ETV Bharat / state

ରାଜଧାନୀରୁ ଲେଡି କୁଇନକୁ ବାନ୍ଧିଲା ପୋଲିସ, ଅନଲାଇନରେ ଦେଉଥିଲା କଲଗାର୍ଲ ଅଫର - ରାଜଧାନୀରୁ ଲେଡି କୁଇନକୁ ବାନ୍ଧିଲା ପୋଲିସ

ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ ମୋହରା କରି ଟଙ୍କା ଲୁଟୁଥିଲା ଲେଡି କୁଇନ । ବାନ୍ଧିଲା ସାଇବର ଥାନା ଟିମ । ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ । ଅଧିକ ପଢ଼ନ୍ତୁ

ରାଜଧାନୀରୁ ଲେଡି କୁଇନ୍କୁ ଧରିଲା ପୋଲିସ୍
ରାଜଧାନୀରୁ ଲେଡି କୁଇନ୍କୁ ଧରିଲା ପୋଲିସ୍
author img

By

Published : Mar 23, 2023, 8:46 AM IST

Updated : Mar 23, 2023, 9:26 AM IST

ରାଜଧାନୀରୁ ଲେଡି କୁଇନ୍କୁ ଧରିଲା ପୋଲିସ୍

ଭୁବନେଶ୍ବର: ଅନଲାଇନରେ ଦେଉଥିଲା କଲଗାର୍ଲ ଅଫର । ଅଜଣା ଲୋକଙ୍କୁ ଫୋନ କରି ନିଜର ସୁମଧୁର କଣ୍ଠରେ ଲୋକଙ୍କୁ ଫସାଉଥିଲା । ତାପରେ ଯୁବତୀ ଯୋଗାଇବା ଆଳରେ କରୁଥିଲା ଠକେଇ । ଯୁବତୀ ପିଛା ରେଟ ଫିକ୍ସ ସହ ହୋଟେଲ ବା ସ୍ପଟ୍ ଏବଂ କାର ବୁକ୍ ପାଇଁ ଅଲଗା ଚାର୍ଜ କହି ଟଙ୍କା ଠକିନେଉଥିଲେ । ପୋଲିସ ଆଖିରେ ଚକମା ଦେଇ ଫେରାର ଥିବା ଲେଡି କୁଇନକୁ ଏବେ ଧରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ନୟାପଲ୍ଲୀରୁ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ଟିମ । ଗତକାଲି(ବୁଧବାର) ଅନଲାଇନ ଏସକର୍ଟ ସର୍ଭିସ ରାକେଟର ଖୁଲାସା କରିଛି କମିଶନରେଟ ପୋଲିସ ।

ଖବରମୁତାବକ, ଯୁବତୀ ଚାଲାଣ ବା କଲଗାର୍ଲରେ ଲୋଭ ଦେଖାଇ ଅନଲାଇନ ଯୋଗେ ଲୋକଙ୍କୁ ଠକୁଥିଲା ଏହି ଗ୍ୟାଙ୍ଗ । ବିଶେଷ କରି ଫୋନ କଲ୍ ଆଟେଣ୍ଡ କରି ଗ୍ରାହକଙ୍କୁ ଯୁବତୀ ଚାଲାଣ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଫସାଯାଉଥିଲା । ତେବେ ପୂର୍ବରୁ ଏହି ରାକେଟକୁ ପୋଲିସ ଠାବ କରିଥିବା ନେଇ ଜୋନ ୫ ଏସିପି ସଜୀବ ଶତପଥି ସୂଚନା ଦେଇଛନ୍ତି । ଏସକର୍ଟ ସର୍ଭିସ ଦେବା ନାଁରେ ଠକେଇ କରୁଥିବା ସାଇବର ଗ୍ୟାଙ୍ଗକୁ ପୋଲିସ ଗିରଫ କରିଥିଲା । ଏହି ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ ସାଇବର ଥାନା ପୋଲିସ ଗିରଫ କରିଥିଲା । କିନ୍ତୁ ସେବେ ଠାରୁ ଏହି ଯୁବତୀ ଜଣକ ଫେରାର ଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ବେଳେ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସର ସୂଚନା ମୁତାବକ,"ଏମାନେ ବିଶେଷ କରି ଭୁବନେଶ୍ୱରରେ ଅପରେଟ କରୁଥିଲେ । କୋଭିଡ ସମୟରେ ଏମାନଙ୍କ ରାକେଟ ସକ୍ରିୟ ହୋଇଥିଲା । ଯୁବତୀ ଚାଲାଣ ବା କଲଗାର୍ଲ ଯୋଗାଇବା ଆଳ ଦେଖାଇ ଅନଲାଇନରେ ଲୋକଙ୍କୁ ଠକୁଥିଲେ । ଏନେଇ ବିଭିନ୍ନ ଗ୍ରୁପରେ ଏକ ଆଡଭର୍ଟାଇଜ ଭଳି ନମ୍ବର ସର୍କୁଲେଟ କରୁଥିଲେ । ଅନଲାଇନ ଏସକର୍ଟ ସର୍ଭିସ ଗୁଗୁଲ ସର୍ଚକଲଏ ଏମାନଙ୍କ ନମ୍ବର ଆସୁଥିଲା । ଆଉ ଯୋଗାଯୋଗ ପରେ ବିଭିନ୍ନ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହାକଙ୍କ ଆକୃଷ୍ଟ କରୁଥିଲେ । ପରେ ସେମାନଙ୍କୁ ସର୍ଭିସ ନେବା ପାଇଁ ହୋଟେଲ ବା ଲୋକେସନ ବୁକ୍ କରିବାକୁ ଅଫର୍ ଦେଉଥିଲେ । ଏଥିପାଇଁ ଯୁବତୀ ପିଛା ରେଟ ଫିକ୍ସ ସହ ହୋଟେଲ ବା ସ୍ପଟ୍ ଏବଂ କାର ବୁକ୍ ପାଇଁ ଅଲଗା ଚାର୍ଜ କହି ଟଙ୍କା ଠକିନେଉଥିଲେ । କିନ୍ତୁ ଟଙ୍କା ନେବାପରେ କୌଣସି ଯୁବତୀ ଯୋଗାଉନଥିଲେ । ଲୋକ ଲଜ୍ଜା ଭୟରେ ଏନେଇ ଥାନାରେ ରିପୋର୍ଟ ହେଉନଥିଲା ।"

ଏହା ମଧ୍ୟ ପଢନ୍ତୁ: ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ଏହା ମଧ୍ୟ ପଢନ୍ତୁ: ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମି, ଖୁଲାସା କଲା ଠକର ପତ୍ନୀ

ଏନେଇ ଏକ ଅନୁସନ୍ଧାନ ମୂଳକ ଖବର‌ପ୍ରସାରଣ କରିଥିଲା ‘‘ଇଟିଭି ଭାରତ’’ । ଠକେଇ କରୁଥିବା ଠକ ଯିଏକି ଏହାର ମାଷ୍ଟର ମାଇଣ୍ଡ ସୁଶାନ୍ତ ପାତ୍ର ଓରଫ ବାବୁ ପାତ୍ରର ପତ୍ନୀ ଏନେଇ ଖୁଲାସା କରିଥିଲେ । ଖବର ପ୍ରସାରଣ ପରେ ଅନେକ ଲୋକ ଲଜ୍ଜାକୁ ନ ଡରି ସାଇବର ଥାନାରେ ଅଭିଯୋଗ କରିଥିଲେ । ପରେ ଖବର ପ୍ରସାରଣର ୧ବର୍ଷ ପରେ ଅର୍ଥାତ୍ ଗତ ବର୍ଷ ଅକ୍ଟୋବର ମାସରେ ଏମାନଙ୍କ ରାକେଟର ୫ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 23, 2023, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.