ETV Bharat / state

କାହିଁକି ହାରୁଛି ବିଜେପି, ଦୁର୍ବଳ ନେତୃତ୍ବ ନା ଦୁର୍ବଳ ପ୍ରସଙ୍ଗ ?

author img

By

Published : May 18, 2023, 6:14 PM IST

Updated : May 18, 2023, 6:39 PM IST

ବ୍ରଜରାଜନଗର ଉପନିର୍ବାଚନଠୁ ଆରମ୍ଭ କରି ପଦ୍ମପୁର, ବାଲେଶ୍ବର ସଦର ପରେ ଏବେ ଝାରସୁଗୁଡାରେ ମଧ୍ୟ ପରାଜୟ ବରଣ କରିଛି । ତେବେ କାହିଁକି ହାରୁଛି ବିଜେପି । ଜାଣନ୍ତୁ କଣ କହୁଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢନ୍ତୁ

Etv Bharat
Etv Bharat

ଦୁର୍ବଳ ନେତୃତ୍ବ ନା ଦୁର୍ବଳ ପ୍ରସଙ୍ଗ ?

ଭୁବନେଶ୍ବର: ଉପ-ନିର୍ବାଚନରେ ବିଜେପି ହାରୁଛି କାହିଁକି । ଦୁର୍ବଳ ନେତୃତ୍ବ ନା ଦୁର୍ବଳ ପ୍ରସଙ୍ଗ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପରାଜୟ ବରଣ କରିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ କହିବା କଥା ରାଜ୍ୟରେ ବିଜେପିର ଲମ୍ବା ଯାତ୍ରା ଚାଲିଛି । ଦଳ 3ନମ୍ବର ଦଳ ଥିବା ବିଜେପି ଆଜି ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇଛି । ଆଗକୁ ଲୋକଙ୍କ ଆହୁରି ଆସ୍ଥା ଭାଜନ ହେବାକୁ ପଡିବ। ସେପଟେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ ରାଜ୍ୟରେ ଯେତିକି ଫୋକସ କରିବା କଥା କେନ୍ଦ୍ରୀୟ ନେତୃତ୍ବ ସେତିକି ଫୋକସ କରୁନଥିବାରୁ ବିଜେପି ପରାଜୟ ବରଣ କରୁଛି ।

ବିଜେପି ବ୍ରଜରାଜନଗର ଉପନିର୍ବାଚନଠୁ ଆରମ୍ଭ କରି ପଦ୍ମପୁର, ବାଲେଶ୍ବର ସଦର ପରେ ଏବେ ଝାରସୁଗୁଡାରେ ମଧ୍ୟ ପରାଜୟ ବରଣ କରିଛି । ବ୍ରଜରାଜନଗରରେ ଶିଳ୍ପାୟନ ଓ ନିଯୁକ୍ତିକୁ ପ୍ରସଙ୍ଗ କରିଥିଲା ଦଳ । ହେଲେ କିଛି ଲାଭ ହେଲାନି । ପଦ୍ମପୁର ଉପ ନିର୍ବାଚନରେ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଉଠାଇଥିଲା ଦଳ । କିଛି ଫାଇଦା ମିଳିଲାନି । ଝାରସୁଗୁଡାରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଥିଲା ବିଜେପି ତା ସତ୍ତ୍ବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାୟ ୫୦ ହଜାର ଭୋଟ ବ୍ୟବଧାନରେ ହାରିବାକୁ ପଡିଛି ।

ଏନେଇ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ରାଜ୍ୟରେ ଦେଶରେ ବିଜେପିର ଏକ ଲମ୍ବା ଯାତ୍ରା ଚାଲିଛି । ରାଜ୍ୟରେ ବିଜେପି ବଢୁଛି । ୩ ନମ୍ବର ଦଳ ଥିବା ବିଜେପି ଆଜି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ଏହା ସମ୍ଭବ ହୋଇପାରିଛି ଲୋକଙ୍କ ଗ୍ରହଣୀୟତା ଏବଂ ଆଶୀର୍ବାଦ ପାଇଁ । ବିଜେଡି ସହ ମେଣ୍ଟ କରି ଗୋଟିଏ ଭୁଲ କରିଥିଲା ବିଜେପି । ସେହି ଭୁଲରେ ସଂଶୋଧନ କରୁଛି ଦଳ । ବିଜେପିର ଭୋଟ ପ୍ରତିଶତ ବଢିଚାଲିଛି । ଦଳ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀ ନୁହେଁ । ସମୟ ଲାଗିବ । ଲୋକଙ୍କ ଆହୁରି ଆସ୍ଥା ଭାଜନ ହେବାକୁ ପଡିବ । ଉଚିତ ପ୍ରସଙ୍ଗ ଉଠାଇଛି ଦଳ । କେବଳ ସ୍ବରକୁ ଅଧିକ ଶାଣିତ କରିବାକୁ ପଡିବ । ନେତୃତ୍ବର ଅଭାବ ନାହିଁ । ଗାଲାକ୍ସି ଅଫ୍‌ ଲିଡରସିପ୍‌ ରହିଛି ବିଜେପି ପାଖରେ । ଲୋକଙ୍କ ଆସ୍ଥା ଭାଜନ ହେଲେ ଲୋକେ ବିଜେପିକୁ ସରକାରରେ ଅବସ୍ଥାପିତ କରିବେ ।"

ଏହା ବି ପଢନ୍ତୁ- ମୋଦିଙ୍କୁ ନବୀନଙ୍କ ଦାବି: ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ

ସେପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, ବିଜେପିର ରାଜ୍ୟସ୍ତରରେ ନେତୃତ୍ବରେ ଅସୁବିଧା ରହିଛି । କିନ୍ତୁ ୨୦୧୪ରେ ଜାତୀୟ ନେତୃତ୍ବ ବିଜେପିର ଭୋଟ ହାର ବଢାଇଛି । ୨୦୧୯ରେ ମୋଦିଙ୍କ ଲୋକପ୍ରିୟତା ଚରମସୀମାରେ ଥିଲେ ମଧ୍ୟ ରାଜ୍ୟରେ ବିଜେପିକୁ ଆଶାନୁରୂପ ସଫଳତା ମିଳିନଥିଲା । ୨୦୧୪ ଏବଂ ୨୦୧୯ରେ ସମସ୍ତ ଉଦ୍ୟମ ସତ୍ତ୍ବେ ନବୀନ ସରକାରକୁ ହଟାଇବା ସମ୍ଭବ ହେଲା ନାହିଁ । କେନ୍ଦ୍ରୀୟ ନେତୃତ୍ବ ଏହା ଅନୁଭବ କରି ସାରିଲେଣି ।"

ସେ ଆହୁରି କହିଛନ୍ତି, "ଗତ ୪ବର୍ଷରେ ପ୍ରଧାନମନ୍ତ୍ରୀ ଥରୁଟିଏ ମଧ୍ୟ ଓଡ଼ିଶା ଆସିନାହାନ୍ତି । କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ଏହା ମଧ୍ୟ ଚାହୁଁ ନାହାନ୍ତି ବିରୋଧୀ ମେଣ୍ଟକୁ ନବୀନ ଯାଆନ୍ତୁ । କାରଣ ଲୋକସଭାରେ ବିଜେଡିର ସମର୍ଥନର ଆବଶ୍ୟକତା ପଡ଼ିପାରେ । ତେବେ ମୁଖ୍ୟ ବିରୋଧୀ ଦଳରେ ରାଜ୍ୟରେ ରହିଥିବା କାରଣରୁ ବିଜେପି ଅପେକ୍ଷା କରିଛି ନବୀନ କେବେ ଅନ୍‌ପପୁଲାର ହେବେ ଏବଂ ଶାସନ କ୍ଷମତାକୁ ଆସିବ ବିଜେପି । ରାଜ୍ୟରେ ଯେତିକି ଫୋକସ କରିବା କଥା କେନ୍ଦ୍ର ନେତୃତ୍ବ କରୁନଥିବା କାରଣରୁ ବିଜେପିର ପରାଜୟର ସାମନା କରିବାକୁ ପଡୁଛି ।"

ଏହାରି ଭିତରେ ଦୁର୍ବଳ ନେତୃତ୍ବ ଉପଲବ୍ଧି କରି ଦଳ ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଛି କେନ୍ଦ୍ର ନେତୃତ୍ବ । ନୂଆ ରାଜ୍ୟ ସଭାପତି ମନମୋହନ ସାମଲ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ନୂଆ ଟିମ୍‌ ଗଠନ ଲକ୍ଷ୍ୟରେ ଅଛନ୍ତି । ଦଳ ସଜାଡି ପ୍ରସଙ୍ଗକୁ ଅଧିକ ଶାଣିତ କରି ୨୦୨୪ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛି ବିଜେପି । ଦେଖିବାର କଥା ନେତୃତ୍ବ ଓ ପ୍ରସଙ୍ଗ ବିଜେପିକୁ ୨୦୨୪ ସଫଳତା ଦେଉଛି ନା ଉପନିର୍ବାଚନ ପରି ସ୍ଥିତି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 18, 2023, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.