ETV Bharat / state

ମାଣବସା ମାର୍କେଟିଂ କରି ଫେରୁଥିଲେ, ଚାପି ଦେଲା ବିଏମସି ଅଳିଆ ବୋଝେଇ ଟ୍ରକ - BMC ଅଳିଆ ଗାଡ଼ି ଧକ୍କାରେ ମହିଳା ମୃତ

ରାଜଧାନୀରେ ଅଭାବନୀୟ ଘଟଣା । BMC ଅଳିଆ ଗାଡ଼ି ଧକ୍କାରେ ମହିଳା ମୃତ । ବୁଧବାର ଅପରାହ୍ନରେ ଭିଏସଏସ ନଗର ଅଳିଆ ଗଦା ନିକଟରେ ଘଟିଛି ଏଭଳି ଅଘଟଣ । ଅଧିକ ପଢ଼ନ୍ତୁ

ମାଣବସା ମାର୍କେଟିଂ କରି ଫେରୁଥିଲେ, ଚାପି ଦେଲା ବିଏମସି ଅଳିଆ ବୋଝେଇ ଟ୍ରକ

author img

By

Published : Nov 30, 2022, 10:45 PM IST

Updated : Nov 30, 2022, 11:03 PM IST

ଭୁବନେଶ୍ବର : ରାଜଧାନୀରେ ଅଭାବନୀୟ ଘଟଣା । BMC ଅଳିଆ ଗାଡ଼ି ଧକ୍କାରେ ମହିଳା ମୃତ । ବୁଧବାର ଅପରାହ୍ନରେ ଭିଏସଏସ ନଗର ଅଳିଆ ଗଦା ନିକଟରେ ଘଟିଛି ଏଭଳି ଅଘଟଣ (woman died after hit by a BMC dustbin van)। ଆସନ୍ତାକାଲି ମାଣବସା ପାଇଁ ମାର୍କେଟିଂ କରି ଦୁଇଜଣ ମହିଳା ଫେରୁଥିବା ବେଳେ ଭିଏସଏସ ନଗର ମନ୍ଦିର‌ ସାମ୍ନାରେ ମହିଳାଙ୍କ ଉପରକୁ ଚଢ଼ିଯାଇଥିଲା ବିଏମସିର ଅଳିଆ ବୋଝେଇ ଟ୍ରକ ( BMC dustbin van in VSS nagar )।

ମାଣବସା ମାର୍କେଟିଂ କରି ଫେରୁଥିଲେ, ଚାପି ଦେଲା ବିଏମସି ଅଳିଆ ବୋଝେଇ ଟ୍ରକ

ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ହେଲେ ଭିଏସଏସନଗର କଲ୍ୟାଣୀ ବସ୍ତିର ସୁକାନ୍ତି ନାୟକ । ଅନ୍ୟ ଜଣେ ମହିଳା ମୃତ ସୁକାନ୍ତି ନାୟକଙ୍କ ପୋଡ଼ଶୀ ବୋଲି ଜଣାପଡିଛି । ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହାତ ମହିଳାଙ୍କୁ ନେଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଏହି ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପରିବାର ଲୋକ ମୃତଦେହକୁ ରାସ୍ତାରେ ରଖି ସଠିକ୍ ତଦନ୍ତ ଓ କ୍ଷତିପୂରଣ ଦାବି କରିଛନ୍ତି ।

ରାଜଧାନୀରେ ଅଳିଆ ବୋଝେଇ ଟ୍ରକ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି । ଯାହାକୁ ନେଇ ଭିଏସଏସ ନଗରରେ ଉତ୍ତେଜନା‌ ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ କରିଛନ୍ତି । ଘଟଣାସ୍ଥଳରେ ସହିଦନଗର ଓ ମଞ୍ଚେଶ୍ଵର ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ରଖିଛନ୍ତି ।

ଅନ୍ୟପଟେ ପୁଲିସ୍ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ସେମାନଙ୍କୁ ପୋଲିସ ଗିରଫ କରିବ ବୋଲି ସୂଚନା ଦେଇଛନ୍ତି ସହିଦନଗର ଥାନା ଅଧିକାରୀ କହିଛନ୍ତି । BMC ର ଗାଡ଼ି ଚାଳକଙ୍କ ମନମୁଖି ପାଇଁ କିଛିଦିନ ପୂର୍ବରୁ ଚନ୍ଦକା ଅନ୍ଧାରୁଆ ଅଞ୍ଚଳ 2 ଜଣକ ଜୀବନ ଯାଇଥିଲା ।

ପୁଣି ଥରେ ଭିଏସଏସ ନଗରରେ ଜଣଙ୍କର ଜୀବନ ନେଲା ବିଏମସି ଗାଡି । ଖାଲିସେତିକି ନୁହେଁ ଗାଡ଼ିର ରେଜିଷ୍ଟେସନ ଅବଧି ଶେଷ ପରେବି BMC ରାସ୍ତାରେ କେମିତି ବିନା ଫିଟନେସ ଥିବା ଗାଡି ଚଳାଉଛି । BMC ର ମନମୁଖୀ କାର୍ଯ୍ୟ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ସାଧାରଣ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି । ତେବେ ଏନେଇ ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2022, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.