ETV Bharat / state

ଭ୍ରାମ୍ୟମାଣ ମାଧ୍ୟମରେ ଭିନ୍ନକ୍ଷମଙ୍କୁ କରାଯିବ ଟୀକାକରଣ: ଜିଲ୍ଲାପାଳ - Khordha Collector

ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଦିବ୍ୟାଙ୍ଗ । ଘରକୁ ଘର ବୁଲି ଭିନ୍ନକ୍ଷମଙ୍କୁ କରାଯିବ ଟୀକାକରଣ । ଏନେଇ ଏକ ସୁସ୍ଥ କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଭ୍ରାମ୍ୟମାଣ ମାଧ୍ୟମରେ ଭିନ୍ନକ୍ଷମଙ୍କୁ କରାଯିବ ଟୀକାକରଣ: ଜିଲ୍ଲାପାଳ

author img

By

Published : Oct 27, 2021, 10:56 PM IST

ଖୋର୍ଦ୍ଧା: ଭିନ୍ନକ୍ଷମଙ୍କୁ ମିଳିବ ସମାନ ସୁବିଧା । ଏନେଇ ଆଜି (ବୁଧବାର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ କିଭଳି ଭିନ୍ନକ୍ଷମମାନେ ଅନ୍ୟମାନଙ୍କ ପରି ସମାନ ଅଧିକାର ପାଇବେ ସେ ଦିଗରେ ଆଲୋଚନା କରିଥିଲେ ।

ଭ୍ରାମ୍ୟମାଣ ମାଧ୍ୟମରେ ଭିନ୍ନକ୍ଷମଙ୍କୁ କରାଯିବ ଟୀକାକରଣ: ଜିଲ୍ଲାପାଳ

ସେହିପରି ଭିନ୍ନକ୍ଷମଙ୍କୁ ସରକାରୀ ଦପ୍ତରରେ କିଭଳି ସହଯୋଗ ମିଳିବ ଏବଂ ଆମ ମାନସିକତାରେ ପରିବର୍ତନ ଆସିବ ତା ଉପରେ ଗୁରୁତ୍ବାରୋପ କରିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦେବାସହ ଭିନ୍ନକ୍ଷମଙ୍କୁ ଭ୍ରାମ୍ୟମାଣ ଟୀକାକରଣ କରାଯିବା ଉପରେ ଗୁରୁତ୍ବ ଦେଇଥିଲେ ।

ତେବେ କୋଭିଡ କଟକଣା ପାଇଁ ବନ୍ଦ ଥିବା ଭୀମଭୋଇ ସାମର୍ଥ୍ୟ ଶିବିର ଜିଲାର ପ୍ରତି ବ୍ଲକରେ କରାଯାଇ ଭିନ୍ନକ୍ଷମଙ୍କର ଥିବା ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.