ETV Bharat / state

ଦୁର୍ବଳ ହେଲା ବାତ୍ୟା 'ମିଧିଲି', ରାଜ୍ୟରୁ ଶୀତ ଗାଏବ - ଓଡିଶାରେ ଲଘୁଚାପ

ଦୁର୍ବଳ ହେଲା ବାତ୍ୟା 'ମିଧିଲି' । ରାଜ୍ୟରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବ । ୨୦ ଏବଂ ୨୧ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ

ମିଧିଲି
ମିଧିଲି
author img

By ETV Bharat Odisha Team

Published : Nov 18, 2023, 9:32 PM IST

ମିଧିଲି

ଭୁବନେଶ୍ବର: ଦୁର୍ବଳ ହେଲା ବାତ୍ୟା 'ମିଧିଲି' । ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବା ବେଳେ ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ପ୍ରକ୍ରିୟା ସକ୍ରିୟ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତକାଲି ଥିବା ବାତ୍ୟା ଦୁର୍ବଳ ହୋଇ ଉତ୍ତର ମଣିପୁର ଅଞ୍ଚଳରେ ଲଘୁଚାପରେ ପରିଣତ ହୋଇଛି । ବର୍ତ୍ତମାନ ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ରାଜ୍ୟରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ସହ କୌଣସି ସତର୍କ ସୂଚନା ନାହିଁ ବୋଲି ସୂଚନା ଦିଆଯାଇଛି । ସେପଟେ ପଶ୍ଚିମା-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୨୦ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ବାଲେଶ୍ଵର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ......ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଓଡ଼ିଶାକୁ ନାହିଁ ବିପଦ

ସେହିପରି ୨୧ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଭାଗରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ବର ଭଳି ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବାତ୍ୟାର ଦୁର୍ବଳତାକୁ ନେଇ ରାଜ୍ୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

ସେହିପରି ରାତ୍ରି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ଯାଏଁ ଥିବା ବେଳେ ଆଭ୍ୟନ୍ତରୀଣ ଭାଗରେ 3ରୁ 5 ଡ଼ିଗ୍ରୀ ତାପମାତ୍ରା ବଢିବ । ତେବେ ପରବର୍ତ୍ତୀ ସମୟରେ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ଏହି ହ୍ରାସକୁ ନେଇ ୨୧ ତାରିଖ ପରେ ତାପମାତ୍ରା ସ୍ଵାଭାବିକ ହେବ ବୋଲି ସମ୍ଭାବନା ରହିଛି । କିନ୍ତୁ ଶୀତ କେବେ ସ୍ୱାଭାବିକ ହେବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ବିଭାଗ ଆକଳନ କହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଶୀତ ଉଭାନ ହୋଇଛି ବୋଲି ପାଣିପାଗ ବିଭାଗ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.