ETV Bharat / state

‘ମାଲିକଙ୍କ ଯାତ୍ରାରେ ଆମେ ଶ୍ରମିକ, ସ୍ୱଚ୍ଛତା ଉପରେ ଗୁରୁତ୍ବ’

ରଥଯାତ୍ରା ସମୟରେ ବଡଦାଣ୍ଡକୁ ସଫା ସୁତୁରା ରଖିବା ପାଇଁ ସ୍ବତଃ ପ୍ରବୃତ୍ତ ଭାବେ ଦାୟିତ୍ବ ନେଇଛନ୍ତି ସମାଜସେବୀ ସଂଗଠନ । 'ଜଗା ଶ୍ରମିକ' ରେ ସାମିଲ ହୋଇ ଏହି ଅଭିଯାନରେ ସାମିଲ ହେବାକୁ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି ସଂଘର କର୍ମକର୍ତ୍ତା । ଅଧିକ ପଢନ୍ତୁ

author img

By

Published : Jun 13, 2023, 10:29 PM IST

ରଥଯାତ୍ରାରେ ସ୍ବଚ୍ଛତା ପାଇଁ  କାର୍ଯ୍ୟ କରିବ ସଂଗଠନ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ନିଆରା ଉଦ୍ୟମ। ରଥଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କିଭଳି ଭାବରେ ସ୍ବଚ୍ଛତା ବଜାୟ ରଖାଯିବ ସେଥିପାଇଁ ଅଣ୍ଟା ଭିଡିଛି ଏକ ସଂଗଠନ। ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଶ୍ରୀକ୍ଷେତ୍ରକୁ ସଫା ସୁତୁରା ରଖିବା ପାଇଁ ଆଗେଇ ଆସିଛନ୍ତି ପୁରୀର ଆସୋସିଏସନ ଅଫ୍ ଟୁଇଟର ଆକ୍ଟିଭିଷ୍ଟ ସଂଘ । ଆଜି ଏନେଇ ସୂଚନା ଭବନଠାରେ ସଂଘ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗ୍ରହ ପାଇଁ ଏକ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି ।

ଯେଉଁମାନେ ସ୍ୱତଃ ପ୍ରବୃତ୍ତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ଯୋଗ ଦେଇପାରିବେ ବୋଲି ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ସେବା କାର୍ଯ୍ୟ ପାଇଁ ଜଗା ଶ୍ରମିକଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏଣୁ ଜଗା ଶ୍ରମିକ ଭାବେ ନିଜର ନାମକୁ ସ୍ବେଚ୍ଛାସେବୀମାନେ ପଞ୍ଜିକରଣ କରିପାରିବେ । ଆବେଦନ କରିବାକୁ ଚାହୁଁଥିଲେ 9853766600 ଓ 8249080142 ଭଳି ଏହି ଦୁଇଟି ନମ୍ବରରେ ଯୋଗଯୋଗ କରିପାରିବେ ।

ଜୁନ 20 ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଜୁଲାଇ 1 ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭାବ ଭକ୍ତିରେ ଏକାକାର ହେବେ ଭଗବାନ ଓ ଭକ୍ତ। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଭାବ ଓ ଭକ୍ତିର ସହ ସେବା କରିବ ଏହି ସଂଘ। ତେବେ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରି ସମସ୍ତ ବିଭାଗ ପକ୍ଷରୁ ଚଳିତ ବର୍ଷ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ୨୮ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ୨୯ ତାରିଖରେ ସୁନାବେଶ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପାନୀୟ ଜଳ ଯୋଗାଣ, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳାକୁ ଗୁରୁତ୍ଵ ଦିଆଯାଇଛି। ବର୍ତ୍ତମାନ ପ୍ରଚଣ୍ଡ ଗରମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ ଏବଂ ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ କରି ରଖିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଓ ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି, ଡ୍ରେନ୍ ସଫେଇ ଇତ୍ୟାଦି କରିବାକୁ ମଧ୍ୟ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.