ETV Bharat / state

୯ ଦଫା ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଲୋକେ

author img

By

Published : Aug 20, 2021, 10:50 PM IST

୯ ଦଫା ଦାବି ନେଇ ନିରାକାରପୁର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ବିଦ୍ୟୁତ ଗ୍ରାହକ । ବାରମ୍ଵାର ଅଘୋଷିତ ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ୍ ଆଦି ସମସ୍ୟା ଲାଗି ରହିଥିବାରୁ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

୯ ଦଫା ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଖୋର୍ଦ୍ଧା: ୯ ଦଫା ଦାବି ନେଇ ନିରାକାରପୁର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ବିଦ୍ୟୁତ ଗ୍ରାହକ । ବାରମ୍ଵାର ଅଘୋଷିତ ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ୍ ଆଦି ସମସ୍ୟା ଲାଗି ରହିଥିବାରୁ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ଏନେଇ ଉପଭୋକ୍ତା ମାନେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହା ସହ ବିଦ୍ୟୁତ ବିଭାଗ ବିରୋଧରେ ସ୍ଲୋଗାନ ଦେଇଥିଲେ । ଦିର୍ଘ ସମୟ ଆନ୍ଦୋଳନ ଚାଲିବା ପରେ ଖବର ପାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଆସନ୍ତା ଏକମାସ ମଧ୍ୟରେ ବିଦ୍ୟୁତ ସମସ୍ୟା ସମାଧାନ କରିବାପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.