ETV Bharat / state

Sambalpur Violence: ଆଜି ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା, ସମର୍ଥନ କଲା ବିଜେପି

author img

By

Published : Apr 19, 2023, 7:17 AM IST

ସମ୍ବଲପୁର ହିଂସାକାଣ୍ଡର ପ୍ରତିବାଦରେ ଆଜି ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା । ସମର୍ଥନ ଘୋଷଣା କଲା ବିଜେପି । ଅଧିକ ପଢନ୍ତୁ

ଆଜି ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟିଲା ତାହାକୁ ପ୍ରତିବାଦ କରି ଆଜି(ବୁଧବାର) ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଆଜି ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ । ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ଭିଏଚପିର ଏହି ୧୨ ଘଣ୍ଟିଆ ହରତାଳକୁ ଭାରତୀୟ ଜନତା ପାର୍ଟି(ବିଜେପି) ସମର୍ଥନ କରିବ ବୋଲି ଘୋଷଣା କରିଛି ।

ବିଶ୍ବ ହିନ୍ଦୁ ପରିଷତ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁଭଳି ଭାବରେ ସାମ୍ପ୍ରଦାୟିକ ଦଙ୍ଗା ହେଲା ଏବଂ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ସାମ୍ପ୍ରଦାୟିକ ଦଙ୍ଗାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଏହାର ପ୍ରତିବାଦରେ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ୧୪ ଜିଲ୍ଲାରେ ହରତାଳ ଡାକରା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ହିଂସା ଉସୁକାଉଛି ବିଜେପି, ସନ୍ଧ୍ୟାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି: ଶ୍ରୀମୟୀ

ଏହାସହିତ ସମ୍ବଲପୁର ହିଂସାକୁ ନେଇ ଗତକାଲି(ମଙ୍ଗଳବାର) ରାଜ୍ୟପାଳଙ୍କୁ ଭେଟିଛି ବିଶ୍ଵ ହିନ୍ଦୁ ପରିଷଦ । ଏକ ପ୍ରତିନିଧି ଦଳ ଯାଇ ରାଜ୍ୟପାଳଙ୍କ ନିକଟରେ ହିନ୍ଦୁଙ୍କ ସୁରକ୍ଷା ଦାବି ରଖିଛନ୍ତି । ଓଡ଼ିଶା ହେଉଛି ଶାନ୍ତି ପ୍ରିୟ ରାଜ୍ୟ । କାହିଁକି ଅଶାନ୍ତି କରିଗଲା, ରାଜ୍ୟପାଳ ଏ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ ହୋଇଛି । ସରକାର ଏ ଘଟଣାକୁ ଗମ୍ଭୀରତାର ସହ ନେଇ ସ୍ଥିତି ସ୍ବାଭାବିକ କରନ୍ତୁ । ହିଂସାକୁ ପ୍ରଶୟ ନଦେଇ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଏହା ପଛରେ କେଉଁମାନଙ୍କ ହାତ ଅଛି ତାହା ସାମ୍ନାକୁ ଆସୁ ବୋଲି ବିଶ୍ଵ ହିନ୍ଦୁ ପରିଷଦ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.