ETV Bharat / state

ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ: ୨୯ରେ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ - ୨୯ରେ ଆଉ ଏକ ଘୂର୍ଣ୍ଣିବଳୟ

ଆଜି ଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି ।

withdrawl of monsoon begins
ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ
author img

By ETV Bharat Odisha Team

Published : Sep 25, 2023, 8:57 PM IST

ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉତ୍ତର ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଏହି ସବୁ ଅଞ୍ଚଳର କିଛି ସ୍ଥାନରୁ ଅପସାରଣ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଏନେଇ ୨୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୯ ତାରିଖ ବେଳକୁ ରାଜ୍ୟର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୨୭ ଓ ୨୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ସୂଚନା ଦିଆଯାଇଛି । ପର ପୁଣି ଥରେ ୨୯ ତାରିଖରେ ବର୍ଷାର ପରିମାଣ ବଢିବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । କାରଣ ୨୯ ତାରିଖ ବେଳକୁ ରାଜ୍ୟର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ସୁଦରଗଡ଼ର ବଣାଇଗଡରେ ରାଜ୍ୟରେ ସର୍ବାଧିକ ୫୨.୦ ମିଲିମିଟର ରେକର୍ଡ କରାଯାଇଛି ।

ଏହା ବି ପଢନ୍ତୁ...ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ

ଚଳିତ ମୌସୁମୀରେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୦୯୦ .୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୩ ପ୍ରତିଶତ କମ୍ ରହିଥିବାବେଳେ ୧୧୨୫.୭ ମିଲିମିଟର ସ୍ୱାଭାବିକ ବର୍ଷା ରହିଥାଏ । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡା, ବୌଦ୍ଧ, ଢେଙ୍କାନାଳ ଆଦି 3 ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ନବରଙ୍ଗପୁର ଓ କେନ୍ଦ୍ରାପଡାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବିଶେଷ ଭବେ ସେପ୍ଟେମ୍ବରରେ ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.