ETV Bharat / state

କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By

Published : Oct 19, 2022, 4:23 PM IST

କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଶୁକ୍ରବାର ସକାଳ ୮.୩୦ ସୁଦ୍ଧା ଦକ୍ଷିଣ ପୂର୍ବ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ଅଧିକ ପଢ଼ନ୍ତୁ

weather department Caution for fisherman though whirl wind to formation into low pressure
କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ(Cyclonic Circulation) ଆସନ୍ତା କାଲି ଲଘୁଚାପରେ ପରିଣତ ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି । ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଧୀରେଧୀରେ ଘନେଇବାରେ ଲାଗିଛି ।

ଶୁକ୍ରବାର ସକାଳ ୮.୩୦ ସୁଦ୍ଧା ଦକ୍ଷିଣ ପୂର୍ବ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ଏହାର ୪୮ ଘଣ୍ଟା ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ । ୨୪ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ ।

ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଏଥିପାଇଁ ଅକ୍ଟୋବର ୨୨ ଓ ୨୩ ତାରିଖରେ ଓଡ଼ିଶା ଉପୂକୁଳରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ତା ସହିତ ଗଭୀର ସମୁଦ୍ର ଯିବାକୁ ମଧ୍ୟ ବାରଣ କରାଯାଇଛି ।

ଆଶଙ୍କା କରାଯାଉଥିବା ବାତ୍ୟାକୁ ନେଇ ପାଣିପାଗ ବିଭାଗ ଲଗାତାର ନଜର ରଖିଛି । ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି, "ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଏତିକି ହିଁ ସୂଚନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । GFS ଦେଉଥିବା ସୂଚନା ଏକ ମଡେଲ ଆଧାରିତ । ଏଭଳି ଅନେକ ମଡେଲ ରହିଛି । ଆମେ ବିଭିନ୍ନ ମଡେଲକୁ ଅନୁକରଣ କରୁଛୁ । ବାତ୍ୟାକୁ ନେଇ ପୂର୍ଣ୍ଣ ସ୍ପଷ୍ଟ ଚିତ୍ର ମିଳିବା ପରେ ହିଁ ସତର୍କତା ଜାରି କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.