ETV Bharat / state

ବାବା ବୁଖାରୀଙ୍କ ପୀଠରେ ପାଳିତ ହେଲା ଉର୍ସ ଉତ୍ସବ, ଏକାଠି ହେଲେ ହିନ୍ଦୁ-ମୁସଲମାନ

ବାବା ବୁଖାରୀଙ୍କ ପୀଠରେ ପାଳିତ ହୋଇଯାଇଛି ଉର୍ସ ପର୍ବ । ଭାଇଚାରାର ବାର୍ତ୍ତା ବହନ କରୁଥିବା ଖୋର୍ଦ୍ଧା ଜିଲ୍ଲା କାଇପଦର ସ୍ଥିତ ବାବା ବୁଖାରୀଙ୍କ ପୀଠରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ଉତ୍ସବ ପାଳନ କରିଛନ୍ତି। ଅଧିକ ପଢ଼ନ୍ତୁ

author img

By

Published : Apr 27, 2022, 2:23 PM IST

ursha celebration at kaipadar baba bukhari pith in khordha
ବାବା ବୁଖାରୀଙ୍କ ପୀଠରେ ପାଳିତ ହେଲା ଉର୍ସ ଉତ୍ସବ, ଏକାଠି ହେଲେ ହିନ୍ଦୁ ଓ ମୁସଲମାନ

ଖୋର୍ଦ୍ଧା: ବାବା ବୁଖାରୀଙ୍କ ପୀଠରେ ପାଳିତ ହୋଇଯାଇଛି ଉର୍ସ ପର୍ବ । ଭାଇଚାରାର ବାର୍ତ୍ତା ବହନ କରୁଥିବା ଖୋର୍ଦ୍ଧା ଜିଲ୍ଲା କାଇପଦରସ୍ଥିତ ବାବା ବୁଖାରୀଙ୍କ ପୀଠରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ଉତ୍ସବ ପାଳନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଆଡମ୍ବର ଭାବେ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବାବା ବୁଖାରୀଙ୍କ ପୀଠର ସ୍ବତନ୍ତ୍ରତା ହେଉଛି ଏଠାରେ ପୂଜକ ମୁସଲମାନ ରହିଥାନ୍ତି । ହିନ୍ଦୁ ଧର୍ମର ମାଳି ଦ୍ବାରା ଫୁଲ ଏବଂ ଗୁଡ଼ିଆଙ୍କ ଦ୍ଵାରା ପ୍ରସ୍ତୁତ ଭୋଗ ବାବାଙ୍କୁ ଲଗାଯାଏ । କେଉଁ ଆବାହନ କାଳରୁ ଏହି ପ୍ରଥା ଚାଲିଆସିଛି । ଗୋଟିଏ ପାର୍ଶ୍ଵରେ ହିନ୍ଦୁମାନେ ଗୀତା ପାଠ କରନ୍ତି । ଅନ୍ୟ ପାର୍ଶ୍ଵରେ ମୁସଲମାନମାନେ କୋରାନ ପାଠ କରନ୍ତି । ତେବେ ପ୍ରତିବର୍ଷ ଭଳି ଏଥର ରମଜାନ ମାସ ଶେଷ ୫ ଦିନ ଆଗରୁ ବାବାଙ୍କ ଜନ୍ମ ଦିବସ ତଥା ଉର୍ସ ଉତ୍ସବ ପାଳିତ ହୋଇଛି । ବିଗତ ଦୁଇ ବର୍ଷ ହେବ କୋରୋନା ପ୍ରତିବନ୍ଧକ ସାଜିଥିବା ଯୋଗୁଁ ଚଳିତ ଥର ବହୁ ଆଡମ୍ବରରେ ଉର୍ସ ଉତ୍ସବ ପାଳନ ହୋଇଛି । ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ସ୍ଥାନରୁ ଆସି ବାବାଙ୍କ ଆଶୀର୍ବାଦ ନେଇଛନ୍ତି ।

ସେହିଭଳି ମଙ୍ଗଳବାର ବିଳମ୍ବିତ ରାତିରେ ବାବାଙ୍କୁ ଗୋଲାପ ଜଳ ଓ ଚନ୍ଦନରେ ସ୍ନାନଠାରୁ ଚାଦର ଚଢାଯିବା ପରେ ସକାଳୁ ହଜାର ହଜାର ମାନସିକଧାରୀ ଚାଦର ଚଢ଼ାଇବା ସହ ଖେଚୋଡ଼ି ଭୋଗଲାଗି କରନ୍ତି । ସେହିପରି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ଉର୍ସ କମିଟି ପକ୍ଷରୁ କବାଲି ଏବଂ ପାରମ୍ପରିକ ବାଦୀପାଲା ଆୟୋଜନ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.