ETV Bharat / state

କୁଆଡେ ଗଲେ ପିଙ୍କି, ହକ୍‌ ପାଇଁ 8 ମାସ ହେଲା ସ୍ବାମୀଙ୍କ ଘର ଆଗରେ ଦେଇଥିଲେ ଧାରଣା

ଆଠ ମାସ ଧରି ସ୍ୱାମୀ ଘର ପିଣ୍ଡାର ଧାରଣା ଦେଇଥିଲେ ପିଙ୍କି । ଗତ ୨୧ ତାରିଖରୁ ନିଖୋଜ ଥିବା ବାଘମାରି ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

women missing in khordha
women missing in khordha
author img

By

Published : Jun 29, 2023, 12:59 PM IST

women missing in khordha

ଖୋର୍ଦ୍ଧା: ନିଜର ହକ ପାଇଁ ସ୍ବାମୀ ଘର ଆଗରେ ଧାରଣାରେ ବସିଥିଲେ ପିଙ୍କି । ବାଘମାରୀ ସ୍ଥିତ ଶ୍ବଶୁର ଘର ଦୁଆର ଆଗରେ ଦୀର୍ଘ 8 ମାସ ହେଲା ଧାରଣାରେ ବସିବା ପରେ ଏବେ ପିଙ୍କି ଓରଫ ବନ ଲକ୍ଷ୍ମୀ ବେହେରାଙ୍କ କୌଣସି ପତ୍ତା ମିଳୁନାହିଁ । ସେ କେଉଁଠି ଓ କେଉଁ ପରିସ୍ଥିତିରେ ଅଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପିଙ୍କି ନିଖୋଜ ଥିବା ଗୁଗୁଲ ଟ୍ରଷ୍ଟ ତରଫରୁ ଥାନାରେ ଅଭିଯୋଗ ହୋଇଛି ।

ଶ୍ବଶୁର ଘର ଆଗରେ ଧାରଣା ଦେଇଥିବା ପିଙ୍କି ଗତ 21 ତାରିଖରୁ ନିଖୋଜ ରହିଛନ୍ତି । ଏନେଇ ବୁଧବାର ବାଘମାରି ଥାନାରେ ରିପୋର୍ଟ ଦେଇଛି ଭୁବନେଶ୍ୱରର ଗୁଗୁଲ ସ୍ବେଚ୍ଛାସେବୀ ଅନୁଷ୍ଠାନ । ଗତ ବର୍ଷ ନଭେମ୍ବର ମାସ 26 ତାରିଖରେ ସ୍ତ୍ରୀର ଅଧିକାର ପାଇଁ ବାଘମାରୀ ଗ୍ରାମର ଅଶୋକ ଦାଶଙ୍କ ଘର ଆଗରେ ଧାରଣାରେ ବସିଥିଲେ ପିଙ୍କି । ଦୀର୍ଘ 8 ମାସ ଧରି ଧାରଣାରେ ବସିବା ସତ୍ତ୍ୱେ କେହି ତାଙ୍କ ଦୁଃଖ ଶୁଣି ନଥିଲେ । ବାରମ୍ବାର ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରି ନିରାଶ ହୋଇଥିଲେ ପିଙ୍କି ।

ଏହା ମଧ୍ୟ ପଢନ୍ତୁ-ଛାଡି ଦେଲା ସ୍ବାମୀ, 30 ଦିନ ହେଲା ଶାଶୁ ଘର ସମ୍ମୁଖରେ ମହିଳାଙ୍କ ଧାରଣା

ଚଳିତ ମାସ ୨୧ ତାରିଖରୁ ପିଙ୍କି ସହ ଗୁଗୁଲ ଟ୍ରଷ୍ଟର କର୍ମକର୍ତ୍ତା ଯୋଗାଯୋଗ କରିପାରିନଥିଲେ । ପିଙ୍କିଙ୍କ ଫୋନ ଲାଗୁନଥିବା ଅଭିଯୋଗ କରି ସେ ଏବେ କେଉଁଠି, କେଉଁ ପରିସ୍ଥିତିରେ ଅଛନ୍ତି ସେନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଗୁଗୁଲ ଟ୍ରଷ୍ଟର ଏମଡି ଏବଂ ସମ୍ପାଦକ ବୁଧବାର ବାଘମାରୀ ଥାନାରେ ଏତଲା ଦେଇଛନ୍ତି । ଏଥିସହ ଧାରଣା ସ୍ଥଳରେ ପିଙ୍କି ନଥିବା ବେଳେ ତାଙ୍କ ଜିନିଷ ପତ୍ର ମଧ୍ୟ ନାହିଁ । ଯଦି ପିଙ୍କି ନିଖୋଜ ଅଛି ତେବେ ତାହା ଜିନିଷ ପତ୍ର ଏବେ କେଉଁଠି ତାଙ୍କୁ ନେଇ ପ୍ରଶ୍ନ କରିଛି ଗୁଗୁଲ ଟ୍ରଷ୍ଟ । ଥାନା ଠାରୁ ୫୦୦ ମିଟରରେ ଧାରଣା ଦେଇଥିବା ପିଙ୍କିଙ୍କ ନିଖୋଜକୁ ନେଇ ପୋଲିସ ଭୂମିକା ଉପରେ ପ୍ରଶ୍ନ କରିଛି ସ୍ୱେଚ୍ଛାସେବୀ ସଂଗଠନ ।

ବାଘମାରି ଗ୍ରାମର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀକୁ ୭ ବର୍ଷ ତଳେ ପ୍ରେମ ବିବାହ କରି ଭୁବନେଶ୍ଵରରେ ରହୁଥିଲେ । ହେଲେ 2022 ଜୁନ 13 ତାରିଖରୁ ସେମାନଙ୍କ ସଂସାରରେ ଆରମ୍ଭ ହେଲା ଝଡ । ଅଶୋକ ପିଙ୍କିଙ୍କୁ ଛାଡି କେଉଁଆଡ଼େ ଚାଲିଯିବା ପରେ ସ୍ବାମୀକୁ ନ ପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପିଙ୍କି । କିନ୍ତୁ ନ୍ୟାୟ ପାଇଲେ ନାହିଁ । ଶେଷରେ ଖୋଜିଖୋଜି କରିବା ପରେ ଆସି ଅଶୋକଙ୍କ ଗ୍ରାମ ବାଘମାରିରେ ପହଞ୍ଚି ଗତବର୍ଷ ଡିସେମ୍ବର 26 ତାରିଖରେ ଧାରଣାରେ ବସିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.