ETV Bharat / state

ମହାଳୟାରେ ଅଘଟଣ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ । ମହାଳୟାରେ ଘର ସଫା କରୁଥିବାବେଳେ ଫ୍ୟାନ ଲଗାଇବା ସମୟରେ ବିଦ୍ୟୁତ ଆଘାତରେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ପଞ୍ଚାୟତ ବୋଡଙ୍ଗରା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

women died in electric shock in khordha
ମହାଳୟାରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
author img

By

Published : Sep 25, 2022, 1:02 PM IST

Updated : Sep 25, 2022, 1:17 PM IST

ଖୋର୍ଦ୍ଧା: ମହାଳୟାରେ ଅଘଟଣ । ପିତୃ ପୁରୁଷଙ୍କୁ ଘରେ ଶ୍ରାଦ୍ଧ ଦେବା ପାଇଁ ଚାଲିଥିଲା ପ୍ରସ୍ତୁତି । ଏହି ସମୟରେ ଟେବୁଲ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ଼ପୋଖରିଆ ପଞ୍ଚାୟତ ବୋଡଙ୍ଗରା ଗ୍ରାମରେ । ମୃତ ମହିଳାଙ୍କ ନାମ ରୀତା ମହାପାତ୍ର ବୋଲି ଜଣାପଡ଼ିଛି ।

ମହାଳୟାରେ ଅଘଟଣ

ରୀତା ଶ୍ରାଦ୍ଧ ଦେବା ପାଇଁ ଘରେ ପାଣି ଢାଳି ସଫା କରୁଥିଲେ । ଏହି ସମୟରେ ଘର ଶୁଖାଇବା ପାଇଁ ଟେବୁଲ ଫ୍ୟାନ ଲଗାଇବା ବେଳେ ହଠାତ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ରୀତା ଗୁରୁତର ହୋଇଥିଲେ । ପରିବାର ଲୋକେ ରୀତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନେଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବେଗୁନିଆ ଅଞ୍ଚଳରୁ ଗୋମାଂସ ଭର୍ତ୍ତି ଟ୍ରକ୍‌ ଜବତ

ମୃତ ରୀତାଙ୍କର ଛୋଟ ଛୋଟ ୩ଟି କନ୍ୟା ଅଛନ୍ତି । ତିନୋଟି ପିଲାଙ୍କୁ ନେଇ କେମିତି ଚଳିବେ ସ୍ବାମୀ। ସେନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଏବଂ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ରୀତାଙ୍କ ଅକାଳ ବିୟୋଗରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ନିରାକାରପୁର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ କେସ ନମ୍ବର ୧୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 25, 2022, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.