ETV Bharat / state

ନୂତନ ଭାରତର ଅଭିବୃଦ୍ଧି ପାଇଁ ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରାଇବା ଜରୁରୀ :ମନ୍ତ୍ରୀ - ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରାଇବା ଜରୁରୀ

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆନୁକୂଲ୍ୟରେ ଚଳିତ ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ‘ଓଡିଶା ସ୍କିଲ୍‌ କନକ୍ଲେଭ-୨୦୨୩’ । ଏ ନେଇ ଦିଲ୍ଲୀରେ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ଓଡିଶା ସ୍କିଲ୍‌ କନକ୍ଲେଭ ଆୟୋଜନ କରି ଆମେ ଆନନ୍ଦିତ । ଅଧିକ ପଢନ୍ତୁ

ନୂତନ ଭାରତର ଅଭିବୃଦ୍ଧି ପାଇଁ ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରାଇବା ଜରୁରୀ :ମନ୍ତ୍ରୀ

author img

By

Published : Apr 7, 2023, 11:00 PM IST

ଭୁବନେଶ୍ବର: ପ୍ରତ୍ୟେକ ଜିନିଷକୁ ମୁଲ୍ୟଯୁକ୍ତ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା । ଏହି କ୍ରମରେ ନୂତନ ଭାରତର ଅଭିବୃଦ୍ଧି ନିମନ୍ତେ ମାନବସମ୍ବଳକୁ ମୂଲ୍ୟଯୁକ୍ତ କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହା କହିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆନୁକୂଲ୍ୟରେ ଚଳିତ ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ‘ଓଡିଶା ସ୍କିଲ୍‌ କନକ୍ଲେଭ-୨୦୨୩’ । ଏ ନେଇ ଦିଲ୍ଲୀରେ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ଓଡିଶା ସ୍କିଲ୍‌ କନକ୍ଲେଭ ଆୟୋଜନ କରି ଆମେ ଆନନ୍ଦିତ । ଏହି କନକ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା, ଏବଂ ସେମାନଙ୍କ କ୍ୟାରିଅରକୁ ଆଗକୁ ନେବାରେ ସାହାଯ୍ୟ କରିବା ।

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚି କହିଛନ୍ତି ଯେ, ଜାତୀୟ ଦକ୍ଷତା ବିକାଶ ନିଗମ ନିକଟରେ ଆମେ କୃତଜ୍ଞ । ଯାହା ଆମକୁ ଓଡିଶାରୁ କୁଶଳୀ ଶ୍ରମିକଙ୍କ ଅପାର ସମ୍ଭାବନା ପ୍ରଦର୍ଶନ କରିବାରେ ସାହାଯ୍ୟ କରିଛି । ଓଡ଼ିଶାରେ ସ୍କିଲ୍‌ ଇକୋସିଷ୍ଟମ୍‌ ପ୍ରତି ଜାତୀୟ ତଥା ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଦକ୍ଷତା ସୃଷ୍ଟି ହୋଇଛି । ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟ ସଫଳତାର ସାକ୍ଷୀ ହେବା ପରେ ଆମେ ବିଶ୍ୱସ୍ତରରେ ରାଜ୍ୟର ସ୍ଥିତିକୁ ବିସ୍ତାର ଏବଂ ଦୃଢ କରିବାକୁ ଅପେକ୍ଷା କରିଛୁ ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି ଯେ, ଓଡ଼ିଶା ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ ବୋଲି ପ୍ରମାଣିତ କରିଛି । ଏକ ଅପୂର୍ବ ସାମର୍ଥ୍ୟ ପ୍ରଦର୍ଶନ କରିଛି । କୁଶଳୀ ଶ୍ରମିକମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଚାହିଦା ରହିଛି । ଆମେ କର୍ମଜୀବୀ ଗଠନ ଦିଗରେ କାର୍ଯ୍ୟ କରୁଛୁ । ଯାହା କ୍ଷେତ୍ରଗୁଡିକରେ ଥିବା ଚାହିଦାକୁ ପୂରଣ କରିପାରିବ । ଏଥିସହ ଆମେ ରାଜ୍ୟର ଯୁବକମାନଙ୍କୁ ମଧ୍ୟ ସେମାନଙ୍କର ଆକାଂକ୍ଷା ପୂରଣ କରିବାରେ ସକ୍ଷମ କରୁଛୁ । ଭାରତ ସରକାର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ ତିୱାରୀ କହିଛନ୍ତି ଯେ, ଦକ୍ଷତା ବିକାଶକୁ ଦୃଷ୍ଟିରେ ରଖି ଓଡିଶା ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଦକ୍ଷତା ଉପରେ ନିଆଯାଇଥିବା ପଦକ୍ଷେପ ଏବଂ ଏହା ଉପରେ ଗୁରୁତ୍ୱ ଦିଆଯାଉଛି । ସମଗ୍ର ବିଶ୍ୱରେ ଦକ୍ଷତା ଉପରେ ଧ୍ୟାନ ଦିଆଯିବ । ଏହା ସହ ଓଡିଶା ସ୍କିଲ୍‌ କନକ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହେବ । ଯାହା ରାଜ୍ୟର ସଫଳତା ପାଇଁ ଏକ ମାଇଲଖୁଣ୍ଟ ସଦୃଶ ।

FICCIର ମହାସଚିବ ଶୈଳେଶ କେ ପାଠକ ଅଭିଭାଷଣରେ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଭାରତର ସହରଗୁଡିକର ଆର୍ଥିକ ସମ୍ଭାବନା ଦ୍ୱିଗୁଣିତ ହେବ । କୁଶଳୀ ଶ୍ରମିକଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଇବ । ସରକାରଙ୍କ ମିଶନ୍‌ ଶକ୍ତି ପଦକ୍ଷେପ ଉପରେ ଧ୍ୟାନ ଦେଇ ଆଗାମୀ ବର୍ଷରେ ମହିଳାମାନଙ୍କ ପାଇଁ ଦକ୍ଷତା ଅତ୍ୟାବଶ୍ୟକ ହେବ । ଏହି ଜନସଂଖ୍ୟା ପରିବର୍ତ୍ତନ ମୋଡ଼ ଭାରତର ଅଭିବୃଦ୍ଧି ଯାତ୍ରା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କାର୍ଯ୍ୟକ୍ରମରେ ଓଡିଶାର ୱାର୍ଲଡ଼ ସ୍କିଲଡ୍‌ ସେଣ୍ଟରର ଏକ ଭିଡିଓ ଦର୍ଶକଙ୍କୁ ପ୍ରଦର୍ଶିତ କରାଯାଇଛି । ଯେଉଁଥିରେ ବିଭିନ୍ନ ସୁଯୋଗ ମଧ୍ୟରେ ଅପକମିଂ ଏବଂ ଉଦ୍ୟୋଗୀ କାର୍ଯ୍ୟକ୍ରମ ସହିତ ଉଚ୍ଚ-ଦକ୍ଷତା କୌଶଳ ପ୍ରଶିକ୍ଷଣରେ ଯୋଗଦାନ କରୁଥିବା କେନ୍ଦ୍ରର ସୁବିଧାଗୁଡ଼ିକ ଦର୍ଶାଯାଇଛି ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ମାନବସମ୍ବଳର ସାମର୍ଥ୍ୟକୁ ବିକାଶ ତଥା ଉଚ୍ଚମାନର, ଯୁକ୍ତିଯୁକ୍ତ ମୂଲ୍ୟ ଏବଂ ସହଜରେ ଉପଲବ୍ଧ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସୁଯୋଗ ସୃଷ୍ଟି କରିବା । ଏହା ଯୁବପିଢ଼ିିଙ୍କ ମଧ୍ୟରେ ପରିବର୍ତ୍ତନଶୀଳ ମାନବ ବିକାଶ ତଥା ବିଶ୍ୱ ସ୍ତରରେ ଏକ ବ୍ରାଣ୍ଡ ନାମ ଭାବରେ ‘ସ୍କିଲ୍‌-ଇନ୍‌-ଓଡିଶା’ ପ୍ରତିଷ୍ଠା କରି ଏହାର ଲାଭାଂଶ ରାଜ୍ୟକୁ ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଏମଓୟୁ ସ୍ୱାକ୍ଷରିତ ହେବା ସହ ସମ୍ମିଳନୀ, ପ୍ରଦର୍ଶନୀ, ଭାବବିନିମୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟର ଦକ୍ଷ କର୍ମଜୀବୀଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ । ଓଏସଡିଏ ଏବଂ ସ୍କିଲ୍‌ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ବିଭାଗ ଏବଂ ସରକାରଙ୍କ ଶିଳ୍ପ ସହଭାଗୀ ଭାବରେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି କର୍ଟନ ରେଜର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.