ETV Bharat / state

ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ

author img

By

Published : Jul 28, 2023, 8:25 PM IST

ରାଜ୍ୟର ଜଣେ ଅଣଓଡିଆଙ୍କ ପତ୍ନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳର ବହୁ ମୂଲ୍ୟବାନ ଜମିକୁ ସାଗମାଛ ଦରରେ ଅକ୍ତିଆର କରିନେଇଥିବା ଦସ୍ତାବିଜ ସହ ଅଭିଯୋଗ ଆଣିଛନ୍ତି । ଖୁବଶୀଘ୍ର ଏ ଦିଗରେ ବଡ଼ ଖୁଲାସା କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ
ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ
ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ

ଖୋର୍ଦ୍ଧା: ରାଜ୍ୟରେ ଚାଲିଛି ଭିସି ସରକାର । ଲୋକ ମାନଙ୍କର ଭୋଟ ପାଇ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକ ମାନେ ଏବେ ଆଉ ଦେଖିବାକୁ ମିଳୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନି । କାଁଭାଁ ଭିସିରେ କାମ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭିନ୍ନ ଜିଲା ଗସ୍ତ କରୁଛନ୍ତି । ତୃତୀୟ ମହଲାର ନିର୍ଦ୍ଧିଷ୍ଟ କିଛି ଅଣଓଡିଆ ଅଫିସରଙ୍କ ହାତରେ ରାଜ୍ୟ ଶାସନ ଡୋରି । ଏଭଳି ଢଙ୍ଗରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

  • People have been complaining about one Kiruthika Prabhakaran buying patches of land in different places in Bhubaneswar.

    THIS IS VERY INTRIGUING !

    If such small patches are bought over with support from high & mighty, where will Odisha farmers go? To Chhattisgarh & Jharkhand? pic.twitter.com/G6N4ydkRi8

    — Aparajita Sarangi, Member of Parliament (@AprajitaSarangi) July 28, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ସଚିବ ନୁହେଁ ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବୁଝନ୍ତୁ: ଅପରାଜିତା ଷଡଙ୍ଗୀ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକ ମଣ୍ଡଳସ୍ତରୀୟ ବିଜେପି ସମାବେଶରେ ଯୋଗଦେଇ ଓଡିଶା ସରକାରଙ୍କୁ ଏହିଭଳି ସମାଲୋଚନା କରିବା ସହ କାଠଗଡାକୁ ଟାଣିଛନ୍ତି ଅପରାଜିତା । ଅପରାଜିତା କହିଛନ୍ତି, ‘‘ରାଜ୍ୟରେ ଚାଲିଛି ଭିସି ସରକାର । ଲୋକ ମାନଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକ ମାନେ ଏବେ ଆଉ ଦେଖିବାକୁ ମିଳୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନି । କାଁଭାଁ ଭିସିରେ କାମ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭିନ୍ନ ଜିଲା ଗସ୍ତ କରୁଛନ୍ତି । ତୃତୀୟ ମହଲାର ନିର୍ଦ୍ଧିଷ୍ଟ କିଛି ଅଣଓଡିଆ ଅଫିସରଙ୍କ ହାତରେ ରାଜ୍ୟ ଶାସନ ଡୋରି ।’’

  • People of my Bhubaneswar Constituency have told that there is a continuous effort to buy more and more land with government patronage. It is time we prevented non-Odias to buy out land using money earned from Odisha’s mines and minerals.

ସାଂସଦ ଅପରାଜିତା ବର୍ତମାନର ଶାସକ ଦଳର ଅନେକ ସାଂସଦ ଓ ମନ୍ତ୍ରୀଙ୍କର ଦୟନୀୟ ସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦେବା ସହିତ ରାଜ୍ୟରେ କିଭଳି ଅଭିଯୋଗ ଶୁଣାଣୀର ବିଫଳତା ଦେଖିବାକୁ ମିଳିଛି ସେ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । 23 ବର୍ଷ ସରକାରରେ ମାତ୍ର କିଛି ଦିନ ଜିଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 18ହଜାର ଅଭିଯୋଗ ପାଇବା ଘଟଣାକୁ ତୀବ୍ର ସମାଲୋଚନା କରିବା ସହିତ ଏହା ସରକାରଙ୍କ ଏକ ବଡ଼ ବିଫଳତା ଏବଂ ବ୍ଲକ ଠାରୁ ଜିଲା ପର୍ଯ୍ୟନ୍ତ ଲୋକଙ୍କର ଅଭିଯୋଗ ଶୁଣାଣୀ ପୂର୍ବରୁ ହେଉ ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି? କେବଳ ସେତିକି ନୁଁହ ରାଜ୍ୟର ବିଭିନ୍ନ ଯୋଜନାରେ ଓଡ଼ିଆ ସଂସ୍ଥା ମାନଙ୍କୁ ଅଣଦେଖା କରି ଅଣଓଡ଼ିଆ ସଂସ୍ଥା ବିଶେଷକରି ଚେନ୍ନାଇର କମ୍ପାନୀ ମାନଙ୍କୁ ଓଡ଼ିଶାର ବଡ଼ ବଡ଼ ପ୍ରକଳ୍ପ ଟେକି ଦିଆ ଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି । ଯାହାକି ଓଡ଼ିଶାର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡୁଥିବା ସେ ଦର୍ଶାଇଛନ୍ତି ।

ଏହାବି ପଢନ୍ତୁ- Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ତେବେ ସାଂସଦ ଏହି ଅବସରରେ ଏକ ସାଙ୍ଘାତିକ ଅଭିଯୋଗ ଆଣି ରାଜ୍ୟର ଜଣେ ଅଣଓଡିଆଙ୍କ ପତ୍ନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳର ବହୁ ମୂଲ୍ୟବାନ ଜମିକୁ ସାଗମାଛ ଦରରେ ଅକ୍ତିଆର କରିନେଇଥିବା ଦସ୍ତାବିଜ ସହ ଅଭିଯୋଗ ଆଣିଛନ୍ତି । ଖୁବଶୀଘ୍ର ଏ ଦିଗରେ ବଡ଼ ଖୁଲାସା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ମଣ୍ଡଳ ସ୍ତରୀୟ ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟରେ ଏକ ଭ୍ରଷ୍ଟ ସରକାର ଚାଲିଥିବାରୁ ଏହାକୁ ପରିବର୍ତ୍ତନ ପାଇଁ ସେ ନିବେଦନ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.