ETV Bharat / state

ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ, କାର ଜବତ

author img

By

Published : Nov 7, 2019, 12:00 PM IST

Updated : Nov 7, 2019, 2:43 PM IST

ଖୋର୍ଦ୍ଧା ଅଞ୍ଚଳରେ ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ । କାର ଜବତ କରିବା ସହ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି ଖଣ୍ଡଗିରି ପୋଲିସ । ଟ୍ଵିଟି ଯୋଗେ ସୂଚନା ଦେଲେ ଭୁବନେଶ୍ବର ଡିସିପି ଅନୁପ ସାହୁ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ଖୋର୍ଦ୍ଧା/ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମର ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧା ଅଞ୍ଚଳରେ ଜଣେ ମହିଳାଙ୍କୁ ଗତକାଲି ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୀଡିତା ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର/ଖୋର୍ଦ୍ଧା

ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ ହେବା ପରେ ଟ୍ଵିଟି ଯୋଗେ ସୂଚନା ଦେଲେ ଭୁବନେଶ୍ବର ଡିସିପି ଅନୁପ ସାହୁ। ଖଣ୍ଡଗିରି ପୁଲିସ ଘଟଣାର ତଦନ୍ତ କରୁଛି। ଦୁଷ୍କର୍ମର ଶିକାର ହେଇଥିବା ଯୁବତୀ ଓ ଅଭିଯୁକ୍ତକୁ ବର୍ତ୍ତମାନ ପୋଲିସ ପଚରା ଉଚାର ଜାରିରଖିଛି ବୋଲି ଟ୍ବିଟ କରିଛନ୍ତି ଡିସିପି ।

women-rescure-case-khordha-1-accused-in-police-custody-and-car-seize
ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର/ଖୋର୍ଦ୍ଧା

ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନଂ16 କଡରୁ ଅର୍ଦ୍ଧନଗ୍ନ ମୁର୍ମୁଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହୋଇଥିଲା। ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବାରୁ ଖୋର୍ଦ୍ଧା ଏସପି ଘଟଣାର ତଦନ୍ତ ଖଣ୍ଡଗିରି ଥାନାକୁ ଦେଇଛନ୍ତି । ଆଜି ସକାଳୁ ନିଜେ ଏସପି ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭେଟି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଆଜି ପିଡୀତାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଭୁବନେଶ୍ବର ଏବଂ ଖୋର୍ଦ୍ଧା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମୁର୍ମୁଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା : ଦୁଷ୍କର୍ମ ହୋଇଥିବା ଅଭିଯୋଗ

Body:ଖୋର୍ଦ୍ଧା : ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନଂ16 କଡରୁ ଅର୍ଧନଗ୍ନ ଓ ମୁର୍ମୁଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନିଯେ ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଘଟଣା କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଅଂଚଳରେ ଘଟିଥିବାରୁ ଖୋର୍ଦ୍ଧା ଏସ୍ପି ଘଟଣାର ତଦନ୍ତ ଖଣ୍ଡଗିରି ଥାନାକୁ ଦେଇଛନ୍ତି । ଆଜି ସକାଳୁ ନିଜେ ଏସ୍ପି ପିଡ଼ିତାଙ୍କୁ ଡାକ୍ତରଖାନାରେ ଭେଟି ଅଧିକ ତଦନ୍ତ ଜାରୀରଖିଛି । ଅନ୍ୟପଟେ ଆଜି ପିଡିତାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି । ଅଭିଯୁକ୍ତକୁ ଧରିବା ପାଇଁ ଭୁବନେଶ୍ବର ଏବଂ ଖୋର୍ଦ୍ଧା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Nov 7, 2019, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.