ଖୋର୍ଦ୍ଧା: ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତ ବୁଢାଙ୍ଗରା ଗ୍ରାମରେ ଫନି ବାତ୍ୟା କ୍ଷୟକ୍ଷତି ଆକଳନ ତଦନ୍ତରେ ଅନିୟମିତତା ଅଭିଯୋଗ । ଏନେଇ ପ୍ରଶାସନ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଗ୍ରାମବାସୀ ।
ସୂଚନାନୁଯାୟୀ, ବାତ୍ୟା ଫନି କ୍ଷୟକ୍ଷତି ଆକଳନ ତଦନ୍ତରେ ଅନିୟମିତତା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଗ୍ରାମର 7 ଜଣଙ୍କ ନାମରେ ଜଟଣୀ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା । ଏହାପରେ ଅଗ୍ରୀମ ବେଲ ଆଣି ବ୍ଲକ ପ୍ରଶାସନ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଗ୍ରାମବାସୀ ।
ପଞ୍ଚାୟତରେ ଫନି ବାତ୍ୟା ଘର ଭଙ୍ଗା ତଦନ୍ତ କରିବା ବେଳେ ଅନେକ ଆଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ତେବେ ଏହାର ପୁନଃ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଜିଲ୍ଲାପାଳ କହିଛନ୍ତି ପୁରା ଘଟଣାର ତଦନ୍ତ କରାଯିବା ସହିତ ସଠିକ ଓ ଯୋଗ୍ୟ ହିତାଧିକାରୀଙ୍କୁ ଫନି ସହାୟତା ପ୍ରଦାନ କରାଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ