ETV Bharat / state

କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଜଳ ସମ୍ପଦ ବିଭାଗକୁ ୨ଟି ଜାତୀୟ ପୁରସ୍କାର

author img

By

Published : Mar 19, 2023, 9:06 AM IST

ଓଡ଼ିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ଶ୍ରେଣୀରେ ସମ୍ମାନସ୍ପଦ ‘ନ୍ୟାସନାଲ୍‌‌ ୱାଟର୍‌‌ ଡାଇଜେଷ୍ଟ୍‌‌’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉତ୍ତମ ଭିତ୍ତିଭୂମି ନିର୍ମାଣ ଓ ଜଳ ପରିଚାଳନା ପାଇଁ ବେଷ୍ଟ୍‌‌ ଇନଫ୍ରା ପାଇନର୍‌‌ ପ୍ରୋଜେକ୍ଟ ପୁରସ୍କାର । ଅଧିକ ପଢନ୍ତୁ

National Water Digest Award
National Water Digest Award

ଭୁବନେଶ୍ବର: ରାଜ୍ୟ ଜଳ ସମ୍ପଦ ବିଭାଗକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ପୁରସ୍କାର । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ମିଳିଲା ଦୁଇ ପୁରସ୍କାର । ‘ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆଓ୍ୱାର୍ଡ’ରେ ପୁରସ୍କୃତ ହୋଇଛି ବିଭାଗ । ୨୦୨୨-୨୩ ବର୍ଷରେ ଜଳ ସଂରକ୍ଷଣ ଓ ଜଳ ପରିଚାଳନା ପାଇଁ ମିଳିଛି ଏହି ୨ ପୁରସ୍କାର । ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଉପର ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ପୁରସ୍କୃତ ହୋଇଥିବାବେଳେ ଅନ୍ୟଟି ଓଡିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପୁରସ୍କୃତ କରାଯାଇଛି । ଓଏଲଆଇସି କ୍ରମାଗତ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ପ୍ରାପ୍ତ କରିଛି ।

National Water Digest Award
National Water Digest Award

ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଓ ଉପର ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଠାରୁ ନୂଆଦିଲ୍ଲୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶା ଏହି ପୁରସ୍କାର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିବା ସହ ଜଳ ସଂପଦ ବିଭାଗ ତଥା ଓଡିଶା ଉଠା ଜଳସେଚନ ନିଗମକୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡିଶା ରାଜ୍ୟ ଜଳ ସଂପଦ ବିଭାଗକୁ ଏହି ପୁରସ୍କାର ପ୍ରଦାନ ତଥା ବିଭାଗର ସଫଳତା ପାଇଁ ରାଜ୍ୟ ଜଳ ସଂପଦ ବିଭାଗରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ, ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ଉପସ୍ଥିତିରେ ବିଭାଗ ତଥା ଓଏଲଆଇସିର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ମାନେ ସମବେତ ହୋଇ ଟ୍ରଫି ଓ ପ୍ରମାଣ ପତ୍ର ସହ ଖୁସି ବାଣ୍ଟିଛନ୍ତି । କଠିନ ପରିଶ୍ରମ, ଉତ୍ସର୍ଗୀକୃତ କାର୍ଯ୍ୟ ମନୋଭାବ, ପ୍ରତିବଦ୍ଧତା ଓ ସାମୁହିକ ଉଦ୍ୟମ ଫଳରେ ଏହି ସଫଳତା ମିଳିଛି । ଆଗାମୀ ଦିନରେ ବିଭାଗର ଅନ୍ୟ ଶାଖା ଏବଂ ଯୋଜନାରେ ମଧ୍ୟ ଆହୁରି ଭଲ କରାଯାଇ ଆଗାମୀ ଦିନରେ ଅଧିକ ପୁରସ୍କାର ପ୍ରାପ୍ତି ପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରଖିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି ।

ଉପର ଇନ୍ଦ୍ରାବତୀ ଅତି ବୃହତ ଉଠା ଜଳସେଚନ ପ୍ରକଳ୍ପଟି କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲ ଅନ୍ତର୍ଗତ ମଙ୍ଗଳପୁରରେ ଥିବା ହାତୀ ବ୍ୟାରେଜର ବାମ ପାର୍ଶ୍ଵରେ ଅବସ୍ଥିତ । ଏହି ପ୍ରକଳ୍ପଟି ବିଭିନ୍ନ ଭାଗ ୪,୬୨୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୧୬୦୦ ମିଲିମିଟର ବ୍ୟାସର ଆଠ ଧାଡି ଉତଥାନ ମୁଖ୍ୟ ପମ୍ପ ଘର, ୪୩.୨୬ କିମି କଂକ୍ରିଟ ଲାଇନଡ୍ କେନାଲ ଇତ୍ୟାଦିକୁ ନେଇ ଗଠିତ ହୋଇଛି । ଏହି ପ୍ରକଳ୍ପ ଦ୍ଵାରା ଧର୍ମଗଡା ବ୍ଲକରେ ୫,୮୮୧ ହେକ୍ଟର, ଜୟପାଟଣା ବ୍ଲକରେ ୮,୨୦୦ ହେକ୍ଟର ଏବଂ କୋକସରା ବ୍ଲକରେ ୧୨,୧୬୭ ହେକ୍ଟରକୁ ମିଶାଇ ମୋଟ ୨୬,୨୪୮ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଛି ।

ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଟିକୁ ୨୦୨୧ ଜାନୁଆରୀ 14ରେ ଉଦଘାଟନ କରି ଓଡିଶାବାସୀଙ୍କୁ ଉତ୍ସର୍ଗ କରିଥିଲେ । ଏହି ବର୍ଷ ପ୍ରଥମ ଥର ପାଇଁ ପ୍ରକଳ୍ପରୁ ୧୨,୯୯୮ ହେକ୍ଟର ଚାଷ ଜମିକୁ ରବି ଜଳସେଚନ ଯୋଗାଇ ଯାଇଥିଲା । ଏହି ପ୍ରକଳ୍ପଟିକୁ ୱାଟର ଡାଇଜେଷ୍ଟ ଦ୍ଵାରା ଆୟୋଜିତ ‘ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରଗାମୀ ପ୍ରକଳ୍ପ’ ବର୍ଗରେ ‘ଓ୍ୱାର୍ଲଡ ୱାଟର ପୁରସ୍କାର ୨୦୨୨-୨୩’ ପ୍ରଦାନ କରାଯାଇଛି । ସେହିପରି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧା ଯୋଗାଇ ଦେବା ଦ୍ଵାରା ଉଭୟ ଖରିଫ ଓ ରବି ଋତୁରେ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇପାରିଛି । ଏଥି ସହିତ କୃଷକ ଗୋଷ୍ଠୀମାନଙ୍କର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଵଳ୍ପ ବ୍ୟୟରେ ଓ ସହଜରେ ପ୍ରକଳ୍ପର କାର୍ଯ୍ୟ।ନ୍ଵୟନ ଦ୍ଵାରା ଜଳସେଚନ ସୁବିଧା ଯୋଗୁଁ କୃଷକମାନେ ବହୁଳ ଭାବେ ଉପକୃତ ହେବା ସହିତ ସଶକ୍ତ ହୋଇପାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.