ETV Bharat / state

Odisha Assembly: ୧୦୫ ଟି ପୌର ସଂସ୍ଥାରେ ୮୫୦ ଜଳସାଥୀ କାର୍ଯ୍ୟ କରୁଛନ୍ତି - ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

ଜବାବ ଦେଇ ମନ୍ତ୍ରୀ କହିଛନ୍ତି ମୁଁ କୃତଜ୍ଞ ଯେଉଁମାନେ ଉଭୟ ବିରୋଧୀ ତଥା ଟ୍ରେଜେରୀ ବେଞ୍ଚରୁ ଆମର ଯୋଜନା, କାର୍ଯ୍ୟ ସମ୍ପାଦନ, ଉନ୍ନତି ଆଣିବାରେ ଆମକୁ ବିଭିନ୍ନ ସମୟରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ 2019 ରେ 5ଟି କାର୍ଯ୍ୟ ଢାଞ୍ଚା ଆଧାରିତ ନାଗରିକ କେନ୍ଦ୍ରିକ ସୁଶାନର ଆଭିମୁଖ୍ୟ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 28, 2023, 9:09 PM IST

ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଗୃହ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି । ଆର୍ଥିକ ବର୍ଷ 2023-24 ପାଇଁ ବିଭାଗ ପାଇଁ ଆବଶ୍ୟକ ହେଉଥିବା 7919 କୋଟି 43 ଲକ୍ଷ 9 ହଜାର ଟଙ୍କା ଗୃହର ମଞ୍ଜୁରୀ ନିମନ୍ତେ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ।

ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି, "ପ୍ରଗତିଶୀଳ ସହର ସଭ୍ୟତାର ମାପକାଠି । ସ୍ପେସ ଇଣ୍ଡେକ୍ସରେ ଭୁବନେଶ୍ୱର 2.5ରେ ରହିଛି । ସହରମାନଙ୍କରେ ସ୍ବଛନ୍ଦରେ ଜୀବନଯାପନ ପାଇଁ ସ୍ୱଚ୍ଛ ପାନୀୟ ଜଳ ଆବଶ୍ୟକ ରହିଛି । ଦିନକୁ ଦୈନିକ ମୁଣ୍ଡ ପିଛା 135 ଲିଟର ପାଣି ଦରକାର । ଏହି ପାଣି ଆମେ ଯୋଗାଇ ଦେଇଛୁ ସତ । କିନ୍ତୁ ମାନ ଯଦି ଦେଖିବା ତେବେ ଅତ୍ୟନ୍ତ ଖରାପ । ସ୍ୱଚ୍ଛ ନିର୍ମଳ ପାଣି ଦେବାକୁ ପଡ଼ିବ । ବିଭାଗ ଏଥିପ୍ରତି ଧ୍ୟାନ ଦେବା ଦରକାର । ଯଦି ଭଲ ପରିଷ୍କାର ପାଣି ଆମେ ପାଇବା ନାହିଁ ତେବେ ବିଭାଗ କିପରି କାମ କରୁଛି ଅନୁମାନ କରାଯାଇପାରେ ।"

ଜୁନିଅର ଇଞ୍ଜିନିୟରମାନେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ଲୋକମାନେ କିପରି ଉଚ୍ଚ ଗୁଣ ସମ୍ପନ୍ନ ପାଣି ପାଇପାରିବେ । ଏବେ 12ଟି ପରୀକ୍ଷା କେନ୍ଦ୍ର ଅଛି । କିନ୍ତୁ ଏହି ପରୀକ୍ଷା କେନ୍ଦ୍ର କେତେଦୂର ପାଣିର ସ୍ୱଚ୍ଛତା ପରୀକ୍ଷା କରିପାରୁଛି ତାହା ବଡ଼ ପ୍ରଶ୍ନ । ସିଏଜି ଅଭିଯୋଗ ଆଣିଛନ୍ତି ନିର୍ମଳ ପାଣି ଦିଆଯାଉ ନାହିଁ । ବାତ୍ୟା ସମୟରେ କିପରି ପାଣି ଦିଆଯାଉଛି ତାହା ସହଜରେ ଅନୁମାନ କରାଯାଇପାରେ । ଯେତିକି ପାଣି ପରୀକ୍ଷା କେନ୍ଦ୍ର ଅଛି ଏହା ଯଥେଷ୍ଟ ନୁହେଁ ବୋଲି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି । ଆମେ ପାଣି ଦେଉଛେ ସତ କିନ୍ତୁ ମାନ ସଠିକ ହେଉନାହିଁ ।

ସେହିପରି ୱାଟର ଏଟିଏମର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ସେ । ଜଳ ସ୍ତର କମି କମି ଯାଉଛି । Water harvesting structure ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ପୁଣି ରହିଛି ବର୍ଜ୍ୟବସ୍ତୁ ପରିଚାଳନା । 224 କୋଟି ଟଙ୍କା ଖର୍ଚ୍ଚ ହେଉଛି । 510 ମେଟ୍ରିକ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି । କିନ୍ତୁ ଏହାର ସଠିକ ପରିଚାଳନା ହୋଇପାରୁନାହିଁ।

ଅନ୍ୟପଟେ ଜବାବ ଦେଇ ମନ୍ତ୍ରୀ କହିଛନ୍ତି, "ମୁଁ କୃତଜ୍ଞ ଯେଉଁମାନେ ଉଭୟ ବିରୋଧୀ ତଥା ଟ୍ରେଜେରୀ ବେଞ୍ଚରୁ ଆମର ଯୋଜନା, କାର୍ଯ୍ୟ ସମ୍ପାଦନ, ଉନ୍ନତି ଆଣିବାରେ ଆମକୁ ବିଭିନ୍ନ ସମୟରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ 2019ରେ 5ଟି କାର୍ଯ୍ୟ ଢାଞ୍ଚା ଆଧାରିତ ନାଗରିକ କେନ୍ଦ୍ରିକ ସୁଶାସନର ଆଭିମୁଖ୍ୟ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ବିଭାଗ 5ଟି ଦୂରଦର୍ଶୀ ସମ୍ପନ୍ନ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ମ୍ୟୁନିସିପାଲଟି ସେବା ନିର୍ମାଣ ଯୋଜନା ଅନୁମୋଦନ, ସାଧାରଣ ସେବା କେନ୍ଦ୍ର, ଜଳ ଯୋଗାଣ ଏବଂ କଠିନ ବର୍ଯ୍ୟବସ୍ତୁ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରକୁ ମୁଖ୍ୟ ପଦକ୍ଷେପ ହିସାବରେ ଚିହ୍ନଟ କରାଯାଇଛି ।"

ବିଭାଗର ବଜେଟ ଆବଣ୍ଟନରେ ବ୍ୟାପକ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି । 2023-24 ବର୍ଷ ପାଇଁ ବଜେଟ ବ୍ୟୟ ବରାଦ 7919 କୋଟି 43 ଲକ୍ଷ 9 ହଜାର ଟଙ୍କା ଆଗତ କରାଯାଇଛି । ଯାହା 2000-2001 ବଜେଟ ତୁଳନାରେ 28 ଗୁଣ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି । ନିଜ ଜବାବରେ ମନ୍ତ୍ରୀ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ମଧ୍ୟ ଉଲ୍ଲେଖ କରିଛନ୍ତି । ଶେଷରେ ଖର୍ଚ୍ଚଦାବିକୁ ସମର୍ଥନ ପାଇଁ ଗୃହରେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.