ETV Bharat / state

ମାନବବାଦ ସଂଗଠନ କର୍ମକର୍ତ୍ତାଙ୍କ ନାଁରେ ବେଗୁନିଆ ଥାନାରେ ଅଭିଯୋଗ - manab bad Association

ମାନବବାଦ ସଙ୍ଗଠନ କର୍ମୀଙ୍କ ଦାଦାଗିରିକୁ ନେଇ ଜିଲ୍ଲାରେ ତେଜୁଛି ଅସନ୍ତୋଷ । ସଙ୍ଗଠନର ୨ କର୍ମକର୍ତ୍ତାଙ୍କୁ ଧରି ପୋଲିସରେ ଜିମା ଦେବା ସହ ଅଭିଯୋଗ ଆଣିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ମାନବବାଦ ସଙ୍ଗଠନ କର୍ମକର୍ତ୍ତାଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ

author img

By

Published : Sep 29, 2021, 6:43 PM IST

ଖୋର୍ଦ୍ଧା: ମାନବବାଦ ସଙ୍ଗଠନ କର୍ମକର୍ତ୍ତାଙ୍କ ଗୁଣ୍ଡାଗିରି ଥମିବାର ନାଁ ଧରୁନାହିଁ । ଆଉ ଏହି ଘଟଣାରେ ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମରେ ମାନବବାଦ ସଙ୍ଗଠନର ୩ଜଣ କର୍ମୀ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଧରି ଧମକ ଚମକ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଆଜି (ବୁଧବାର) ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆନନ୍ଦ ନାୟକ ।

ମାନବବାଦ ସଙ୍ଗଠନ କର୍ମକର୍ତ୍ତାଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ

ସୂଚନାନୁସାରେ ଅଭିମାନପୁର ଗ୍ରାମର ଦୀପକ ନାୟକ, ପ୍ରଶାନ୍ତ ନାୟକ, ଛବି ସ୍ବାଇଁ, ବିରଞ୍ଚି ନାୟକ ଓ ଗୋବିନ୍ଦ ନାୟକଙ୍କ ସମେତ 10ରୁ 12ଜଣ ଯୁବକ ବୈଠକ କରିବା ସହ ସମସ୍ତଙ୍କୁ ବନ୍ଧୁକ ଓ ବୋମା ସାହାଯ୍ୟରେ ମାରିଦେବା ପାଇଁ ଧମକ ଦେଇଛନ୍ତି ।

ସେପଟେ ଏହି ଘଟଣାରେ ଗ୍ରାମର ସମସ୍ତ ଲୋକେ ଏକାଠି ହୋଇ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିବା ସହ ପୋଲିସରେ ଜିମା ଦେଇଥିଲେ । ତେବେ ଏହି ଘଟଣାରେ ମାନସ ଦାସ ଏବଂ ମାନବବାଦ ସଙ୍ଗଠନ ବିରୁଦ୍ଧରେ ଯାହା ଅଭିଯୋଗ ଆସିବ ତାହାର ତଦନ୍ତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.