ETV Bharat / state

ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ କାଳବୈଶାଖୀ ପ୍ରଭାବ - ଉପକୂଳରେ କାଶବୈଶାଖୀ ପ୍ରଭାବ

ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଅଧିକ ପଢ଼ନ୍ତୁ

weather update
ପାଣିପାଗ ସୂଚନା
author img

By

Published : May 22, 2023, 5:35 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳୁଛି ଓଡ଼ିଶା । ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳି ଅନ୍ୟପଟେ କାଶବୈଶାଖୀ ପ୍ରଭାବ । ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହି ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ବିଶେଷତଃ ଭାବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ରାଜ୍ୟରେ ଦୁର୍ବଳ ହେଉଛି କାଳବୈଶାଖୀ । ତେଣୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବ । କିଛି ଅଞ୍ଚଳରେ ପାରଦ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ । ଅନ୍ୟପଟେ ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ତାତି ସହ ବାୟୁ ଚଳାଚଳର ପ୍ରବାହକୁ ନେଇ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି, "ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ । ବର୍ଷା ସମୟରେ ପବନର ବେଗ ୪୦ ରୁ ୫୦ କିମି କିମି ବହିବା ସହ କେତେକ ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି । ସେହିପରି ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।" ଏଥିପାଇଁ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ପାଣିପାଗ ବିଭାଗ ।

ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୪୨.୪ ଡିଗ୍ରୀ, ହୀରାକୁଦ ୪୧.୬ ଡିଗ୍ରୀ, ଭୁବନେଶ୍ବର ୩୯.୨ ଡିଗ୍ରୀ, ଚାନ୍ଦବାଲି ୩୮ ଡିଗ୍ରୀ, କେନ୍ଦୁଝର ୩୭ ଡିଗ୍ରୀ, ପୁରୀ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁରରେ ୪୩.୪ ସର୍ବାଧିକ ତାପମାତ୍ରା ରେକର୍ଡ । ଗତ ୨୪ ଘଣ୍ଟାରେ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ବିଜୁଳି ବର୍ଷା ରେକର୍ଡ ହୋଇଛି । କନ୍ଧମାଳର କଲିଙ୍ଗ ଠାରେ ସବୁଠାରୁ ଅଧିକ ୫୧.୦ ମିମି ବର୍ଷା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.