ETV Bharat / state

ବଢ଼ୁଛି ଶୀତର ପ୍ରକୋପ, ୯ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ - ରାଜ୍ୟରେ ବଢ଼ୁଛି ଶୀତ

ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଜିଲ୍ଲାର 9ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଅଧିକ ପଢ଼ନ୍ତୁ

winter cold increasing in Odisha as lowest temperature recorded in nine places
ବଢ଼ୁଛି ଶୀତର ପ୍ରକୋପ, ୯ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ
author img

By

Published : Nov 28, 2022, 8:32 PM IST

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଜିଲ୍ଲାର 9ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କୋରାପୁଟର ସେମିଳିଗୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସ ରହିଛି । ଏହାକୁ ନେଇ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେମିଳିଗୁଡ଼ାକୁ ଛାଡ଼ି ଜି ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀ ୮.୫ ଡିଗ୍ରୀ, ଦାରିଂବାଡି ୯.୫ ଡିଗ୍ରୀ, କୋରାପୁଟ ୯.୫ ଡିଗ୍ରୀ, କିରେଇ ୯.୫ ଡିଗ୍ରୀ, କେନ୍ଦୁଝର ୯.୬ ଡିଗ୍ରୀ, ଚିପିଲିମା ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା । ଏହାଛଡ଼ା ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ତାପମାତ୍ରା ଯଥାକ୍ରମେ ୧୪ ଡିଗ୍ରୀ ଓ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ ଦିନ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା କମିବ । ତା ସହିତ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତିର କେତେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.