ETV Bharat / state

MP Aparajita Sarangi: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଶୋଇଛନ୍ତି ସରକାର: ଅପରାଜିତା

author img

By

Published : Apr 19, 2023, 8:33 PM IST

ଅପରାଜିତା କହିଛନ୍ତି ବର୍ତ୍ତମାନ ଓଡ଼ିଶାରେ ଆପଣ ମାନେ ସୁରକ୍ଷିତ ଅଛନ୍ତି କି ? ମହିଳା ମାନେ ସୁରକ୍ଷିତ ଅଛନ୍ତି କି ? ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁର 2021 ର ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା ରେ ଓଡ଼ିଶା ତଳକୁ ତଳ ଗଲାଣି । ସାଇବର କ୍ରାଇମ , ଚାଇଲଡ଼ ପନୋଗ୍ରାଫିରେ ଆମେ ଏକ ନମ୍ବର ଦେଶରେ । ଏଇ ଅବସ୍ଥାରେ ଯେତେବେଳେ ସମ୍ବଲପୁର ଘଟଣା ହୋଇଛି ତାହାକୁ ନେଇ ଆମେ ସମସ୍ତେ ମର୍ମାହତ । ଅଧିକ ପଢନ୍ତୁ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଶୋଇଛନ୍ତି ସରକାର: ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ସମ୍ବଲପୁର ଦଙ୍ଗା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ତଥା ଅପରାଜିତା ଷଡ଼ଙ୍ଗୀ । ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବେଳେ ସରକାର ଶୋଇଛନ୍ତି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।

ଅପରାଜିତା କହିଛନ୍ତି ବର୍ତ୍ତମାନ ଓଡ଼ିଶାରେ ଆପଣ ମାନେ ସୁରକ୍ଷିତ ଅଛନ୍ତି କି ? ମହିଳା ମାନେ ସୁରକ୍ଷିତ ଅଛନ୍ତି କି ? ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁର 2021 ର ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା ରେ ଓଡ଼ିଶା ତଳକୁ ତଳ ଗଲାଣି । ସାଇବର କ୍ରାଇମ , ଚାଇଲଡ଼ ପନୋଗ୍ରାଫିରେ ଆମେ ଏକ ନମ୍ବର ଦେଶରେ । ଏଇ ଅବସ୍ଥାରେ ଯେତେବେଳେ ସମ୍ବଲପୁର ଘଟଣା ହୋଇଛି ତାହାକୁ ନେଇ ଆମେ ସମସ୍ତେ ମର୍ମାହତ । ଯେଉଁ ଯୁବକକୁ ମାରିଦିଅ ଗଲା ସେଥିପାଇଁ ଆମେ ମର୍ମାହତ। ରାଜ୍ୟ ସରକାରଙ୍କ ଯେଉଁ ମନବୃତି ରହିଛି ନିଜକୁ ସ୍ୱଚ୍ଛ ଦେଖାଇବାର ମନବୃତ୍ତି ତାକୁ ନେଇ ଆମେ ସମସ୍ତେ ବହୁତ ମର୍ମାହତ । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ସ୍ୱୀକାର କରିବା କଥା ଆଇନଶୃଙ୍ଖଳା ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଏଇ ଦୃଷ୍ଟିରୁ ରାଜ୍ୟ ସରକାର କାମ କରିବା ଦରକାର ବୋଲି ଅପରାଜିତା କହିଛନ୍ତି ।

ସେହିପରି ଅପରାଜିତା କହିଛନ୍ତି ବିଶ୍ବହିନ୍ଦୁ ପରିଷଦ ବନ୍ଦ ଡାକରା ଦେଇଛି ତାହା ଦେବା କଥା । ଏପରି ନହେଲେ ସରକାର ଯେଉଁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବା ଆତ୍ମପ୍ରଚାର ରେ ଲାଗିଛନ୍ତି ସେଥିରୁ ସେ ଉଠି ପାରିବେ ନାହିଁ। ଆଇନଶୃଙ୍ଖଳାର ସ୍ଥିତି ଖରାପ ଅଛି ଏକଥା ସ୍ବୀକାର କରନ୍ତୁ ସରକାର । ସାଢେ ଚାରି କୋଟି ଓଡ଼ିଶାବାସୀ ଚାହିଁ ବସୁଛୁ ଆଇନଶୃଙ୍ଖଳା ଦିଗରେ ସରକାର ସୁଧାର ଆଣନ୍ତୁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି ।

ଘଟଣାକୁ ନେଇ ବିଜେପି ପକ୍ଷରୁ ଏକ ଟିମ ଗସ୍ତ କରିଥିଲା ସମ୍ବଲପୁର। ଗସ୍ତକରି ଆସି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା ଦଳ। ବିଜେପି କହିଥିଲା ଏହା ଏକ ଅତି ସମ୍ବେଦନଶୀଳ ଘଟଣା । କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ରାଷ୍ଟ୍ରମନ୍ତ୍ରୀ କିମ୍ବା ପୋଲିସର ବରିଷ୍ଠ ଅଧିକାରୀ କାହିଁକି ଚୁପ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ହସ୍ତକ୍ଷେପ କରିଥିଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇନଥାନ୍ତା। କର୍ଫ୍ୟୁ ଲଗାଇବାକୁ ପଡ଼ି ନଥାନ୍ତା। ଗୁଇନ୍ଦା ବିଭାଗର ବିଫଳତା ଏବଂ ପ୍ରଶାସନିକ ନିଷ୍କ୍ରିୟତା ପାଇଁ ଏହି ଘଟଣା ଘଟିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.