ଖୋର୍ଦ୍ଧା : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବାବେଳେ ଦିବ୍ୟାଙ୍ଗମାନଙ୍କୁ ଭୋଟ କେନ୍ଦ୍ରକୁ ଆଣି ଭୋଟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସ୍ବେଚ୍ଛାସେବୀ । ଜିଲ୍ଲାରେ ମୋଟ ୩୪୯୦୩ ଦିବ୍ୟାଙ୍ଗ ଭୋଟର ଥିବାବେଳେ ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ବୁଥରେ 2ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି ।
ତେବେ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀ ବିଭିନ୍ନ ବୁଥ୍ରେ ନିଜ କାମ ସଠିକ୍ ଭାବେ କରୁଥିବା ଦେଖିବାକୁ ମିଳିଛି । ତେବେ ସ୍ବଳ୍ପ ପାରିଶ୍ରମିକରେ ସ୍ବେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ