ETV Bharat / state

ବିନା ବନ୍ଧୁକରେ ରାତିଅଧିଆ ଚେକିଂ

ବିପଦରେ ନିର୍ବାଚନ ଡ୍ଯୁଟିରେ ଥିବା ଅଧିକାରୀ । କିଛିଦିନ ତଳେ ମାଓବାଦୀମାନେ କନ୍ଧମାଳରେ ମହିଳା ପୋଲିଂ ଅଧିକାରୀଙ୍କ ହତ୍ୟା କରିଛନ୍ତି । ତଥପା ଚେତୁନି ପ୍ରଶାସନ । ରାଜଧାନୀରେ ରାତି ଅଧିଆ ଚେକିଂ ଦାୟିତ୍ବରେ ଥିବା ଏସ୍‌ଏସ୍‌ଟି ବିନା ବନ୍ଧୁକରେ ନିଜ ଦାୟିତ୍ବ ତୁଲାଉଛନ୍ତି ।

author img

By

Published : Apr 20, 2019, 10:10 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟଙ୍କା କାରବାର ବା ଜିନିଷ କାରବାର ଉପରେ ନଜର ରଖିବାକୁ ସ୍ଟାଟିକ ସର୍ଭିଲାନସ ଟିମ୍‌(ଏସ୍‌ଏସ୍‌ଟି)ଙ୍କୁ ମାଜିଷ୍ଟ୍ରେଟ୍‌ ପାୱାର ଦିଆଯାଇଛି । ରାଜଧାନୀରେ ଦିନ ହେଉ ବା ରାତି ବିଭିନ୍ନ ସ୍ଥାନରେ ଚେକିଂ କରୁଛନ୍ତି । କିନ୍ତୁ ସେମାନଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସାମ୍ନା କରିବେ କିପରି ? ତେଣୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଏହି ଡ୍ୟୁଟିରେ ଥିବା କର୍ମଚାରୀମାନେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସ୍ବଚ୍ଛ ଓ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ରାତି ଅଧିଆ ଚେକିଂ କରିବା ପାଇଁ ଏସ୍‌ଏସ୍‌ଟିକୁ ଦାୟିତ୍ବ ଦେଇଛି । ସେମାନଙ୍କ ସହ ପୋଲିସ କର୍ମଚାରୀମାନେ ମଧ୍ୟ ରହୁଛନ୍ତି । ରାତି ଅଧିଆ ଚେକିଂ କରୁଥିବାବେଳେ ଅନେକ ଲୋକ ନିଜକୁ ବଡ ବଡିଆ ସମ୍ପର୍କୀୟ ବା ବିଭିନ୍ନ ଦଳର ନେତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଆଖି ଦେଖାଉଛନ୍ତି । ରାତି ଅଧିଆ ଯାଞ୍ଚ କରୁଥିବାବେଳେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ଏହି ଅଧିକାରୀମାନେ ।

ଅନ୍ୟପଟେ ମହିଳା କର୍ମଚାରୀମାନେ ନିୟୋଜିତ ହେଉନଥିବା ଦେଖିବାକୁ ମିଳୁଛି । ଯାହା ଚେକିଂ ସମୟରେ ଯାଞ୍ଚ କରିବା ସ୍ବଚ୍ଛତା ରହୁନାହିଁ ।

ଏହା ମଧ୍ୟ ପଢନ୍ତୁ:‘ଅସୁସ୍ଥତାରେ ବି ନିର୍ବାଚନୀ ମଇଦାନକୁ ଟାଣିଥିଲା ବିଜେଡି’

ଖବରମୁତାବକ, ରାଜଧାନୀରୁ ଏସଏସଟି ଟିମ ଦ୍ବାରା ଅନେକ ସ୍ଥାନରେ ଚେକିଂବେଳେ ଧଉଳିରେ ଜଣେ ବ୍ୟବସାୟୀଙ୍କଠୁ ୨ଲକ୍ଷ ଟଙ୍କା, ବୁଦ୍ଧ ମନ୍ଦିର ନିକଟରୁ ଲକ୍ଷେ ଟଙ୍କା ଓ ବାଲିଅନ୍ତା ଅଞ୍ଚଳରୁ ଗାମୁଛା ବୋଝେଇ ବୋଲେରୋ ଜବତ ହୋଇଥିଲା । କିନ୍ତୁ ତଦନ୍ତ ପରେ ଜଣାପଡିଥିଲା ଯେ ଜବତ ହୋଇଥିବା ସାମଗ୍ରୀ ନିର୍ବାଚନୀ ସମ୍ପୃକ୍ତି ନୁହେଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.