ETV Bharat / state

ଧୂପକାଠି ବ୍ୟବସାୟ ଦେଇଛି ପରିଚୟ, ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

author img

By

Published : Sep 6, 2022, 1:58 PM IST

ଦୃଢ଼ ଇଛାଶକ୍ତି ବଳରେ ଗୋଟିଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଜି ସ୍ୱାବଲମ୍ବୀ ହେବା ସହ ଗାଁର ୩୦ଜଣ ମହିଳାଙ୍କୁ ରୋଜଗାର କ୍ଷମ କରାଇ ପାରିଛନ୍ତି । ଅଧିକ ପଢନ୍ତୁ

ଧୂପକାଠି ବ୍ୟବସାୟ ଦେଇଛି ପରିଚୟ
ଧୂପକାଠି ବ୍ୟବସାୟ ଦେଇଛି ପରିଚୟ

ଖୋର୍ଦ୍ଧା: ସମୟ ସହ ତାଳ ଦେଇ ସବୁକିଛି ବଦଳୁଛି । ମହିଳାଙ୍କ ଆର୍ଥିକ ସ୍ଥିତି ସୃଦୁଢ ହେବା ସହ ସେମାନା ସ୍ବାବଲମ୍ବୀ ହୋଇଛନ୍ତି । ଦୃଢ଼ ଇଛାଶକ୍ତି ଓ କିଛି କରି ଦେଖାଇବାର ଜୋସ ବଳରେ ଏକ ମହିଳା ଗୋଷ୍ଠୀ ଆଜି ସ୍ୱାବଲମ୍ବୀ ହେବା ସହ ଗାଁର ୩୦ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି । ମହିଳା ଗୋଷ୍ଠୀର ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରୟାସ କରିଛି ଓରମାସ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଲତରା ଅଞ୍ଚଳର ଯାଜ୍ଞସେନୀ ପ୍ରଡ୍ୟୁସର ଗ୍ରୁପ କଥା ଯେଉଁଠି ମହିଳା ଓ ଯୁବତୀ ସରକାରୀ ସହାୟତାକୁ ଉପଯୋଗ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଧୂପକାଠି ବ୍ୟବସାୟ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଯୁବତୀ ଓ ମହିଳାଙ୍କୁ ଆତ୍ମନିର୍ଭର କରୁଛି ଧୂପକାଠି ବ୍ୟବସାୟ । ମେସିନ୍ ସାହାଯ୍ୟରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି ମହିଳା । ଘର କାମ ସାରି କିଛି ରୋଜଗାର କରିବା ଆଶାରେ ମହିଳାମାନେ ଏକାଠି ହୋଇ ଏହି କାମରେ ମନୋନିବେଶ କରିଛନ୍ତି । କିଏ ଧୂପକାଠି ପ୍ରସ୍ତୁତ କରୁଛି ତ ପୁଣି କିଏ ଏହାକୁ ପ୍ୟାକିଂ କରୁଛି ତ ଆଉ କିଏ ଧୂପକାଠିରେ ଅତର ଦେଇ ପ୍ୟାକେଟ୍‌ କରୁଛି ।

ଧୂପକାଠି ବ୍ୟବସାୟ ଦେଇଛି ପରିଚୟ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡିଆପଲ୍ଳୀ ପଞ୍ଚାୟତର ସାଲତରା ଗାଁର ଯାଜ୍ଞସେନୀ ପ୍ରଡ୍ୟୁସର ଗ୍ରୁପ 2017 ମସିହାରୁ ଏଭଳି ଏକ ସୁନ୍ଦର ପ୍ରୟାସ ଆରମ୍ଭ କରି ମହିଳାଙ୍କୁ ଆତ୍ମନିର୍ଭର କରାଇଛନ୍ତି । ଦୃଢ ମନୋବଳ ଏବଂ ଆଗକୁ ବଢିବାର ସ୍ୱପ୍ନ 30ଜଣ ମହିଳା ଓ ଯୁବତୀଙ୍କୁ ସଫଳ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି । ଯାହାଦ୍ୱାରା ଆର୍ଥିକ ଓ ସାମାଜିକସ୍ତରରେ ସଶକ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଚିକିତ୍ସା ପରେ ବି ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ମାଲିପୁଟର ମିଥୁନ

ପ୍ରଥମେ ହାତରେ ମହିଳାମାନେ ଧୂପକାଠି ପ୍ରସ୍ତୁତ କରୁଥିଲେ । ପରେ ଓଡିଶା ଜୀବିକା ମିଶନ ସହାୟତାରେ 3ଲକ୍ଷ 90 ହଜାର ଟଙ୍କାର ସହାୟତା ନେଇ ଆରମ୍ଭ କରିଥିଲେ ଧୂପକାଠି ବ୍ୟବସାୟ । ଏହି ବ୍ୟବସାୟ ଏବେ ମାସକୁ 12ଟନ ଧୂପକାଠି ପ୍ରସ୍ତୁତ କରି ମାସକୁ 10ଲକ୍ଷ ଟଙ୍କାରେ ରୋଜଗାର କରୁଛି ଯାଜ୍ଞସେନୀ ପ୍ରଡ୍ୟୁସର ଗ୍ରୁପ । ପ୍ରସ୍ତୁତ ହେଉଥିବା ଧୂପକାଠି ଓରମାସର ବିଭିନ୍ନ ଅଞ୍ଚଳରେ ହେଉଥିବା ଷ୍ଟଲରେ ବିକ୍ରି ହେବା ସହ ବଳକାକୁ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଆଇଟିସି କିଣି ନେଉଛି ।

ଏହା ସହିତ ୟୁନିଟରୁ ପ୍ରସ୍ତୁତ ହେଉଥିବା ଧୁପକାଠି ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି । ୟୁନିଟ୍ ନିକଟକୁ ବ୍ୟବସାୟୀ ମାନେ ଆସି ସାମଗ୍ରୀ ଗୁଡ଼ିକୁ କିଣି ନେଉଛନ୍ତି ବ୍ୟବସାୟୀ । ଧୂପକାଠି ସମ୍ପୂର୍ଣ୍ଣ କେମିକାଲ ମୁକ୍ତ । ଏହାଛଡା ଝୁଣା ଓ ଗୁଗୁଳବତୀ ମଧ୍ୟ ପ୍ରସ୍ତୁତ ହେଉଛି । ସାରା ରାଜ୍ୟରେ ଗ୍ରୁପ ଦ୍ବାରା ପ୍ରସ୍ତୁତ ଧୂପକାଠୀର ଚାହିଦା ରହିଛି । ଧୂପକାଠି ଆମ ସଂସ୍କୃତି ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଯାହାକୁ ଲକ୍ଷ୍ୟ ରଖି ଆରମ୍ଭ ହୋଇଥିବା ଏହି ଗ୍ରୁପ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.