ETV Bharat / state

ପାତ୍ରପଡା ବସ୍ ଡିପୋରେ ଆନ୍ଦୋଳନ; ସାମିଲ ହେଲେ ଛାତ୍ରଛାତ୍ରୀ - ମୋ’ ବସ୍ ବନ୍ଦ କଲେ ଗ୍ରାମବାସୀ

ଭୁବନେଶ୍ୱର ପାତ୍ରପଡାରେ ମୋ ବସ୍ ବନ୍ଦ କଲେ ଗ୍ରାମବାସୀ । ଆନ୍ଦୋଳନର ମାତ୍ର ୩ରୁ ୪ ଘଣ୍ଟା ପରେ ପୂରଣ ହେଲା ଦାବି । ଅଧିକ ପଢନ୍ତୁ

ପାତ୍ରପଡା ବସ୍ ଡିପୋରେ ପ୍ରତିବାଦ
ପାତ୍ରପଡା ବସ୍ ଡିପୋରେ ପ୍ରତିବାଦ
author img

By ETV Bharat Odisha Team

Published : Nov 11, 2023, 2:13 PM IST

Updated : Nov 11, 2023, 2:26 PM IST

ପାତ୍ରପଡା ବସ୍ ଡିପୋରେ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ । ସ୍କୁଲ ଆଗରେ ଗାଡି ଚଳାଚଳକୁ ବିରୋଧ କରି ରାସ୍ତାରୋକ କଲେ ପାତ୍ରପଡା ବାସିନ୍ଦା । ଏହି ଆନ୍ଦୋଳନରେ ଛାତ୍ରଛାତ୍ରୀ ବି ସାମିଲ ହୋଇଥିଲେ । ଯାହାଫଳରେ ଆଜି(ଶନିବାର) ସକାଳୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା ।

ସୂଚନା ମୁତାବକ, ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି । ମୋ ବସ୍ ଡ୍ରାଇଭରମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି । ତେଣୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମୋ ବସ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ମିଶି ଆଜି ରାସ୍ତାରୋକ କରିଥିଲେ । ଏଥିରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ ।

ତେବେ ଦୀର୍ଘ ସମୟ ଧାରଣାରେ ବସିବା ପରେ ଡିପୋର ପଛପଟେ ଥିବା କାନ୍ଥକୁ ଭଙ୍ଗାଯାଇଛି । ବିଧାୟକ ସୁର ରାଉତରାୟ, ସ୍ଥାନୀୟ କର୍ପୋରେଟର, ସ୍ଥାନୀୟ ବାସିନ୍ଦା, ଓ ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ମିଳିତ ଭାବେ ପଶ୍ଚିମ ପଟର କାନ୍ଥକୁ ଜେସିପି ଲଗାଇ ଭଙ୍ଗିଛନ୍ତି । କ୍ରୁଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କ୍ରୁଟ ପକ୍ଷରୁ ଏହି ଅନୁମତି ଦିଆଯାଇଥିଲା । ତେବେ ସ୍କୁଲ ସାମ୍ନାରେ ବସ୍ ଚଳାଚଳ ନକରିବା ପାଇଁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ କିଛି ସୁଫଳ ମିଳୁନଥିଲା । ଆଜି ମିଳିତ ଭାବେ ଆନ୍ଦୋଳନ କରିବା ପରେ ମାତ୍ର ୩ରୁ ୪ ଘଣ୍ଟାରେ ଦାବି ପୂରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଣ୍ଡକ୍ଟର ଫେରାର

ସ୍କୁଲ ସମ୍ମୁଖରେ ମୋ ବସ୍ ଡିପୋର ଗେଟ୍ ଥିବାରୁ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଯିବାଆସିବା କରୁଥିଲେ । ପ୍ରତିଦିନ ମୋ ବସ ଡ୍ରାଇଭରମାନେ ବେପରୁଆ ଭାବରେ ଗାଡି ଚଳାଉଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ପିଲା ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତିକି ଗାଈଗୋରୁ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୋ ବସ୍ କର୍ତ୍ତୃପକ୍ଷ କୌଣସି ଆକ୍ସନ ନ ନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2023, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.