ETV Bharat / state

ସ୍ତ୍ରୀର ମାନ୍ୟତା ପାଇବା ଦାବି, ମହିଳାଙ୍କ ଧାରଣା ଜାରି - ଶ୍ବଶୁର ଘର ଆଗରେ ଧାରଣା ଦେଇଛନ୍ତି ମହିଳା

ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ଶ୍ବଶୁର ଘର ଆଗରେ ଧାରଣା ଦେଇଛନ୍ତି ମହିଳା । ଅଧିକ ପଢ଼ନ୍ତୁ

woman protest in front of father in laws house in khordha
ସ୍ତ୍ରୀର ମାନ୍ୟତା ପାଇବା ଦାବି, ଦ୍ବିତୀୟ ଦିନରେ ମହିଳାଙ୍କ ଧାରଣା ଜାରି
author img

By

Published : Nov 27, 2022, 2:06 PM IST

ଖୋର୍ଦ୍ଧା: ହକ ପାଇଁ ଶ୍ବଶୁର ଘର ଆଗରେ ମହିଳାଙ୍କ ଧାରଣା । ସ୍ବାମୀକୁ ଫେରିପାଇବା ଏବଂ ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ପିଙ୍କି ବେହେରାଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ଶନିବାର ଅପରାହ୍ନରୁ ପିଙ୍କି ବାଘମାରୀ ସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଦେଇଥିବା ବେଳେ ବାଘମାରୀ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଛି ।

ସ୍ତ୍ରୀର ମାନ୍ୟତା ପାଇବା ଦାବି

ପୋଲିସ ସୁରକ୍ଷା ସତ୍ତ୍ବେ ଆଜି ସକାଳୁ ପିଙ୍କିଙ୍କ ମୋବାଇଲ କିଏ ଚୋରି କରିନେଇଥିବା ସେ ଅଭିଯୋଗ କରିଛନ୍ତି । ମୋବାଇଲ ସହ ଦୁଇ ହଜାର ଟଙ୍କା ଓ ଆଧାରକାର୍ଡ ଧାରଣା ସ୍ଥଳରୁ କିଏ ଚୋରି କରି ନେଇଥିବା ପିଙ୍କି କହିଛନ୍ତି । ଗତକାଲି ଠାରୁ ନିଜ ହକ ଦାବିରେ ଧାରଣା ଜାରି ରଖିଛନ୍ତି ପିଙ୍କି । ଅନ୍ୟପଟେ ଶ୍ବଶୁର ଘର ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତାଙ୍କ ଘର ଆଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ପାଇଁ ମହିଳା ପୋଲିସ ଯୋଗାଇ ଦିଆଯାଇଛି । ସେପଟେ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ଘଟଣାର ପୋଲିସ ତଦନ୍ତ ଜାରି ରଖିଛି । ପିଙ୍କିଙ୍କ ଫୋନ ତାଙ୍କ ଦିଅର ଚୋରି କରିଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.