ETV Bharat / state

ମମତା ଓ ଆର୍ଶୀବାଦ ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି: ମହିଳା ଓ ଶିଶୁ ବିକାଶ ସଚିବ - ମହିଳା ଓ ଶିଶୁ ବିକାଶ ବିଭାଗ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରବର୍ତ୍ତୀ ରିପୋର୍ଟ କାର୍ଡ ପ୍ରଦାନ କଲେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୋଭା ଶର୍ମା । ବିଶେଷ ଭାବରେ ରାଜ୍ୟ ସରକାରଙ୍କ ମମତା ଓ ଆର୍ଶୀବାଦ ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ପରବର୍ତ୍ତୀ ପ୍ରେସ୍‌ମିଟ୍‌

author img

By

Published : May 31, 2023, 8:41 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମୀକ୍ଷା ବୈଠକ ପରେ ମହିଳା ଓ ଶିଶୁ ବିକାଶ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ବିଭାଗୀୟ ସଚିବ ଶୋଭା ଶର୍ମା । ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ କହିଛନ୍ତି, ଅନଙ୍ଗବାଡ଼ି ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇଛି । ରାଜ୍ୟର ୨ ହଜାର ୮୩୬ଟି ମିନି ଅନଙ୍ଗବାଡ଼ି ସେଣ୍ଟରକୁ ମୁଖ୍ୟ ଅନଙ୍ଗବାଡ଼ି ସେଣ୍ଟରରେ ପରିଣତ କରାଯାଇଛି । ଏହି ଅଙ୍ଗନବାଡ଼ି କ୍ଷେତ୍ରରେ ଜଣେ କର୍ମୀ ସହ ଜଣେ ସହାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ୨ ହଜାର ୮୩୬ଟି ଅଙ୍ଗନବାଡ଼ି ସେଣ୍ଟରରେ ୧୧୪ ଜଣ ମହିଳା ସୁପରଭାଇଜର ନିଯୁକ୍ତି ଦିଆଯିବ । ଏହାସହ ଅଙ୍ଗନବାଡ଼ିରେ ମୋ ବଗିଚା, ମୋ ରୋଷେଇ ଘର ପିଲାଙ୍କୁ ଭିଟାମିନ ଖାଦ୍ୟ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ସେବା ଯୋଜନାରେ ୧୦୮ଟି ନୂଆ ପଦବୀ ମଞ୍ଜୁର ହୋଇଛି । CDPOଙ୍କ ସ୍ତରରେ ୯୩ଟି ପଦବୀକୁ ପ୍ରୋଗ୍ରାମ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେହିପରି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ମମତା ଓ ଆର୍ଶୀବାଦ ଯୋଜନା ବେଶ ସଫଳ ହୋଇଥିବା ବିଭାଗ କହିଛି । ମମତା ଯୋଜନାରେ ୫୬.୮୨ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୁତି ମାନେ ଉପକୃତ ହୋଇଛନ୍ତି । 5T ମାଧ୍ୟମରେ ଆଗକୁ ମମତା ଯୋଜନାରେ ମହିଳାମାନଙ୍କୁ ସହଜରେ ସୁବିଧା ଯୋଗାଇ ଦେବାପାଇଁ ଇ-ମମତା 2.0 ଏକ ମୋବାଇଲ ଆପ୍‌ ଆରମ୍ଭ କରାଯାଇଛି ।

ସେହିଭଳି NFHS-2ରୁ NFHS-5 ସର୍ଭେ ରିପୋର୍ଟରେ ଅପପୁଷ୍ଟି ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ୨୦୨୨ ନଭେମ୍ବର ମାସରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ସଫଳ ପରୀକ୍ଷଣ ପରେ ଗୋଷ୍ଠୀ ଭିତ୍ତିକ କୁପୋଷଣକୁ ଦୂର କରିବାରେ ସହାୟକ ହେଉଛି । ଉନ୍ନତ ପୋଷଣ ସୂଚକ କ୍ଷେତ୍ରରେ ଶିଶୁ ଖାଦ୍ୟ ଅଭ୍ୟାସ ମିଳିତ ମାନ୍ୟତାରେ ଓଡିଶା ଦେଶର ଶ୍ରେଷ୍ଠରାଜ୍ୟ । ମୋ ସରକାର କାର୍ଯ୍ୟକ୍ରମରେ ୨୬ ହଜାର ୩୭୫ରୁ ଅଧିକ ମମତା ହିତାଧିକାରୀଙ୍କ ସହ ଫୋନ୍‌ ଯୋଗାଯୋଗରେ ମତାମତ ନିଆଯାଇଛି । ସେହିପରି ବିଶେଷ ଯତ୍ନ ନିଆଯାଉଥିବା ପିଲାଙ୍କ ପାଇଁ ଆର୍ଶୀବାଦ ଯୋଜନାରେ ୨୦୨୩ ମାର୍ଚ୍ଚ ସୁଦ୍ଧା ୫୧ ହଜାର ୧୩୦ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏଥିରେ ଆହୁରି ମଧ୍ୟ ୪୯ ହଜାର ୨୫ ଏକକ ପିତାମାତା ରହିତ ସନ୍ତାନ ଏବଂ ୨ ହଜାର ୧୦୫ ପିତାମାତା ବିହୀନ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.