ETV Bharat / state

କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ; ବାଜିରେ ଲାଗିଛି ପଦ, କ୍ଷମତା ଓ ସମ୍ମାନ

author img

By

Published : May 17, 2023, 9:21 PM IST

ଇତିହାସ ସାକ୍ଷୀ ଅଛି ଯେ, ଦଳ ଓ ଭାବମୂର୍ତ୍ତି ଆଗରେ ଏକାନ୍ତ ସହଯୋଗୀ ବି ନବୀନଙ୍କ ରୋଷରୁ ବର୍ତ୍ତି ନାହାଁନ୍ତି । ମହିଳା ବିରୋଧୀ ଅଭିଯୋଗ ଆସିଥିବା ସହଯୋଗୀଙ୍କ ବିରୋଧରେ ନବୀନ ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ । ଏକ ସମୟରେ ନବୀନଙ୍କ ଏକାନ୍ତ ସହଯୋଗୀ ଥିବା ରଘୁନାଥ ମହାନ୍ତିଙ୍କ କଥାକୁ ବିଚାର ନିଆଯାଇପାରେ । ଅଧିକ ପଢନ୍ତୁ

କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ
କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ

ଭୁବନେଶ୍ବର: ବାଜିରେ ଲାଗିଛି ରାଜ୍ୟର ଦୁଇ ପ୍ରତିଷ୍ଠିତ ରାଜନୈତିକ ପରିବାରର ଭାଗ୍ୟ ଓ ଭବିଷ୍ୟତ । ପୋଲିସର ଆକ୍ସନ ସହିତ ଇତିହାସ ହୋଇଯାଇପାରେ ଦୁଇ ରାଜନୈତିକ ପରିବାରର ପ୍ରତିଷ୍ଠା ଓ ଆଭିଜାତ୍ୟ । ଏହି ମାମଲା ଦୁଇ ପରିବାରକୁ କ୍ଷମତା ରାଜନୀତିରୁ ନିର୍ବାସନ ରାସ୍ତା ଦେଖାଇପାରେ । ଆମେ କହୁଛୁ ପୁତ୍ରବଧୂ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଓ ଶଶୀଭୂଷଣ ବେହେରାଙ୍କ ପରିବାରର କଥା । କାରଣ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ମହିଳା ବିରୋଧୀ ଅପରାଧକୁ ଜିରୋ ଟଲରାନ୍ସ ନୀତି ଭାବେ ଘୋଷଣା କରିଛନ୍ତି । ଅତୀତରେ ଏହାର ଏକ ବଡ ଉଦାହରଣ ହେଉଛନ୍ତି ନବୀନଙ୍କ ଏକାନ୍ତ ସହଯୋଗୀ ତଥା ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ରଘୁନାଥ ମହାନ୍ତି ।

ଏହାବି ପଢନ୍ତୁ- Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ଦୁଇ ଦିନରେ ରୁଜ୍ଜୁ ହୋଇଛି ଦୁଇଟି ଅଲଗା ଅଲଗା ରାଜନୈତିକ ପରିବାର ବିରୋଧରେ ମାମଲା । ଗୋଟେ ମାମଲା ଡେରାଡୁନ ଓ ଅନ୍ୟଟି କଟକ ବାଙ୍କୀ ଥାନାରେ ରୁଜ୍ଜୁ ହୋଇଛି । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡୁନ ସ୍କୁଲ ବନ୍ଧୁ ଅନଙ୍ଗ ଉଦୟ ସିଂଦେଓ ଓ ତାଙ୍କ ପରିବାର ଓ ଅନ୍ୟଟି ନବୀନଙ୍କ ପୂର୍ବତନ କ୍ୟାବିନେଟ ସହଯୋଗୀ ଶଶୀଭୂଷଣ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ଆସିଛି । ଉଭୟ ନେତା ଓ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହେବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଉଭୟ ନେତାଙ୍କ ପରିବାର ପାଇଁ ବିଜେଡିର ଭାବମୂର୍ତ୍ତି ଏବେ ବୋଝ ହୋଇପଡିଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହା ପାର୍ଟି ଇମେଜକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି ଅନେକ ନେତା । ଯୌତୁକ ନିର୍ଯାତନା ଅଭିଯୋଗ ପାଇଁ ଦୁଇ ବରିଷ୍ଠ ନେତା ଓ ତାଙ୍କ ପରିବାର ରାଜନୀତିରେ ଅଛୁଆଁ ହୋଇପାରନ୍ତି । ଯୌତୁକ ନିର୍ଯାତନା ଅଭିଯୋଗରେ ଉଭୟ ନେତାଙ୍କୁ ତାଙ୍କ ବୋହୂ ମଧ୍ୟ ପକ୍ଷ କରିଛନ୍ତି । ଯଦି ଛାଡପତ୍ର ମାମଲା ସମାଧାନ ନହୋଇପାରେ ତେବେ ଆକ୍ସନର ସାମ୍ନା କରିପାରନ୍ତି ଉଭୟ ନେତାଙ୍କ ପରିବାର । ଯଦି ଏମିତି ହୁଏ, ତେବେ ଆଗାମୀ ଦିନରେ ନିଶ୍ଚୟ ଭାବେ ଉଭୟ ନେତାଙ୍କ ରାଜନୈତିକ କ୍ୟାରିୟର ମାଟିରେ ମିଶିବ । ଉଭୟ ପ୍ରାସଙ୍ଗିକତା ହରାଇବେ । ମହିଳା ବିରୋଧୀ ଅପରାଧ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅପଣାଇଥିବା କୁହାଯାଏ । ଯଦି ଏହା ସତ ତେବେ ଉଭୟ ନେତାଙ୍କୁ ଦଳ ଦୁରେଇ ଦେବା ସହ ଭୋଟ ପଲିଟିକ୍ସରୁ ଅନ୍ତର କରିବ ।

ଏହାବି ପଢନ୍ତୁ- Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ରହିଛି ହାଇଡିମାଣ୍ଡ

ଇତିହାସ ସାକ୍ଷୀ ଅଛି ଯେ, ଦଳ ଓ ଭାବମୂର୍ତ୍ତି ଆଗରେ ଏକାନ୍ତ ସହଯୋଗୀ ବି ନବୀନଙ୍କ ରୋଷରୁ ବର୍ତ୍ତି ନାହାଁନ୍ତି । ମହିଳା ବିରୋଧୀ ଅଭିଯୋଗ ଆସିଥିବା ସହଯୋଗୀଙ୍କ ବିରୋଧରେ ନବୀନ ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ । ଏକ ସମୟରେ ନବୀନଙ୍କ ଏକାନ୍ତ ସହଯୋଗୀ ଥିବା ରଘୁନାଥ ମହାନ୍ତିଙ୍କ କଥାକୁ ବିଚାର ନିଆଯାଇପାରେ । ପୁତ୍ରବଧୂ ବର୍ଷାସୋନି ଯୌତୁକ ନିର୍ଯାତନା ମାମଲାରେ ରଘୁନାଥଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ । ପୁତ୍ରବଧୂଙ୍କ ଅଭିଯୋଗ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ରଘୁନାଥ । ରଘୁନାଥ ରଘୁନାଥଙ୍କ ଠାରୁ ନବୀନ ମୁହଁ ଫେରାଇ ନେବା ପରେ ବିଜେଡି ପାଇଁ ରଘୁନାଥ ସବୁଦିନ ଲାଗି ଅଲୋଡା ହୋଇଯାଇଥିଲେ । ରଘୁନାଥଙ୍କ ପାରିବାରିକ ବିବାଦ ତୁଟିଥିଲେ ବି ନବୀନ ରଘୁନାଥଙ୍କୁ ଗ୍ରହଣ କରିଥିଲେ ନା ଭୋଟର । ଆଉ ଏବେ ସମାନ ଅବସ୍ଥା ଭୋଗିପାରନ୍ତି ଶଶୀଭୂଷଣ ଓ ଅନଙ୍ଗ ଉଦୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.