ETV Bharat / state

ଡରେଇଲା କୋରୋନା: ନିଜ ନିଜ ଗାଁକୁ ସିଲ କଲେ ଯୁବଗୋଷ୍ଠୀ - କୋରୋନା ଭାଇରସର ଲକ୍ଷଣ

ଓଡ଼ିଶାରେ ହଠାତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଖବର ପ୍ରଚାରିତ ହେବା ପରେ ଗ୍ରାମାଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଯୁବଗୋଷ୍ଠୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରୁଛନ୍ତି ।

villagers-seal-road-for-increase-of-covid19-in-khurdha
ଡରେଇଲା କୋରୋନା : ନିଜ ନିଜ ଗାଁକୁ ସିଲ କଲେ ଯୁବଗୋଷ୍ଠୀ
author img

By

Published : Apr 4, 2020, 7:12 PM IST

ଖୋର୍ଦ୍ଧା: ନିଜ ନିଜ ଗାଁକୁ ସିଲ କଲେ ଯୁବଗୋଷ୍ଠୀ। ମହାମାରୀ କୋରୋନା କୁ ନେଇ ଚାରିଆଡେ ଆତଙ୍କ ଓ ଭୟର ବାତାବରଣ । ଓଡ଼ିଶାରେ ହଠାତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଖବର ପ୍ରଚାରିତ ହେବା ପରେ ଗ୍ରାମାଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

ଡରେଇଲା କୋରୋନା : ନିଜ ନିଜ ଗାଁକୁ ସିଲ କଲେ ଯୁବଗୋଷ୍ଠୀ

କେନ୍ଦ୍ର ସରକାର କରିଥିବା ଲକଡାଉନକୁ ଖାତିର କରୁନଥିବା ଲୋକ ଏବେ ସଚେତନ ହେଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଅଞ୍ଚଳର ବହୁ ଗ୍ରାମକୁ ଯୁବପିଢ଼ି ମାନେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରୁଥିବା ଶନିବାର ଦେଖିବାକୁ ମିଳିଛି । ସେହିପରି କୋରୋନା ବ୍ୟାପୁଥିବା ଦେଖି ଲୋକମାନେ ବାହାରକୁ ନବାହାରି ନିଜ ନିଜ ଘର ଭିତରେ ରହୁଥିବା ଦେଖିବାକୁ ମିଳିଛି ।

କୋରୋନା ଭୂତାଣୁକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରିନାହିଁ । ଏହାକୁ ପ୍ରତିହତ କରିବା ପାଇଁ ଲୋକଙ୍କୁ ସଚେତନ ହେବା ସହ ସାମାଜିକ ଦୂରତ୍ବ ଅବଲମ୍ବନ ହେଲେ ହିଁ ସଂକ୍ରମଣରୁ ରକ୍ଷା ମିଳିପାରିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଗତକାଲି ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5ରୁ ହଠାତ 20କୁ ବୃଦ୍ଧି ପାଇଥିଲାବେଳେ ଦୁଇଜଣ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.