ETV Bharat / state

ଶୁଣିଲାନି ପ୍ରଶାସନ, ରାସ୍ତା ସଜାଡିଲେ ଗ୍ରାମବାସୀ

author img

By

Published : Oct 4, 2019, 1:58 PM IST

ମାଳ ମାଳ ସରକାରୀ ଯୋଜନା ଥାଇ ବି ଆଜି ଯାଏଁ ଅନେକ ଗାଁକୁ ସଂଯୋଗ ହୋଇନି ରାସ୍ତା । ଏପରି ଏକ ଗାଁ ହେଉଛି ବେଗୁନିଆ ବ୍ଲକ ବେଗୁନିଆ ଏବଂ ବଡବେରଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦୁର୍ଗାପୁର ଗାଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ମାଳ ମାଳ ସରକାରୀ ଯୋଜନା ଖାଇ ବି ଆଜି ଯାଏଁ ଅନେକ ଗାଁକୁ ସଂଯୋଗ କରିବା ପାଇଁ ରହିଛି ରାସ୍ତାର ଅଭାବ । ଏପରି ଏକ ଗାଁ ହେଉଛି ବେଗୁନିଆ ବ୍ଲକ ବେଗୁନିଆ ଏବଂ ବଡବେରଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦୁର୍ଗାପୁର ଗାଁ । ଏଠାରେ ଗାଁକୁ ଯିବା ନାହିଁ ପକ୍କା ରାସ୍ତାଟିଏ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଫଳ ଶୂନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବାରମ୍ବାର ପ୍ରଶାସନ ଦ୍ବାରା ହତାଶ ହେବା ପରେ ଶେଷରେ ନିଜେ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ଛୁଆଠୁ ବୁଢା । ଗାଁକୁ ରାସ୍ତାଟିଏ ନଥିବାରୁ ଯାତାୟତରେ ଅସୁବିଧା ସାଙ୍ଗକୁ ଅତ୍ୟାବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ସେବା ବି ଗ୍ରାମବାସୀଙ୍କୁ ମିଳିପାରୁ ନାହିଁ । ପିଲାମାନେ ସ୍କୁଲ ଯିବା ପାଇଁ ମଧ୍ୟ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା ।

ଏତେ ସବୁ ଅସୁବିଧାରୁ ଥକିଯାଇ ଶେଷରେ ନିଜେ ମାଟି ଆଣି ରାସ୍ତା କାମ ଆରମ୍ଭ କରିଛନ୍ତି ଗ୍ରାମବାସୀ । କେବଳ ସେତିକି ନୁହେଁ ନିଜସ୍ବ ଖର୍ଚ୍ଚରେ ବି ଏପରି ଏକ କାର୍ଯ୍ୟ ଆରମ୍ଭ କରିଥିବାରୁ ଏବେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଶୁଣିଲାନି ପ୍ରଶାସନ : ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

Body:ଖୋର୍ଦ୍ଧା : ସ୍ୱାଧୀନତାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁ ଗାଁକୁ ଏପର୍ଯ୍ୟନ୍ତ ପକ୍କା ସଡକ ଟିଏ ନାହିଁ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆ ଏବଂ ବଡ଼ବେରଣା ଉଭୟ ଗ୍ରାମ ପଂଚାୟତ ଅଧୀନରେ ଥିବା ଦୁର୍ଗାପୁର ଗ୍ରାମ । ଏହି ଗାଁକୁ ପକା ରାସ୍ତାଟିଏ ନଥିବାରୁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏମିତିକି ଗାଁକୁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଥିବା ଗ୍ରାମବାସୀ କହିଛନ୍ତି । ଛୋଟ ଛୋଟ ପିଲା ପାଖ ଗାଁ ସ୍କୁଲକୁ ଯିବା ଆସିବାରେ ବହୁ ସମସ୍ୟା ମଧ୍ୟ ଉପୁଜୁଛି । ବାରମ୍ବାର ଜିଲା ଏବଂ ବ୍ଲକ ପ୍ରଶାସନକୁ ଗୁହାରି କରି ନିରାଶ ହେବାପରେ ରାସ୍ତା ନିର୍ମାଣ କରିବାକୁ ଗାଁଲୋକ ଅଣ୍ଟା ଭିଡିଛନ୍ତି । ନିଜସ୍ୱ ଖର୍ଚରେ ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Conclusion:ବାଇଟ1- କାଳନ୍ଦୀ ସାହୁ,ଗ୍ରାମବାସୀ
2- ସୁମନ୍ତ କୁମାର ସାହୁ,ଗ୍ରାମବାସୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.