ଖୋର୍ଦ୍ଧା: ଅରାଙ୍ଗ ଗ୍ରାମରେ ଏକ ବିଲ୍ଡର ସଂସ୍ଥା ଜବରଦସ୍ତ ଭାବରେ ଶ୍ମଶାନ ଜାଗା ସହିତ ଗୋଚର ଜମି ଉପରେ ରାସ୍ତା ନେଇଛି । ଏହାକୁ ବାରଣ କରିବାରୁ ଗ୍ରାମବାସୀଙ୍କୁ ମାରିବାକୁ ଧମକ ଦେବାରୁ ଏହା ବିରୁଦ୍ଧରେ ଗ୍ରାମବାସୀ ଶୁକ୍ରବାର ଖୋର୍ଦ୍ଧା ଆଦର୍ଶ ଥାନା ଘେରାଉ କରିଛନ୍ତି । ସେହିପରି ଏହା ବିରୁଦ୍ଧରେ ଖୋର୍ଦ୍ଧା ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି । ଏହି ଜାଗାରେ ସରକାରଙ୍କ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଗ୍ରାମବାସୀ ଧାର୍ଯ୍ୟ କରିଥିବା ବେଳେ ନିଜର ଶ୍ମଶାନ ଜମି ଉପରେ ଜବରଦସ୍ତି ରାସ୍ତା ନେଉଥିବାରୁ ସହ ସହ ଗ୍ରାମବାସୀ ଥାନା ଘରାଉ କରି ବିଲ୍ଡର ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା