ETV Bharat / state

Pandian likely to Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପାଣ୍ଡିଆନ, ପ୍ରସ୍ତୁତ ହେଲାଣି କ୍ଷେତ୍ର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖୋଦ ପାଣ୍ଡିଆନ ମଧ୍ୟ ଏହି ଦୈନିକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିରେ ଯୋଗ ଦେବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଦାୟିତ୍ବ ଉପରେ ସେ ଫୋକସ କରିଛନ୍ତି । ୫ଟି ଉପଯୋଗରେ ମୁଖ୍ୟମନ୍ତ୍ରୀଙ୍କର ନୂଆ ଓଡ଼ିଶା ଗଠନ ଭିଜନର ରୂପାୟନ ପାଇଁ ସେ ବର୍ତ୍ତମାନ ବ୍ୟସ୍ତ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Pandian likely to Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପାଣ୍ଡିଆନ, ପ୍ରସ୍ତୁତ ହେଲାଣି କ୍ଷେତ୍ର

author img

By ETV Bharat Odisha Team

Published : Nov 11, 2023, 8:38 PM IST

Pandian likely to Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପାଣ୍ଡିଆନ, ପ୍ରସ୍ତୁତ ହେଲାଣି କ୍ଷେତ୍ର

ଭୁବନେଶ୍ବର: ଖୁବଶୀଘ୍ର ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ଆଉ ଜଣେ ପ୍ରଶାସକ । ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେବାକୁ ଯାଉଛନ୍ତି ଭିକେ ପାଣ୍ଡିଆନ । ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ପାଣ୍ଡିଆନଙ୍କୁ ଦଳରେ ମିଶେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେଡି ।

୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଖୁବଶୀଘ୍ର ବିଜେଡିରେ ଯୋଗଦେବେ । ଦଳରେ ଏକ ପ୍ରମୁଖ ଦାୟିତ୍ବରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଏନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଛି । ପାଣ୍ଡିଆନ ରାଜନୀତିରେ ଯୋଗ ଦେବା ପାଇଁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ନୂଆ ନୁହେଁ । ଏମିତିକି ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଉଛି । ମାତ୍ର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନିକଟରେ ଆସିଥିବା ଏକ ଜାତୀୟ ମାଗାଜିନ ରିପୋର୍ଟ ଏବଂ ଆଜି ପ୍ରକାଶିତ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଉକ୍ତିକୁ ଉଦ୍ଧାର କରି ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ପାଣ୍ଡିଆନ କୌଣସି ବି ସମୟରେ ବିଜେଡିରେ ଯୋଗ ଦେଇପାରନ୍ତି । ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ପ୍ରସ୍ତୁତିରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

ଅଧିକ ପଢନ୍ତୁ- ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ

ଖୋଦ ପାଣ୍ଡିଆନ ମଧ୍ୟ ଏହି ଦୈନିକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିରେ ଯୋଗ ଦେବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଦାୟିତ୍ବ ଉପରେ ସେ ଫୋକସ କରିଛନ୍ତି । ୫ଟି ଉପଯୋଗରେ ମୁଖ୍ୟମନ୍ତ୍ରୀଙ୍କର ନୂଆ ଓଡ଼ିଶା ଗଠନ ଭିଜନର ରୂପାୟନ ପାଇଁ ସେ ବର୍ତ୍ତମାନ ବ୍ୟସ୍ତ ବୋଲି କହିଛନ୍ତି । ସେହିପରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ବରିଷ୍ଠ ନେତା ବିଭିନ୍ନ ସମୟରେ ପାଣ୍ଡିଆନଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି । ସ୍ବେଚ୍ଛାକୃତ ଅବସର ନେଇଥିବା ୫ଟି ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରୁଛନ୍ତି ବୋଲି ପରୋକ୍ଷରେ ସୂଚନା ଦେଉଛନ୍ତି । ଗଞ୍ଜାମରେ ଆୟୋଜିତ ହେବାକୁ ଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋରଦାର ହେଉଛି । ଗଞ୍ଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଏହା ସହ ଭିକେ ପାଣ୍ଡିଆନ ଦୀର୍ଘ ଦିନ ଧରି ଉକ୍ତ ଜିଲ୍ଲାରେରେ କାର୍ଯ୍ୟ କରିଛନ୍ତି ।

ଏନେଇ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଯେକୌଣସି ଅଧିବାସୀ ବା ଭାରତୀୟ ନାଗରିକ କୌଣସି ଦଳରେ ସାମିଲ ହେବା ଲାଗି ଆମ ସମ୍ବିଧାନରେ ବାରଣ ନାହିଁ । ଯାହାକୁ ଯେଉଁ ରାଜନୈତିକ ଦଳ ଭଲ ଲାଗିବ ସେ ସେଥିରେ ମିଶିବ । ମତଦାନର ସମସ୍ତଙ୍କର ଅଧିକାର ଅଛି । ସେମିତି ରାଜନୈତିକ ଦଳରେ ଅଂଶଗ୍ରହଣ କରିବାର ଅଧିକାର ମଧ୍ୟ ଅଛି । ପ୍ରଶାସନିକ ଅଭିଜ୍ଞତା ଥିବା ଲୋକ ବିଭିନ୍ନ ଦଳରେ ମିଶୁଛନ୍ତି । ବିଜୟ ପଟ୍ଟନାୟକ କଂଗ୍ରେସରେ ଅଛନ୍ତି । ନିକଟରେ କିଛି ଅଧିକାରୀ ବିଜେପିରେ ମିଶିଛନ୍ତି । ବିଭିନ୍ନ ସ୍ଥାନରେ ଏହାର ଉଦାହରଣ ରହିଛି । ଦଳର ନେତୃତ୍ବଙ୍କ ଇଚ୍ଛା ଓ ମିଶିବାକୁ ଥିବା ଲୋକର ଆଗ୍ରହ ଥିଲେ ନିଶ୍ଚୟ ସାମିଲ ହେବେ । ଏଇଟା ସବୁଠି ହେଉଛି । ଓଡିଶାରେ ହେଲେ ଆଶ୍ଚର୍ଯ୍ୟ ହେବାର କଣ ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.