ETV Bharat / state

ସମାନ କାମକୁ ସମାନ ଦରମା ଦାବି, ରାଜଧାନୀରେ ଗର୍ଜିଲେ ଭୋକେସନାଲ ଟ୍ରେନର

author img

By

Published : Nov 1, 2022, 10:49 AM IST

ସମାନ କାମକୁ ସମାନ ଦରମା ସହ ପୂର୍ଣ୍ଣ ଶିକ୍ଷ୍ୟକତା ଦାବି ନେଇ ଧାରଣାକୁ ଓହ୍ଳାଇଲା ଭୋକେସନାଲ ସଂଘ । ଅଧିକ ପଢନ୍ତୁ

ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା
ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା, ସମାନ କାମକୁ ସମାନ ଦରମା ସହ ପୂର୍ଣ୍ଣ ଶିକ୍ଷ୍ୟକତା ଦାବି ନେଇ ଆଜି ଭୋକେସଲାନ ସଂଘ ତରଫରୁ ଧାରଣା ଦିଆଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ଭୋକେସନାଲ ସଂଘର ସଭାପତି ।

ରାଜ୍ୟରେ ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧମିକ ୧ହଜାର ୨୨ ଶହ ସ୍କୁଲରେ ୨୦୪୪ ଭୋକେସନାଲ୍ ଟ୍ରେନ୍‌ର ଦୀର୍ଘ ଦିନ ହେଲା ପ୍ରାଇଭେଟ୍ କମ୍ପାନୀ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀର ଅତ୍ୟଧିକ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ଭୋକେସନାଲ ଟ୍ରେନର । ତେଣୁ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାନୀତି ଆଣିବା ନେଇ ଦାବି କରିଛି ଭୋକେସନାଲ ସଂଘ ।

ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା

ଆଜି ରାଜ୍ୟର ସମସ୍ତ ୨୦୪୪ ଭୋକେସନାଲ ଟ୍ରେନର ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସଂଘର ସଭାପତି ସୁନୀଲ କୁମାର ଦେବତା ଆହ୍ବାନ ଦେଇଛନ୍ତି । ତେବେ ରାଜ୍ୟରେ ସମସ୍ତ ଧନ୍ଦାମୂଳକ ପ୍ରଶିକ୍ଷକ ନିଜ ନିଜ କର୍ମସ୍ଥଳୀରେ ସଂକଳ୍ପ ନେବା ସହ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ବିରୋଧ କରି ଗଣଧାରଣା ଦେଇଥିଲେ । ସମାନ କାମକୁ ସମାନ ଦରମା।, VTP ହଟାଓ ଏବଂ ପୂର୍ଣ୍ଣ ଶିକ୍ଷ୍ୟକତା ଆମର ଦାବି ବୋଲି କହିଥିଲେ ସଂଘର ସଦସ୍ୟ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.