ETV Bharat / state

ଚର୍ଚ୍ଚାରେ ଭୁବନେଶ୍ୱର-ମଧ୍ୟ ଆସନ: ବିଜେଡିର ମୁଦ୍ଦା ବିକାଶ, ବିଜେପିର ନାରା ପରିବର୍ତ୍ତନ, ନୂଆ ମୁହଁ ଖୋଜୁଛି କଂଗ୍ରେସ

author img

By ETV Bharat Odisha Team

Published : Nov 29, 2023, 6:39 PM IST

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ 2024 ନିର୍ବାଚନ ତାତି । ବିକାଶକୁ ମୁଦ୍ଦା କରି ପୁଣି ଥରେ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ବିଜେଡି। ସେପଟେ ନବୀନ ସରକାରଙ୍କ 23 ବର୍ଷ ଶାସନର ବିଫଳତାର ତାଲିକା ଦେଉଛନ୍ତି ବିରୋଧୀ । ବିଜେପି ପରିବର୍ତ୍ତନର ନାରା ଦେଉଥିବା ବେଳେ, ନୂଆ ମୁହଁଙ୍କୁ ଓହ୍ଲାଇବାକୁ ଯୋଜନା କରୁଛି ଗ୍ରାଣ୍ଡ ଓଲ୍ଟ ପାର୍ଟି । ଅଧିକ ପଢ଼ନ୍ତୁ...

ଚର୍ଚ୍ଚାରେ ଭୁବନେଶ୍ବର ମଧ୍ୟ ଆସନ: ବିଜେଡିର ମୁଦ୍ଦା ବିକାଶ, ବିଜେପିର ନାରା ପରିବର୍ତ୍ତନ, ନୂଆ ମୁହଁ ଖୋଜୁଛି କଂଗ୍ରେସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସେଗମେଣ୍ଟରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୁବନେଶ୍ବର-ମଧ୍ୟ ଆସନ । 2009ରୁ ବିଜେଡି କବଜାରେ ରହି ଆସିଛି ଏହି ଆସନ । ଏଥର ପୁଣି ଥରେ ଏହି ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ । ତେବେ ଗତ ଦୁଇଟି ନିର୍ବାଚନରେ ଶକ୍ତି ବୃଦ୍ଧି କରି ଆସୁଥିବା ବିଜେପି 2024ରେ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡୁଛି । ସେପଟେ ଅଣ୍ଟା ସଳଖିବାକୁ ଉଦ୍ୟମ କରୁଥିବା କଂଗ୍ରେସ ପାର୍ଟି ଏଥର ନୂଆ ମୁହଁ ଛିଡ଼ା କରିବାକୁ ଯୋଜନା କରୁଛି।

2014 ବିଧାନସଭା ନିର୍ବାଚନରେ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିର ବିଜୟ କୁମାର ମହାନ୍ତି 50 ହଜାର 107 ଭୋଟ୍ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପାଇଥିଲେ 27 ହଜାର 718 ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଶୁଭେନ୍ଦୁ ମହାନ୍ତି 11 ହଜାର 429 ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ସେହିପରି 2019 ବିଧାନସଭା ନିର୍ବାଚନରେ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିର ଅନନ୍ତ ନାରାୟଣ ଜେନା 54 ହଜାର 22 ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ 42ହଜାର 580 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ବେଳେ, କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କୁ ମିଳିଥିଲା ମାତ୍ର 2,746 ଭୋଟ୍ । ଗତ 3ଟି ନିର୍ବାଚନରେ ବିଜେଡିର ଦବଦବା ରହିଛି ଏହି ଆସନରେ । 2014 ତୁଳନାରେ 2019ରେ ବିଜେପିର ଭୋଟ୍ ପରିମାଣ ବୃଦ୍ଧି ପାଇଥିବା ବେଳେ, ପରାଜୟର ମାର୍ଜିନ ମଧ୍ୟ କମ୍ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ରାଜନଗର ରାଜନୀତି: ରେଜଲ୍ଟ ରିପିଟ୍ ହେବ ନା ହେବ ପରିବର୍ତ୍ତନ

2009ରୁ ବିଜେଡି କବଜାରେ ରହିଆସିଛି ଏହି ଆସନ । 2019ରେ ଏଠାରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ଅନନ୍ତ ନାରାୟଣ ଜେନା । 2024 ନିର୍ବାଚନ ପୁଣି ଥରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧଛନ୍ତି ଅନନ୍ତ । ଏଥିପାଇଁ ସେ ନିର୍ବାଚନୀ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି । ଅନନ୍ତ କହିଛନ୍ତି, ନିର୍ବାଚନୀ ମଣ୍ଡଳୀରେ ଅନେକ ବିକାଶ କାର୍ଯ୍ୟ ହୋଇଛି । ଆଲୋକୀକରଣ ହେଉ କିମ୍ବା ବସ୍ତିବାସିନ୍ଦାଙ୍କୁ ଯାଗା ଓ ଘର ପ୍ରଦାନ, ସମସ୍ତ କାମ ହୋଇଛି। ଆଗାମୀ ନିର୍ବାଚନରେ ବିକାଶ ମୁଖ୍ୟ ମୁଦ୍ଦା ହେବ ବୋଲି କହିଛନ୍ତି ଅନନ୍ତ । ତେବେ ଏଥର ଟିକେଟ ମିଳିବ କି ନାହିଁ, ସେ ପ୍ରଶ୍ନର ଉତ୍ତରରେ ଅନନ୍ତଙ୍କ କହିବା ହେଲା, ଦଳର ସୁପ୍ରିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ହିଁ ସର୍ବମାନ୍ୟ । ଅନନ୍ତ ନାରାୟଣ ଟିକେଟ ପାଇଁ ଆଶା ବାନ୍ଧିଥିବା ବେଳେ, ତାଙ୍କ ପାଇଁ କଣ୍ଟା ସାଜି ପାରନ୍ତି ଦଳର ଅନ୍ୟ ଆଶାୟୀ । 2019ରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ବିଜେଡି । ସେହି ଦୃଷ୍ଟିରୁ 2024ରେ ଦଳ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କାହାକୁ ମିଳିବ ବିଜେଡି ଟିକେଟ, ତାହା ତୟ ହୋଇ ନଥିବା ବେଳେ, ଏହି ଦୌଡ଼ରେ ଅଛନ୍ତି ଯୁବ ସମାଜସେବୀ ରୁଦ୍ର ସାମନ୍ତରାୟ ଏବଂ ଅମରେଶ ଜେନା ।

ଏହା ମଧ୍ୟ ପଢ଼ନ୍ତୁ: ପାଟକୁରାରେ କାହାକୁ ଟିକେଟ ଦେବ BJP, ଅନୁଭବୀ ବିଜୟଙ୍କ ବିକଳ୍ପ ହେବେକି ଯୁବନେତା ତେଜେଶ୍ବର !

2019 ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । 2024ରେ ସେ ପୁଣି ଥରେ ଟିକେଟ ଦୌଡ଼ରେ ଆଗରେ ଅଛନ୍ତି । ଜଗନ୍ନାଥଙ୍କ ଅଭିଯୋଗ, ରାଜ୍ୟରେ ଗତ 23 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀକୁ ନେଇ ଜଗନ୍ନାଥଙ୍କ ପ୍ରତିକ୍ରିୟା, ନିର୍ବାଚନ ମଣ୍ଡଳୀରେ ଡ୍ରେନେଜ ଏବଂ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ନିର୍ବାଚନ ବେଳେ ପ୍ରତିଶ୍ରୁତିର ପାହାଡ ଛିଡା କରିଥିବା ଜନ ପ୍ରତିନିଧି ସବୁ କ୍ଷେତ୍ରରେ ଫେଲ୍ ମାରିଛନ୍ତି । ତେଣୁ ଏଥର ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ପରବର୍ତ୍ତନ ହେବା ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଗତ ନିର୍ବାଚନ ଗୁଡ଼ିକରେ ଭୁବନେଶ୍ବର ମଧ୍ୟ ଆସନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଥିବା କଂଗ୍ରେସ ପାର୍ଟି, ଏଥର ଅଣ୍ଟା ସଳଖିବା ପାଇଁ ପ୍ରୟାୟ କରୁଛି। ଗ୍ରାଣ୍ଡ ଓଲ୍ଡ ପାର୍ଟି ଏଥ ନୂଆ ଚେହେରା ଖୋଜୁଥିବା ବେଳେ, ଆଗରେ ଅଛନ୍ତି ଦଳର ମୁଖପାତ୍ର ରଜନୀ ମହାନ୍ତି । ତାଙ୍କର କହିବା କଥା, ଗତ 23 ବର୍ଷ ଶାସନରେ ଉତପୀଡ଼ିତ ହୋଇଛନ୍ତି ଜନତା । ନିର୍ବାଚନ ମଣ୍ଡଳୀରେ ଡ୍ରେନେଜ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ଷା ଦିନ ଆସିଲେ କଥା ସରିଲା । ସରକାର କୌଣସି ସ୍ଥାୟୀ ସମାଧାନ କରୁନାହାନ୍ତି । ଆଗାମୀ ନିର୍ବାଚନରେ କଂଗ୍ରସ ପାର୍ଟି ପୁରା ଦମରେ ଲଢ଼ିବ ବୋଲି ଇସାରା ଦେଇଛନ୍ତି ରଜନୀ ।

ନିର୍ବାଚନ ଯେତେ ପାଖଉଛି, ଭୁବନେଶ୍ବର ମଧ୍ୟ ଆସନରେ ରାଜନୈତିକ ଉଷ୍ମତା ସେତେ ବୃଦ୍ଧି ପାଉଛି । ଗତ ଦୁଇଟି ନିର୍ବାଚନକୁ ହିସାବକୁ ନେଲେ, ଏହି ବିଧାନସଭା କ୍ଷେତ୍ରରେ ଶାସକ ଦଳକୁ କଡ଼ା ଟକ୍କର ଦେଇ ଆସୁଛି ବିଜେପି । 2024ରେ କିଏ ଜିତିବ ଭୁବନେଶ୍ବର ମଧ୍ୟ ଆସନ ? ଏଥର ଭୋଟର ବିଜେଡି ଉପରେ ପୁଣି ଭରସା କରିବେ ନା ଜନାଦେଶରେ ହେବ ପରିବର୍ତ୍ତନ? କଣ ରହିବ କଂଗ୍ରେସ ପାର୍ଟିର ନିର୍ବାଚନ ରଣନୀତି ? ଭୁବନେଶ୍ବର ମଧ୍ୟ ଆସନରେ ଏଭଳି ବିଭିନ୍ନ ପ୍ରଶ୍ନ ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.