ETV Bharat / state

ଖସିବ ରାତ୍ରି ତାପମାତ୍ରା, ବଢିବ ଶୀତ

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସକ୍ରିୟ ଥିବା ସହ ସକ୍ରିୟ ହେଉଛି ଉତ୍ତରା ପବନ । ଏଥିପାଇଁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଖସିବ ରାତ୍ରି ତାପମାତ୍ରା । ଅଧିକ ପଢନ୍ତୁ

author img

By

Published : Jan 5, 2023, 9:11 PM IST

winter cold to increase in odisha
winter cold to increase in odisha
winter cold to increase in odisha

ଭୁବନେଶ୍ବର: ଆଜିଠୁ ବଢିବ ଶୀତ । ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସକ୍ରିୟ ଥିବା ସହ ସକ୍ରିୟ ହେଉଛି ଉତ୍ତରା ପବନ । ଏଥିପାଇଁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଖସିବ ରାତ୍ରି ତାପମାତ୍ରା । ଯାହା ଫଳରେ ଅନୁଭୂତ ହେବ ଶୀତର ପ୍ରକୋପ । ତେବେ ଚଳିତ ବର୍ଷ ଶୀତ ଋତୁ ରେ ନାହିଁ ଶୀତର ପ୍ରକୋପ । ରାଜ୍ୟରେ ନାହିଁ ଉତ୍ତର ପବନ ସହ ପଶ୍ଚିମା ଝଡର ପ୍ରଭାବ । ଗାଆଁ ଗହଳିରେ କୁହାଯାଏ ମାଘ ମାସରେ ବାଘ ଶୀତ। ମାତ୍ର ଏବେ ପାଣିପାଗ, ପରିବେଶ ସବୁ କିଛି ବଦଳି ଯାଇଛି। ମାଘ ମ‌ାସରେ ଶୀତ ପ୍ରକୋପ କମିବା ଦ୍ବାରା ଲୋକେ ଗରମ ଅନୁଭବ କରୁଛନ୍ତି।ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରୁଥିବାରୁ ଗତ କିଛି ଦିନ ହେବ ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ପାଉଥିଲା ।

ସେହିପରି ବାୟୁମଣ୍ଡଳରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ଆଜିଠୁ ଶୀତ ବଢିବ। ଏଥିସହ ଓଡ଼ିଶାରେ ଘନ କୁହୁଡି ରହିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟାରେ କଟକରେ ୧୦୦ ମିଟର, ଅନୁଗୁଳରେ ୧୦୦ ମିଟର, ବଲାଙ୍ଗୀରରେ୧୫୦ ମିଟର ଘନକୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ମଧ୍ୟମ ଧରଣର କୁହୁଡି ଫୁଲବାଣୀ ରେ ୨୦୦ ମିଟର ଦୃଶ୍ୟମାନ ହୋଇଛି । ଏଥିସହ ହାଲୁକା କୁହୁଡି ଭବାନୀପାଟଣା ରେ ୭୦୦ ମିଟର, ବାରିପଦା ରେ ୭୦୦ ମିଟର,ସମ୍ବଲପୁର ରେ ୮୦୦ ମିଟର ଏବଂ ହୀରାକୁଦ ରେ୯୦୦ ମିଟର।

ଟ୍ୱିନସିଟି କଟକ ରେ ୧୫.୨ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ରେ ୧୫.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଖସିବ ରାତ୍ରି ତାପମାତ୍ରା । ଏହା ସହ ବଢିବ ଶୀତର ପ୍ରକୋପ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.