ETV Bharat / state

ରାତିପାହିଲେ ସାଧାରଣତନ୍ତ୍ର ଦିବସ, ଦେଶପ୍ରେମର ବାର୍ତ୍ତା ବାଣ୍ଟିଲା ବନ୍ଦେ ମାତରମ୍ ଗ୍ରୁପ

author img

By

Published : Jan 25, 2023, 8:24 PM IST

ରାତିପାହିଲେ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ପ୍ରତ୍ୟେକ ବର୍ଷ ପରି ଏଥର ବି ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶପ୍ରୀତି ଜାଗ୍ରତ ପାଇଁ ସଚେତନତା ବାର୍ତ୍ତା ବାଣ୍ଟିଲା ବନ୍ଦେ ମାତରମ୍ ଗ୍ରୁପ । ଅଧିକ ପଢନ୍ତୁ

ଦେଶପ୍ରେମର ବାର୍ତ୍ତା ବାଣ୍ଟିଲା ବନ୍ଦେ ମାତରମ୍ ଗ୍ରୁପ

ଭୁବନେଶ୍ବର: ରାତି ପାହିଲେ ଦେଶ ପାଳିବ ୭୪ତମ ସାଧାରଣତନ୍ତ୍ର ଦିବସ । ଚାରିଆଡେ ଦେଶପ୍ରେମର ଝଲକ ଦେଖିବାକୁ ମିଳିବ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ଶେଷ ହୋଇଛି ପ୍ରସ୍ତୁତି । ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ପ୍ରତିଟି ନାଗରିକଙ୍କ ହୃଦୟରେ ଦେଶପ୍ରୀତି, ମୈତ୍ରୀ ଓ ଭାତୃଭାବ ଜାଗ୍ରତ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ବନ୍ଦେ ମାତରମ୍ ଗ୍ରୁପ । ଲୋୟର ପିଏମଜିରେ ରାଜ୍ୟସ୍ତରୀୟ ପରେଡ ହେଉ ଅବା ଭୁବନେଶ୍ବରର ମୁଖଶାଳା କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ, ସବୁଠି ଗ୍ରୁପର ସଦସ୍ୟମାନେ ଧଳା, ସବୁଜ ଓ ନାରଙ୍ଗୀ ଆଦି ତ୍ରିରଙ୍ଗାର ତିନି ରଙ୍ଗରେ ରଙ୍ଗେଇ ହୋଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଟିମ୍‌ର ଆବାହକ ପ୍ରହ୍ଲାଦ ନାୟକ ଯାହାକୁ ବି ଭେଟନ୍ତି ତାଙ୍କୁ ବନ୍ଦେ ମାତରମ୍ ବୋଲି କୁହନ୍ତି । ଏଥିପାଇଁ ଧୀରେ ଧୀରେ ସେ ଲୋକଙ୍କ ମଧ୍ୟରେ ବନ୍ଦେ ମାତରମ୍ ନାମରେ ଜଣାଶୁଣା ହେବା ପରେ ସେ ନିଜ ଟିମ୍ ନାମ ବନ୍ଦେ ମାତରମ୍ ରଖିଥିଲେ । ଏହାକୁ ନେଇ ପ୍ରହ୍ଲାଦ ନାୟକ କହିଛନ୍ତି ଯେ, ''ଯେପରି ଅନ୍ୟ ଲୋକଙ୍କ ମନରେ ଦେଶ ପ୍ରତି ଭଲ ପାଇବା ଓ ସମ୍ମାନ ଆସିପାରିବ ସେଥିପାଇଁ ସେ ସମସ୍ତଙ୍କୁ ବନ୍ଦେ ମାତରମ୍ ବୋଲି ସମ୍ବୋଧନ କରନ୍ତି ।'' ପ୍ରଥମେ ସେ ନିଜ ପରିବାରବର୍ଗ ସହ ପ୍ରତିବର୍ଷ ଲୋକଙ୍କ ମନରେ ଜାତୀୟତା ଓ ଦେଶପ୍ରେମ ଭାବ ଜାଗ୍ରତ କରୁଥିବାବେଳେ ଧୀରେ ଧୀରେ ଏଥିରେ ସବୁବର୍ଗରର ଲୋକେ ସାମିଲ ହୋଇଛନ୍ତି । ଏହି ଟିମର ଚଳିତ ବର୍ଷ ଥିମ୍ ରହିଛି ପିଓକେର ଆଜାଦି । ଭାରତ ସରକାର ପିଓକେ ଦଖଲ କରନ୍ତୁ ବୋଲି ଟିମ୍ ନିବେଦନ କରିଛି ।

ଏହାସହିତ ଗାନ୍ଧୀମାର୍ଗରେ ଟିମ୍ ସଦସ୍ୟ ବନ୍ଦେ ମାତରଂ ନାରା ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଦେଶପ୍ରେମକୁ ପ୍ରତିପାଦିତ କରିଛନ୍ତି । ଏହି ସମୟରେ କୁନି କଣ୍ଠରେ ଦେଶ ମାତୃକାର ଗୀତ ଗାଇଥିଲେ ଟିମର ଜଣେ କୁନି ସଦସ୍ୟ । ଯାହାକୁ ଦେଖି ବାଟୋଇମାନେ ମଧ୍ୟ ଘଡିଏ ଅଟକି ଯାଇଥିଲେ । ଦେଶ ପ୍ରେମ ଠାରୁ ବଡ ପ୍ରେମ କିଛି ନାହିଁ । ତେଣୁ ସମସ୍ତେ ଆମେ ଦେଶକୁ ଭଲ ପାଇବା ଦରକାର । ପତାକାଟିଏ ଘରେ ଉଡାଇ ଭାରତୀୟ ଭାବେ ଗର୍ବ କରିବାକୁ ବନ୍ଦେ ମାତରଂ ଗ୍ରୁପ ଆହ୍ବାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.