ETV Bharat / state

ଛଦ୍ମବେଶରେ ବୁଲୁଥିଲା କାଶ୍ମୀର ଯୁବକ: SPY ସନ୍ଦେହରେ ଗିରଫ କଲା ଓଡିଶା STF; ୭ ପତ୍ନୀଙ୍କ ମଧ୍ୟରେ ଯାଜପୁରର ଅଧ୍ୟାପିକା

author img

By ETV Bharat Odisha Team

Published : Dec 16, 2023, 3:52 PM IST

Updated : Dec 16, 2023, 5:00 PM IST

Odisha STF arrests Kashmiri Youth: ଓଡ଼ିଶା STF ପଞ୍ଝାରେ ଛଦ୍ମବେଶୀ କାଶ୍ମୀର ଯୁବକ । ୭ ଜଣ ମହିଳାଙ୍କୁ ବିବାହ କରି ବୁଲୁଥିଲା ବିଭିନ୍ନ ସହର । ଏକାଧିକ ପତ୍ନୀଙ୍କ ମଧ୍ୟରେ ଯାଜପୁର ଅଞ୍ଚଳରେ ଜଣେ ଅଧ୍ୟାପିକା ଥିବା ସୂଚନା । ଅଧିକ ପଢନ୍ତୁ

Odisha STF arrests Kashmiri Youth
Odisha STF arrests Kashmiri Youth
ଛଦ୍ମବେଶରେ ବୁଲୁଥିଲା କାଶ୍ମୀର ଯୁବକ: SPY ସନ୍ଦେହରେ ଗିରଫ କଲା ଓଡିଶା STF

ଭୁବନେଶ୍ବର: ମହଙ୍ଗା ପଡିଲା PMO ଅଫିସରର ନକଲି ପରିଚୟ ଦେବା । ପାକିସ୍ତାନୀ ଗୁପ୍ତଚର ସନ୍ଦେହର ଗିରଫ କଲା ଓଡ଼ିଶା STF । ଗିରଫ ଅଭିଯୁକ୍ତ ଜଣକ ହେଲେ ସୟେଦ ଇଶାନ ବୁଖାରି । ଘର ଜମ୍ମୁ କାଶ୍ମୀର କୁପଓ୍ବାଡାରେ ହୋଇଥିବା ବେଳେ ସେ ୭ ଜଣ ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଛି । ଯାଜପୁର ଧର୍ମଶାଳାର ଜଣେ ମହିଳା ଅଧ୍ୟାପିକାଙ୍କୁ ବିବାହ ନେଇ ସୂଚନା ଦେଇଛନ୍ତି ଏସଟିଏଫ ଆଇଜି IPS ଜୟ ନାରାୟଣ ପଙ୍କଜ ।

ଓଡ଼ିଶାରେ  ଛଦ୍ମବେଶୀ କାଶ୍ମୀରି ଯୁବକ
ଓଡ଼ିଶାରେ ଛଦ୍ମବେଶୀ କାଶ୍ମୀରି ଯୁବକ

ଏସଟିଏଫର ସୂଚନା ମୁତାବକ ଦେଶର ବିଭିନ୍ନ ସହରରେ ବୁଲି ବୁଲି ଭିନ୍ନ ଭିନ୍ନ ପରିଚୟରେ ଦେଉଥିଲା ଅଭିଯୁକ୍ତ । ନିଜକୁ କେତେବେଳେ ଡାକ୍ତର ତ କେତେବେଳେ ଇଣ୍ଟେଲିଜେନ୍ସ ଅଫିସର ଓ କେତେବେଳେ କଲେଜ ଅଧ୍ୟାପକ ବୋଲି ପରିଚୟ ଦେଉଥିଲା । ଏପରିକି ଭିନ୍ନ ପରିଚୟରେ ବିଭିନ୍ନ ସହରରେ ରହି ଆସୁଥିଲା । ୭ଜଣ ମହିଳାଙ୍କୁ ବିବାହ କରି ନିଜର ସ୍ବତନ୍ତ୍ର ପରିଚୟରେ ଦେଉଥିଲା । କେତେବେଳେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯାଳୟର ଅଫିସର କହି କିଛି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲା । ପିଏମଓର ଅଫିସର ବୋଲି ଅନେକ ସ୍ଥାନରେ ଏହାର ଫାଇଦା ନେଇ କିଛି ଅନୈତିକ କାର୍ଯ୍ୟ କରୁଥିଲା।

ଏହା ବି ପଢନ୍ତୁ- OTP Sharing Scam: ଆସାମରୁ ରିକ୍ସା ଚାଳକକୁ ବାନ୍ଧିଲା ଏସଟିଏଫ, ପାକିସ୍ତାନକୁ ଦେଉଥିଲା ଗୁପ୍ତ ତଥ୍ୟ

ଓଡ଼ିଶାରେ  ଛଦ୍ମବେଶୀ କାଶ୍ମୀରି ଯୁବକ
ଓଡ଼ିଶାରେ ଛଦ୍ମବେଶୀ କାଶ୍ମୀରି ଯୁବକ

ଏପରିକି ଦେଶ ବିରୋଧୀ କାର୍ଯ କରିଥିବା ମଧ୍ୟ ଅଭିଯୋଗ ଆସିଥିଲା । ଅଭିଯୁକ୍ତ ନିଜକୁ NIA ସହିତ ନିବିଡ ସମ୍ପର୍କ ଥିବା କହି ବିଭିନ୍ନ ସହରରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଥିଲା । ଏହି ଅଭିଯୁକ୍ତ ବିରୋଧରେ ଗୁପ୍ତ ତଥ୍ୟ ସଂଗ୍ରହ ଓ କିଛି ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଓଡ଼ିଶା ଏସଟିଏଫକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଯାହା ଆଧାରରେ ଏସଟିଏଫ ଏହାର ତଥ୍ୟ ସଂଗ୍ରହ ବେଳେ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତ ଜଣକ ଯାଜପୁରର ଧର୍ମଶାଳାରେ ୨୦୧୮ରୁ ଆସି ଜଣେ ଅଧ୍ୟାପିକାଙ୍କୁ ବିବାହ କରି ରହିଆସୁଥିଲା । କିଛି ଦେଶ ବିରୋଧୀ କାର୍ଯରେ ଲିପ୍ତ ଥିବା ସନ୍ଦେହରେ ଗିରଫ କରିଛି ଏସଟିଏଫ ଟିମ ।

ଏନେଇ ଏସଟିଏଫ ଆଇଜିଙ୍କ ସୂଚନା ଅନୁସାରେ‌ ସେ ଅନେକ ଥର ପାକିସ୍ତାନୀ ଲୋକଙ୍କ ସହ ଯୋଗାଯୋଗରେ ଥିଲା । ଏପରିକି କେରଳ, ପଞ୍ଜାବ ଓ କାଶ୍ମୀର ଭଳି ରାଜ୍ୟରେ କିଛି ସନ୍ଦେହଜନକ ଗତିବିଧି ସହ କିଛି ସଂଗଠନ ସହ ମଧ୍ୟ ଯୋଗାଯୋଗରେ ଥିଲା । ତାକୁ ଓଡ଼ିଶାରୁ ଟ୍ରାକ କରିବା ପରେ ଗିରଫ କରାଯାଇଛି । ତା' ଠାରୁ ଅନେକ ଆଇଡି କାର୍ଡ ଓ ଭିନ୍ନ ଭିନ୍ନ ପରିଚୟ ପତ୍ର ମିଳିଛି । ଏହାସହ ସାଦା କାଗଜରେ ଅନେକ ହାଇ-ଅଫିସିଆଲଙ୍କ ଦସ୍ତଖତ ଥିବା କାଗଜକୁ ଜବତ କରାଯାଇଛି । ଏବେ ଦେଶ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ସହ ଠକେଇ ଆଇଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ ।

ଅଭିଯୁକ୍ତର ଆତଙ୍କୀ ଲିଙ୍କ ଅଛି କି ନାହିଁ ବା ଗୁପ୍ତଚରୀ ଲିଙ୍କ୍‌ ଅଛି କି ନାହିଁ ସେ ନେଇ ତଦନ୍ତ କରୁଛି ଏସଟିଏଫ ଟିମ । ତେବେ ଅଭିଯୁକ୍ତ ଜଣକ ଦେଶ ବିରୋଧୀ କାର୍ଯରେ ଲିପ୍ତ ରହିବା ପ୍ରଧାନମନ୍ତ୍ରୀ କାର୍ଯାଳୟର ଅଫିସର କହିବା, ସହରରେ ବୁଲି ବୁଲି ଗୁପ୍ତଚର ଭାବେ ଆତଙ୍କୀ ସଂଗଠନ ପାଇଁ ଗୁପ୍ତ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରୁଛି ଏସଟିଏଫ। ପୂର୍ବରୁ ଅନେକ ଥର ଦେଶ ବିରୋଧୀ କାର୍ଯ୍ୟକଳାପରେ ଅନେକ ଆତଙ୍କୀ ସଂଗଠନ ସହ ଲିଙ୍କରେ ଥିବା ଗିରଫ ଘଟଣା ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 16, 2023, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.