ETV Bharat / state

Mamata meets Naveen: କୌଣସି ରାଜନୈତିକ ଆଲୋଚନା ହୋଇନି କହିଲେ ନବୀନ, ଭଲ ଚର୍ଚ୍ଚା ମିଳିଲା କହିଲେ ମମତା

author img

By

Published : Mar 23, 2023, 6:52 PM IST

Updated : Mar 23, 2023, 8:25 PM IST

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରେ ଗେଷ୍ଟ ହାଉସ ଲାଗି ଜାଗା ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

CM Mamata Banerjee meets CM Naveen Patnaik

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
Mamata meets Naveen

ଭୁବନେଶ୍ବର: ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ଭୁବନେଶ୍ବର ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅପରାହ୍ନ ପ୍ରାୟ ୪.୩୦ରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି । ଏହି ଅବସରରେ ନବୀନ ଏବଂ ମମତାଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୩ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ରାଜଧାନୀ ଭୁବନେଶ୍ବରକୁ ଗସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ସମୟରେ 5T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଶର ସୁରକ୍ଷା, ଗଣତାନ୍ତ୍ରିକ ଅଧିକାର ସମ୍ପର୍କରେ ଆଲୋଚନା ହୋଇଛି । ଏହାସହ ଭାରତର ସଙ୍ଘୀୟ ଢାଞ୍ଚା ଦୃଢ ଏବଂ ଶକ୍ତିଶାଳୀ ହେବା ଉଚିତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତକୁ ସମର୍ଥନ କରିଥିବା ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ମମତା ସୂଚନା ଦେଇଛନ୍ତି ।

ପ୍ରବାଦ ପୁରୁଷଙ୍କ ଫଟୋକୁ ପ୍ରଣାମ କରୁଛନ୍ତି ମମତା

ଏହା ବି ପଢନ୍ତୁ- ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା, ବ୍ରାହ୍ମଣଙ୍କୁ ପରଶି ନିଜେ ଖାଇଲେ ମହାପ୍ରସାଦ

ସେ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ହେଉଛନ୍ତି ଜଣେ ଦକ୍ଷ ନେତା । ତାଙ୍କ ନେତୃତ୍ବ ଏକ ସୁବର୍ଣ୍ଣ ନେତୃତ୍ବ । ଆମେ ଦିଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଛୁ । ମୁଁ ନବୀନଜୀଙ୍କୁ ପଶ୍ଚିମବଙ୍ଗକୁ ଆସିବାକୁ ନିମନ୍ତ୍ରଣ କରିଛି। ନିର୍ବାଚନକୁ ଆହୁରି ବର୍ଷେ ରହିଛି । ସେ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ।" ତେବେ ବହୁତ ଭଲ ଆତିଥ୍ୟ ଏବଂ ଚର୍ଚ୍ଚା ମିଳିଲା ବୋଲି କହିଛନ୍ତି ମମତା ।

ନବୀନଙ୍କୁ ଭେଟିଲେ ମମତା
ନବୀନଙ୍କୁ ଭେଟିଲେ ମମତା

ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ମଧ୍ୟ ସମାନ କଥା ଦୋହରାଇଛନ୍ତି । କୌଣସି ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।

ନବୀନଙ୍କୁ ଭେଟିଲେ ମମତା
ନବୀନଙ୍କୁ ଭେଟିଲେ ମମତା

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ମମତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ପ୍ରତିଛବିକୁ ପ୍ରଣାମ ଜଣାଇଥିବା ଦେଖିବାକୁ ମିଳିଥିଲା । ସାକ୍ଷାତ ବେଳେ ନବୀନ ମମତାଙ୍କୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ଛେନାପୋଡ଼ ଦେଇଥିବା ବେଳେ ମମତା ଉତ୍ତରୀୟ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମମତା ଓଡ଼ିଶା ଗସ୍ତରେ ଆସି ବେଶ ଖୁସିବ୍ୟକ୍ତ କରିବା ସହିତ ପୁରୀରେ ଗେଷ୍ଟ ହାଉସ ଲାଗି ଜାଗା ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନବୀନଙ୍କୁ ଭେଟିଲେ ମମତା
ନବୀନଙ୍କୁ ଭେଟିଲେ ମମତା

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 23, 2023, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.