ୍ୱର୍ଣ୍ଣଲତାଙ୍କ ସ୍ଵାମୀ ବାହାରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେ ଘରକୁ ଫେରିବା ପରେ ଏହି ସବୁ ଘଟଣା ବିଷୟ ଜାଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ମୁଖ୍ୟ ଚିକିତ୍ସା ଅଧିକାରୀ ସମସ୍ତ ରିପୋର୍ଟ ଦେଖିବା ପରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏନେଇ ଏକ ଲିଖିତ ଅଭିଯୋଗ କରିବାକୁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ । ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ରିପୋର୍ଟ ମିଳିବା ପରେ ଏନେଇ ତଦନ୍ତ କରାଯିବ । ଏବଂ ଯାହାର ଭୁଲ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗର୍ଭବତୀ ନଥାଇ ମଧ୍ୟ କିପରି ମହିଳାଙ୍କୁ ଡାକ୍ତର ଖାନାରେ କରାଯାଉଥିଲା ଚିକିତ୍ସା । କାହିଁକି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଅବହେଳା । ଏପରି ଅବସ୍ଥା ଯୋଗୁଁ ଯଦି ମହିଳାଙ୍କ ଜୀବନ ଚାଲି ଯାଇଥାନ୍ତା ତେବେ ଏଥି ପାଇଁ ଦାୟୀ କିଏ ରହିଥାନ୍ତା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.