ETV Bharat / state

CM face of Congress: ତାରା କହିଲେ ବହୁ ପ୍ରାର୍ଥୀ ଅଛନ୍ତି, ଶରତଙ୍କ ପ୍ରତିକ୍ରିୟା ନିଷ୍ପତ୍ତି ନେବେ ହାଇକମାଣ୍ଡ - odisha pradesh congress

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ସେନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଶିବିରରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅନେକ ରହିଥିବାବେଳେ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛି ଦଳ । ଅଧିକ ପଢନ୍ତୁ

chief minister face of congress
କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା
author img

By ETV Bharat Odisha Team

Published : Sep 24, 2023, 8:49 PM IST

କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ସେନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଜିତିଲେ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବାବେଳେ କଂଗ୍ରେସର ଶିବିରରେ ମଧ୍ୟ ରହିଛନ୍ତି ବହୁ ଦାବିଦାର । ବିଧାୟକ ତାରା ବାହିନୀପତି କହିଛନ୍ତି "ଆମେ ଜାତୀୟ ଦଳ । ଆମର କେନ୍ଦ୍ରୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ତେବେ ଓଡ଼ିଶାରେ ନିରଞ୍ଜନ, ଶରତ ଏବଂ ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ନିର୍ବାଚନ ପରେ ନିଷ୍ପତ୍ତି ନେବ ଦଳ ।" ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,"ଓଡ଼ିଶାରେ ଏମିତି ହୁଏନି । ଦଳର ସବୁ ନିଷ୍ପତ୍ତି ହାଇକମାଣ୍ଡ ନିଅନ୍ତି ।"

ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହ ଆଲୋଚନାବେଳେ କହିଥିଲେ ଯେ NDA ୩୫୦ରୁ ଅଧିକ ସିଟ୍ ପାଇ ୨୦୨୪ରେ ସରକାର ଗଢ଼ିବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ ଏନ୍‌ଡିଏ । ଅପରପକ୍ଷେ, 'ଓଡ଼ିଶା ବିଧାନସଭା ନିର୍ବାଚନ କେମିତି ଲଢ଼ିବେ?' ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ଉତ୍ତରକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ପଚରାଯିବାରୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ମହାରାଷ୍ଟ୍ର, ହରିୟାଣାରେ ବିନା CM ଚେହେରାରେ BJP ଜିତିଛି । ବିନା CM ଚେହେରାରେ ଓଡ଼ିଶାରେ ମଧ୍ୟ ବିଜେପି ଜିତିବ ।"

ଏହା ବି ପଢନ୍ତୁ...ରାଜ୍ୟ ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ? ଜୟ ନାରାୟଣ କହିଲେ ଅନେକ ଅଛନ୍ତି, କାଉଣ୍ଟର କଲା ବିଜେଡି

ତେବେ ଏହାର କଡା ଜବାବ ଦେଇଛି ବିଜେଡି । "ବିଜେପିରେ ଗୃହ କନ୍ଦଳ ବଢିଛି । ତେଣୁ ଜଣଙ୍କର ନାଁ କହିଲେ ଅନ୍ୟ ଜଣେ ବିବାଦ କରିବ । ସେହି ଭୟରେ ସେମାନେ ଘୋଷଣା କରିବାକୁ ଡ଼ରୁଛନ୍ତି । ଏମିତିକି ରାଜ୍ୟରେ ବିଜେପି ଜିତିବା ଦିବା ସ୍ୱପ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିବାକୁ ବିଜେପିରେ ନେତା ନାହାନ୍ତି"ଏମିତି କିଛି କହି କଟାକ୍ଷ କରିଛି ଦଳ । ସେପଟେ ବିଜେଡିକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, "ବିଜେପିରେ ଅନେକ ଚେହେରା ଅଛନ୍ତି । ଯେ କେହି ବି ନବୀନ ବାବୁଙ୍କଠାରୁ ବେଟର୍ ହେବେ ।"

ଏହାରି ଭିତରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେନେଇ ଚର୍ଚ୍ଚା ବଢିଥିଲେ ସୁଦ୍ଧା ନିର୍ବାଚନ ପରେ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛି ଦଳ । ଇଣ୍ଡିଆନ୍ ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ପ୍ରଭୁ ଚାୱଲା ଗତକାଲି ମନ୍ତବ୍ୟ ଦେଇ କହିଥିଲେ, "ନବୀନ ପଟ୍ଟନାୟକଙ୍କ ବିକଳ୍ପ ଓଡ଼ିଶାରେ କେହି ନାହାନ୍ତି । ନବୀନଙ୍କ ହାତ ହଲିଲେ ଭୋଟ ବଢୁଛି । 2024ରେ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳିନପାରେ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.