ETV Bharat / state

ବଢୁଛି ରାତି ତାପମାତ୍ରା, ନିଷ୍କ୍ରିୟ ହେଉଛି ଶୀତ

author img

By ETV Bharat Odisha Team

Published : Dec 30, 2023, 9:52 PM IST

Odisha Weather Update: ବଢୁଛି ରାତି ତାପମାତ୍ରା ନିଷ୍କ୍ରିୟ ହେଉଛି ଶୀତ । ରାଜ୍ୟରେ ଗତ କିଛି ଦିନ ଧରି ଶୀତ ଲାଗି ରହିଥିବା ବେଳେ ବର୍ତ୍ତମାନ ଶୀତର ପ୍ରକୋପ କମିଛି । ଅଧିକ ପଢ଼ନ୍ତୁ

ବଢୁଛି ରାତି ତାପମାତ୍ରା
ବଢୁଛି ରାତି ତାପମାତ୍ରା
ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା ନିଷ୍କ୍ରିୟ ହେଉଛି ଶୀତ । ରାଜ୍ୟରେ ଗତ କିଛି ଦିନ ଧରି ଶୀତ ଲାଗି ରହିଥିବା ବେଳେ ବର୍ତ୍ତମାନ ଶୀତର ପ୍ରକୋପ କମିଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଫଳରେ ରାତିର ତାପମାତ୍ରା ବଢ଼ିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ତିନି ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ଘନ କୁହୁଡି ସହ ହାଲୁକା ଓ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ବେଳେ ଘନ କୁହୁଡି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ୧୦ ଡିଗ୍ରୀ ତଳେ ରହିଛି ୨ ସହର । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢିଥିଲେ ମଧ୍ୟ କିଛି କିଛି ସ୍ଥାନରେ ଜାରି ରହିଛି ଶୀତ ଲହରୀ । ସମତଳ ଅଞ୍ଚଳ ମଧ୍ୟରେ ନୂଆପଡ଼ା ଠାରେ ସର୍ବନିମ୍ନ ରାତିର ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ........ଘନ କୁହୁଡିର ମେଘମାଳାରେ ଅସ୍ତବ୍ୟସ୍ତ ଜନଜୀବନ, ଶୀତୁଆ ସକାଳରେ ଫିଟ୍ ପାଇଁ ଚାଲିଛି ଏକ୍ସରସାଇଜ୍‌

ଆଗାମୀ 6 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ସୁଖିଲା ରହିବ । କିନ୍ତୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ଏହା ସହ ମଧ୍ୟ ରାତିରୁ ସକାଳ ମଧ୍ୟରେ ବାୟୁ ଚଳାଚଳ ନିଷ୍କ୍ରିୟତା ଏବଂ ନିର୍ମଳ ଆକାଶ ହେତୁ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେପଟେ କେତେକ ସ୍ଥାନରେ ଘନ କୁହୁଡିର ସମ୍ଭାବନା ଥିବାରୁ ଆଗାମୀ 3 ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ 6 ଦିନ ପରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କଟକରେ ତାପମାତ୍ରା ୧୬.୦ ଡିଗ୍ରୀ, ଭୁବନେଶ୍ୱରରେ ୧୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ସେହିପରି ଜି ଉଦୟଗିରିରେ ୧୧.୦୦ ନୂଆପଡା ୧୧.୪ ଫୁଲବାଣୀ ଓ ନବରଙ୍ଗପୁର ୧୧.୫ ଓ କିରେଇ ୧୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.