ETV Bharat / state

Weather Update: ଆଜିଠୁ ୪ ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା - ଆଜିଠୁ ରାଜ୍ୟରେ ପୁଣି ବର୍ଷା

ପଶ୍ଚିମା ଝଡ ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଆସନ୍ତା ୪ ଦିନ ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆଜିଠୁ ୪ ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା
ଆଜିଠୁ ୪ ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା
author img

By

Published : Mar 23, 2023, 10:10 AM IST

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଆଜିଠୁ ପୁଣି ବର୍ଷିବ । ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି ଓ ବାଲେଶ୍ବର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ସମେତ ନୂଆପଡା ଓ ବରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୫ ତାରିଖରେ ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, ଓ ମୟୂରଭଞ୍ଜ । ୨୬ରେ ମଧ୍ୟ ଆଉ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ବୁଧବାର ଗଞ୍ଜାମର ଗୋପାଳପୁର ଜିଲ୍ଲାରେ ସର୍ବାଧିକ ୪୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହାପଛକୁ କେନ୍ଦ୍ରାପଡା ମାର୍ଶାଘାଇରେ ୪୫.୦ ମିମି, ଖୋର୍ଦ୍ଧା ବାଣପୁରରେ ୪୪.୦ ମିମି, କଳାହାଣ୍ଡିର ଧର୍ମଗଡରେ ୪୩.୦ ମିମି, ଗଜପତି ଆର ଉଦୟଗିରିରେ ୩୯.୫ ମିମି, ମହାକାଳପଡାରେ ୩୨.୦ ମିମି, ପୁରୀର କୃଷ୍ଣପ୍ରସାଦରେ ୨୯.୪ ମିମି, ରଙ୍ଗେଇଲୁଣ୍ଡାରେ ୨୮.୦ ମିମି, ଗଜପତି ଜିଲ୍ଲା ନୂଆଗଡରେ ୨୬.୮ ମିମି, ଖୋର୍ଦ୍ଧାରେ ୨୫ ମିମି ଓ ଜଟଣୀରେ ସର୍ବନିମ୍ନ ୨୦.୦ ମିମି ବର୍ଷା ରେକର୍ଡ ହୋଇଛି ।

ଏହାମଧ୍ୟ ପଢନ୍ତୁ: ରାଜଧାନୀରୁ ଲେଡି କୁଇନକୁ ବାନ୍ଧିଲା ପୋଲିସ, ଅନଲାଇନରେ ଦେଉଥିଲା କଲଗାର୍ଲ ଅଫର

ତେବେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଛି । ଯାହା ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ କୁଆପଥର ମାଡ ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ରବି ଫସଲ ଓ ପନିପରିବା ଚାଷ ଉଜୁଡି ଯାଇଛି । ବନ୍ଧାକୋବି, ଫୁଲକୋବି, ଟମାଟୋ, ବାଇଗଣ, ଭେଣ୍ଡି, କଖାରୁ, ତରଭୁଜ ଠାରୁ ଆରମ୍ଭ କରି ମୁଗ ବିରି ଫସଲ ଯାଏଁ ସବୁକିଛି ବିଲରେ ଛାରଖାର ହୋଇଯାଇଛି । ଏବେ ପୁଣି ଏକ ପଶ୍ଚିମା ଝଡ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଧାର କରଜ କରି ଚାଷ କରିଥିବା ଚାଷୀ କେମିତି କରଜ ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପାରାଦ୍ୱୀପରେ ହେବ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ, ନିବେଶ ହେବ 61 ହଜାର 77 କୋଟି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.