ETV Bharat / state

୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ

author img

By

Published : Nov 25, 2022, 7:33 AM IST

ଗତ ୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ ଛନ୍ଦି ହୋଇଛନ୍ତି । ଗୃହରେ ସୂଚନା ଦେଲେ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ
୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ

ଭୁବନେଶ୍ବର: ଜଳସମ୍ପଦ ବିଭାଗରେ ବଢ଼ିବାରେ ଲାଗିଛି ଦୁର୍ନୀତିର ଚେର । ଏହି ବିଭାଗରେ ଗତ 10 ବର୍ଷ ମଧ୍ୟରେ 130 ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ(Khandapada MLA Soumya Ranjan Patnaik) ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ''ଗତ 2017ରୁ 2022 ମସିହା ମଧ୍ୟରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ମୋଟ 60 ଜଣ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେହିପରି 2012 ରୁ 2016 ମସିହା ମଧ୍ୟରେ ଜଳସମ୍ପଦ ବିଭାଗର 70 ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ଦୁର୍ନୀତିକୁ ନେଇ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଆପଣେଇଥିଲେ ବି ବିଭାଗରେ ଦୁର୍ନୀତି ଚେର ମାଡି ଚାଲିଛି । ଜଳସମ୍ପଦ ବିଭାଗରେ ଇଞ୍ଜିନିୟରିଂ ସର୍ଭିସ କ୍ୟାଡ଼ରରେ ମୋଟ ସ୍ୱୀକୃତିପ୍ରାପ୍ତ 1608ଟି ପଦବୀ ରହିଛି ।''

ଏହାମଧ୍ୟ ପଢନ୍ତୁ: Odisha Assembly News: ତୁଟୁନି କୋଟିଆ ବିବାଦ, କେବେ ହେବ ସ୍ଥାୟୀ ସମାଧାନ ?

ପ୍ରକାଶଥାଉ କି, ଗୁରୁବାର ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ଷୋଡଶ ବିଧାନସଭାର ୧୧ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.