ETV Bharat / state

Train Tragedy: ସାନଭାଇ ମୃତ ନା ଜୀବିତ ଜଣା ନାହିଁ, ଶେଷ ଭରସା ଡିଏନଏ ରିପୋର୍ଟ

author img

By

Published : Jun 30, 2023, 3:58 PM IST

Updated : Jun 30, 2023, 4:04 PM IST

ବାହାନଗା ରେଳ ଦୁର୍ଘଟଣାକୁ ମାସେ ବିତିଗଲା । ଏବେ ବି ମୃତଦେହ ଅପେକ୍ଷାରେ ରହିଛନ୍ତି ଆତ୍ମୀୟ ଲୋକେ । ଶେଷ ଭରସା ସାଜିଛି ଡିଏନଏ ଟେଷ୍ଟ ରିପୋର୍ଟ । ଅଧିକ ପଢ଼ନ୍ତୁ

balasore train accident
ବାହାନଗା ରେଳ ଦୁର୍ଘଟଣା
ବାହାନଗା ରେଳ ଦୁର୍ଘଟଣା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ପାଖା ପାଖି ଏକ ମାସ ହେଇଗଲା । ଭାଇର ଫଟୋ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ବୁଲିବୁଲି ନୟାନ୍ତ ହେଲାଣି ଭାଇ । ହେଲେ ଏଯାଏ ମିଳୁନି ଭାଇର କୌଣସି ଖୋଜ ଖବର । ଧୀରେଧୀରେ ଆଶା ମଉଳି ଗଲାଣି । ଜୀବିତ ନା ମୃତ କିଛି ବି ଜଣା ପଡୁନି । ଏବେ ଶେଷ ଭରସା ଡିଏନଏ ରିପୋର୍ଟ । ରିପୋର୍ଟ ଆସିବା ପରେ ସମୀର ମାନାଙ୍କ ମୃତ ଶରୀର ଚିହ୍ନଟ କରିବା ପାଇଁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ନିମାଇଁ ମାନା ଆସିଛନ୍ତି ଭୁବନେଶ୍ୱର ଏମ୍ସ ।

ଏମ୍ସ ହସ୍ପିଟାଲରେ ପୂର୍ବ ମେଦିନିପୁରର ସମୀର ମାନାଙ୍କ ମର ଶରୀର ଖୋଜୁଛନ୍ତି ବଡ଼ ଭାଇ ନିମାଇଁ ମାନା ଏବଂ ସାନ ଭାଇ ଗୋପାଲ ମାନା । ହାତରେ ଏବେବି ଦୁଇଟି ପାସପୋର୍ଟ ସାଇଜ ଫଟୋ ଆଉ ଆଧାର କାର୍ଡ । ବାଲେଶ୍ୱର ମେଡ଼ିକାଲ, ସୋର ମେଡ଼ିକାଲ, ଭଦ୍ରକ ମେଡ଼ିକାଲ, କଟକ ଏସସିବି ଆଉ ଶେଷରେ ଏମ୍ସରେ ପହଞ୍ଚିଛନ୍ତି । ହେଲେ ସମୀର ମାନାଙ୍କ ପତ୍ତା ମିଳୁନି । ନିମାଇଁ ଆଉ ଗୋପାଳ ବାହାନଗା ଦୁର୍ଘଟଣା ପରେ ୧୬୦ରୁ ଅଧିକ ମୃତଦେହ ଦେଖିଥିଲେ । ତଥାପି ସମୀର ମାନାଙ୍କ ମୃତଦେହ ଚିହ୍ନଟ କରି ପାରିନଥିଲେ । ଏନେଇ ବଡ଼ଭାଇ କହିଛନ୍ତି, "ସମୀର କରମଣ୍ଡଳ ଏକ୍ସପ୍ରେସର ପେଣ୍ଟରୀ କାମ କରୁଥିଲେ । ଦୁର୍ଘଟଣା ଘଟିବାର ଠିକ ୨୦ ମିନିଟ ପୂର୍ବରୁ ମୋ ସହ କଥା ହୋଇଥିଲେ । ଆଉ ପାଣି ବୋତଲ ନେଇ ଜେନେରାଲ ବଗିକୁ ବିକ୍ରି କରିବାକୁ ଯାଇଥିଲେ । ମୁଁ ସେତେବେଳେ ଏସି ବଗିରେ ଥିଲି । ବାସ ତାପରେ ସବୁ ଯେମିତି ଶେଷ ହୋଇଗଲା । ସେବେଠାରୁ ଭାଇର କୌଣସି ଖବର ପାଉନାହିଁ । ସେ ମୃତ ନା ଜୀବିତ ତାହା ମଧ୍ୟ ଜାଣିନାହିଁ ।"

ସୂଚନା ଅନୁଯାୟୀ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅନେକ ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ନେବା ଲାଗି ଚାହିଁ ବସିଥିବା ବେଳେ କର୍ତ୍ତୁପକ୍ଷଙ୍କ ଦ୍ୱାରା ପଠାଯାଇଥିବା ଡିଏନଏ ରିପୋର୍ଟ ପ୍ରଥମ ପର୍ଯ୍ୟାୟରେ ୨୯ଟି ରିପୋର୍ଟ ଆସିଛି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ଡିଏନଏ ଟେଷ୍ଟିଂ ଶେଷ ବିକଳ୍ପ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିବାରେ ଏକ ମାସ ସମୟ ଲାଗିଯାଇଛି । ବାକି ରିପୋର୍ଟ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହର ଡିଏନଏ ରିପୋର୍ଟ ଆସିଛି । ଅପରପକ୍ଷେ ବାହାନଗାରେ ଅଜଣା ଲୋକମାନେ ମୃତକଙ୍କ ଦଶାହ କ୍ରିୟାକର୍ମ କରୁଥିବା ବେଳେ ମୃତକଙ୍କ ନିଜ ପରିବାର ଲୋକେ କ୍ରିୟାକର୍ମ ଲାଗି ଏମ୍ସ ପ୍ରାଙ୍ଗଣରେ ଚାହିଁ ବସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2023, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.