ETV Bharat / state

ରାଜ୍ୟରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆସୁନି ସୁଧାର, ପଶୁ ଡାକ୍ତରଖାନା କରିବାକୁ ଦାବି - ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା

ଓଡ଼ିଶାରେ ପ୍ରାଣୀ ଚିକିତ୍ସା ସେବାର ଭିତ୍ତିଭୂମି ତଥା ବର୍ତ୍ତମାନ ଓଡିଶାରେ ପ୍ରାଣୀ ଚିକିତ୍ସାଳରେ ବିଭିନ୍ନ ଅସୁବିଧା, ଆଇନ ସଂଶୋଧନ,ପ୍ରାଣୀ ଆଧୁନିକୀକରଣ ଓ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଗୁରୁତ୍ଵ । ଅଧିକ ପଢନ୍ତୁ

veternary service association
veternary service association
author img

By

Published : Jun 26, 2023, 2:09 PM IST

veternary service association

ଭୁବନେଶ୍ବର: ରାଜ୍ୟରେ ପ୍ରାଣୀ ଚିକିତ୍ସାରେ ମାନ ବୃଦ୍ଧି କରିବା ଲାଗି ଓଡିଶା ପ୍ରାଣୀ ଚିକିତ୍ସା ପରିଷଦରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ଯଦୁନାଥ ପରିଡ଼ା ଓଡ଼ିଶାରେ ପ୍ରାଣୀ ଚିକିତ୍ସା ସେବାର ଭିତ୍ତିଭୂମି ତଥା ବର୍ତ୍ତମାନ ଓଡିଶାରେ ପ୍ରାଣୀ ଚିକିତ୍ସାଳରେ ବିଭିନ୍ନ ଅସୁବିଧା, ଚିକିତ୍ସା ପରିଷଦର ସୁଦୃଢ଼ୀକରଣ, ଆଇନ ସଂଶୋଧନ, ଆଧୁନିକୀକରଣ ଓ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ବିଷୟରେ ଆଲୋଚନା କରିଛନ୍ତି ।

ଡାକ୍ତର ଯଦୁନାଥ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସୁଧାର ଆସିନାହିଁ । ବିଭିନ୍ନ ବ୍ଲକରେ ଗୋଟାଏ ଲେଖାଏଁ ପ୍ରାଣୀ ଚିକିତ୍ସାଳୟ ଥିବା ବେଳେ ଗ୍ରାମାଞ୍ଚଳରେ ଥିବା ପଶୁପକ୍ଷୀ ମାନେ ଉପକୃତ ଚିକିତ୍ସା ପାଇ ପାରୁନାହାନ୍ତି । ସେହିପରି ରାଜ୍ୟରେ ପ୍ରାଣୀ ଚିକିତ୍ସକଙ୍କ ଅଭାବ ଥିବା ବେଳେ ଖାଲି ପଡିଥିବା ସ୍ଥାନ ଗୁଡିକ ମଧ୍ୟ ପୂରଣ କରାଯାଉନାହିଁ । ଏହା ସହ ବିଭିନ୍ନ ଯନ୍ତ୍ରପାତିର ମଧ୍ୟ ଅଭାବ ରହିଛି । ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ଖୁସି ମନାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆସିନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକ ମାନଙ୍କ ପାଖରେ ପହଞ୍ଚି କିଭଳି ଭାବରେ ପଶୁପକ୍ଷୀ ମାନଙ୍କୁ ସଠିକ ଚିକିତ୍ସା ଯୋଗାଇବା ସେନେଇ ଗୁରୁତ୍ଵ ଦିଆଯାଉଛି । କ୍ବାକ୍‌ ମାନେ ଚିକିତ୍ସା କରୁଛନ୍ତି କାରଣ ଭେଟନାରି ଡାକ୍ତର ମାନେ ରାଜ୍ୟରେ କମ୍ ରହିଛନ୍ତି । ଭେଟନାରୀ କଲେଜ ଖୋଲାଯିବ ଓ ଅଧିକରୁ ଅଧିକ କିଭଳି ଭାବରେ ଡାକ୍ତର ବାହାରିବେ ସେନେଇ ଲକ୍ଷ୍ୟ ରଖାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍କିମ ଚାଲିଛି ଯାହା ଦ୍ବାରା ଲୋକ ମାନଙ୍କୁ ସଚେତନ କରାଯାଉଛି ।

ରାଜ୍ୟରେ 547 ଭେଟନାରି ଡାକ୍ତରଖାନା ଥିବା ବେଳେ 1910 ସେକ୍ସନ ପୋଷ୍ଟ ରହିଛି । ଏଥିରୁ ପାଖାପାଖି 1050 କର୍ମଚାରୀ ରହିଛନ୍ତି । ଯାହା ଫଳରେ ସଠିକ ଭାବରେ ଚିକିତ୍ସା ଯୋଗାଇ ପାରିବାରେ ବିଫଳ ହେଉଛନ୍ତି ଡାକ୍ତର । 4 ଜଣ ସ୍ଥାନରେ 1 ଡାକ୍ତର କର୍ମଚାରୀ ରହୁଛନ୍ତି । ପ୍ରତି 5 ହଜାର ପଶୁଙ୍କ ସଂଖ୍ୟାରେ ଜଣେ ଡାକ୍ତର ରହିବା ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସମୟରେ ପ୍ରତି 20 ହଜାର ପଶୁଙ୍କ ସଂଖ୍ୟାରେ ଜଣେ ଡାକ୍ତର ରହିଛନ୍ତି । ଅନ୍ୟପଟେ ଭେଟେନାରୀ ବିଜ୍ଞାନ କଲେଜ ଖୋଲିବାକୁ ମଧ୍ୟ ଧ୍ୟାନ ଦିଆଯାଉଛି । ଯାହା ଫଳରେ କି ପିଲାମାନେ ଅଧିକରୁ ଅଧିକ ଆଡ଼ମିଶନ ନେବେ ଏବଂ ଚିକିତ୍ସା କ୍ଷେତ୍ରରେ ଅଧିକ ସହଯୋଗ ମଧ୍ୟ ମିଳିପାରିବ ବୋଲି ସେ କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦର ସଭାପତି ଡାକ୍ତର ଉମେଶ ଚନ୍ଦ୍ର ଶର୍ମା, ସମ୍ପାଦକ ଡାକ୍ତର ବିମଳ ଭଟ୍ଟ ଏବଂ କାର୍ଯ୍ୟକାରୀ ସଭ୍ୟ ଡାକ୍ତର ଗୁରୁଚରଣ ଦତ୍ତ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.