ETV Bharat / state

ସଚେତନ ହେବେ ପୌର ପ୍ରତିନିଧି, ତ୍ୱରାନ୍ୱିତ ହେବ ସହରାଞ୍ଚଳର ବିକାଶ କାର୍ଯ୍ୟ

ସହରାଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟରେ ୧୧୫ଟି ପୌରସଂସ୍ଥାରେ ଉନ୍ନତ ଶାସନର ନୂତନ ଅଧ୍ୟାୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ହୋଇଛି କର୍ମଶାଳା । ଅଧିକ ପଢନ୍ତୁ

author img

By

Published : May 26, 2023, 8:25 PM IST

ତ୍ୱରାନ୍ୱିତ ହେବ ସହରାଞ୍ଚଳର ବିକାଶ କାର୍ଯ୍ୟ
ତ୍ୱରାନ୍ୱିତ ହେବ ସହରାଞ୍ଚଳର ବିକାଶ କାର୍ଯ୍ୟ

ଭୁବନେଶ୍ବର: ଏଥର ତ୍ବରାନ୍ବିତ ହେବ ସହରାଞ୍ଚଳର ବିକାଶ କାର୍ଯ୍ୟ । ଉପକୃତ ହେବେ ସହରାଞ୍ଚଳବାସୀ । ସରକାରଙ୍କ 5T ପଦକ୍ଷେପ ଅନୁଯାୟୀ ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେଇଛନ୍ତି । କର୍ମଶାଳାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପୌରାଞ୍ଚଳରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସଚେତନ କରିବା । ଏହା କିଭଳି ରାଜ୍ୟର ପୌରାଞ୍ଚଳରେ ଥିବା ଗରିବ ଲୋକଙ୍କ ଉପକାରରେ ଆସିବ ତାହାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା । ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଛନ୍ତି ଯେ, ର୍ନିବାଚିତ ପ୍ରତିନିଧିଙ୍କ ସକ୍ରିୟ ଯୋଗଦାନ ଦ୍ବାରା ସହରାଞ୍ଚଳ ରୂପାନ୍ତରଣରେ ବଡ଼ ପରିବର୍ତ୍ତନ ଅଣାଯାଇପାରିବ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟରେ ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ର୍ନିବାଚିତ ପ୍ରତିନିଧିମାନେ ନିଜ ନିଜ ସହରକୁ ସୁନ୍ଦର କରିବା ପାଇଁ ଅଧିକ ଜନକୈନ୍ଦ୍ରିକ ସୁବିଧା ସୃଷ୍ଟି କରିବାରେ ନେତୃତ୍ବ ନେବା ଉଚିତ । ଏହାସହ ମହିଳା ସଶକ୍ତିକରଣ ଏବଂ ସ୍ଥାନୀୟ ଗୋଷ୍ଠୀର ଅଂଶଗ୍ରହଣ ହେଉଛି ପ୍ରମୁଖ ଉଦ୍ଦେଶ୍ୟ । ଯାହା ରାଜ୍ୟରେ ୧୧୫ଟି ପୌରସଂସ୍ଥାରେ ଉନ୍ନତ ଶାସନର ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ଏହା ସହିତ ପୌରାଞ୍ଚଳରେ ଗରିବ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକରେ ସାମିଲ ହେବାକୁ ସେ ନିର୍ବାଚିତ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା । ସେହିପରି ମୁକ୍ତା ଏବଂ ଆହାର କାର୍ଯ୍ୟକ୍ରମ ଉପରେ ଏକ ସ୍ପଷ୍ଟ ଚିତ୍ର ଦେବା ସହିତ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ର୍ନିବାଚିତ ପ୍ରତିନିଧିମାନେ ଏଥିରେ ସାମିଲ ହେବା ସଂକ୍ରାନ୍ତରେ ସେ କହିଛନ୍ତି । ୨୦୨୩-୨୪ ବର୍ଷ ପାଇଁ ଏକ ବାସ୍ତବ ଯୋଜନା ଉପସ୍ଥାପନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ।

ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଅତିରିକ୍ତ ସଚିବ ବିନୟ ଦାଶ, ସୋରେନ୍ଦ୍ର ରାଉତରାୟ, ଦୁର୍ଗେଶ ନନ୍ଦିନୀ ସାହୁ, ଦେବାଶିଷ ସିଂହ ଏବଂ ଓଏସଡି ତଥା ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକ ପ୍ରମୁଖ ଉପସ୍ଥିତ ରହି ଜଳାଶୟ ପୁନରୁଦ୍ଧାର, ସହରାଞ୍ଚଳ ପରିମଳ ବ୍ୟବସ୍ଥା, ଜାଗା ମିଶନ, ୧୫ତମ ଅର୍ଥ ଆୟୋଗ ପାଣ୍ଠି ଉପରେ ଆଲୋକପାତ, ଗୋଷ୍ଠୀ ସହଭାଗିତା, ସହରାଞ୍ଚଳ ଗୃହ ଏବଂ ପୌରାଞ୍ଚଳ ଅର୍ଥ ପରିଚାଳନା ଇତ୍ୟାଦି ଉପରେ ନିଜ ନିଜର ମତ ରଖିଛନ୍ତି ।

କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ୧୮ଟି ପୌରସଂସ୍ଥା ଯଥା ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା, କେନ୍ଦୁଝର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ଆନନ୍ଦପୁର, ଭଦ୍ରକ, ଧାମନଗର, ବାସୁଦେବପୁର, ଚାନ୍ଦବାଲି, ବାଲେଶ୍ବର, ଜଳେଶ୍ବର, ସୋରୋ, ନୀଳଗିରି ଏବଂ ରେମୁଣା ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା କାଉନସିଲର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.