ଖୋର୍ଦ୍ଧା: ମହିଳା ଦେଖାଇଲେ ସାହସିକତା । ଉପସ୍ଥିତ ବୁଦ୍ଧି ଖଟାଇ ଲୁଟେରା କବଳରୁ ବର୍ତ୍ତିଗଲେ । କେବଳ ସେତିକି ନୁହେଁ ଲୋକଙ୍କ ହାତରେ ଧରାଇଦେଲେ ଲୁଟେରାକୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟରେ ।
ସୂଚନା ଅନୁଯାୟୀ ଟାଙ୍ଗୀ ଥାନା ପାରିଓରଡ ପଞ୍ଚାୟତର ଲକ୍ଷ୍ମୀଧରପୁର ଗାଁର ବିମିଳା ଦେଇ । ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଇ ଅଟୋରେ ଘରକୁ ଫେରୁଥିଲେ । ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଲୁଟେରା ତାଙ୍କ ପିଛା କରିଥିଲା ଏବଂ ହାତରେ ଧରିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲା । ଏହାପରେ ମହିଳା ଜଣକ ନିଜ ବୁଦ୍ଧି ଖଟାଇ ପାଟି କରି ଲୁଟେରାଙ୍କୁ କାବୁ କରିଥିଲେ । ସେପଟେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ବାଇକ ସହ ଲୁଟେରାକୁ ସ୍ଥାନୀୟ ଲୋକଙ୍କ କବଳରୁ ଉଦ୍ଧାର କରି ଗିରଫ କରିଛି । ଲୁଟେରାକୁ ମାଡ ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ