ETV Bharat / state

ଟ୍ରେନରେ ଚଢି ନେଉଥିଲେ ସେଲ୍‌ଫି, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବତୀ ଗୁରୁତର

author img

By

Published : Dec 1, 2022, 1:03 PM IST

ତାପଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନରେ ଚଢି ସେଲ୍ଫି ନେବାବେଳେ ଲାଗିଲା ବିଦ୍ୟୁତ୍‌ ତାର । ଗୁରୁତର ଭାବେ ଯୁବତୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ମାଲବହୀ ଟ୍ରେନରେ ଚଢି ସେଲ୍ଫି ପଡିଲା ମହଙ୍ଗା
ମାଲବହୀ ଟ୍ରେନରେ ଚଢି ସେଲ୍ଫି ପଡିଲା ମହଙ୍ଗା

ଖୋର୍ଦ୍ଧା: ରୋଡ୍ ରେଳବାଇ ତାପଙ୍ଗ ଷ୍ଟେସନରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ମାଲବାହୀ ଟ୍ରେନରେ ଚଢି ସେଲ୍ଫି ନେବା ମହଙ୍ଗା ପଡିଛି ଯୁବତୀଙ୍କୁ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବତୀ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ମାଲବହୀ ଟ୍ରେନରେ ଚଢି ସେଲ୍ଫି ପଡିଲା ମହଙ୍ଗା

ସୂଚନାଅନୁସାରେ, ପ୍ରାତଃ ଭ୍ରମଣରେ ଜଣେ ଯୁବତୀ ଷ୍ଟେସନ ମଧ୍ୟରେ ବୁଲିବା ସମୟରେ ସେଠାରେ ଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢିଯାଇଥଲା । ଏହା ଦେଖି ଲୋକମାନେ ବାରଣ ସତ୍ତ୍ୱେ ଟ୍ରେନ ଉପରେ ସେଲ୍ଫି ନେଇଥବା ସମୟରେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଶରୀରର ଅଧିକାଂଶ ଅଶଂ ପୋଡ଼ି ଯାଇଥିବା ଜଣାପଡଛି ।

ଏହା ମଧ୍ୟ ପଢନ୍ତୁ: ସାବାଡ ହେବେ ରୋମିଓ, ମହିଳାଙ୍କୁ ଅସଦାଚରଣ କଲେ ମାରିବ କରେଣ୍ଟ ଝଟକା

ତେବେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁନେଶ୍ବରସ୍ଥିତ ଏମ୍ସ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଯୁବତୀ ସେଲଫ୍ ନା ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହେଇନି । ଏଭଳି ଏକ ଭିଡିଓ ଆଜି ସକାଳୁ ଗୋଟିଏ ପରେ ଆଉ ଏକ ମୋବାଇଲରେ ବୁଲିବାର ଲାଗିଛି । ଏହି ଘଟଣା ପରେ ରେଳବାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଯୁବତୀ ନାମ ସିପା ସାହୁ ଓ ବାପାଙ୍କ ନାମ ବିଜୁଳି ସାହୁ ଏବଂ ଘର ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମ ହେଇଥବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.